PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ସେନାରେ ସାମିଲ ହେଲେ ଶ୍ରୀଲଙ୍କାର ଷ୍ଟାର୍ ଅଲରାଉଣ୍ଡର, ୬ ଟିମରେ ଖେଳିସାରିଛନ୍ତି ଆଇପିଏଲ୍

କଲୋମ୍ବୋ ୩୧/୧୨: ଶ୍ରୀଲଙ୍କାର ଅଲରାଉଣ୍ଡର ଥିସାରା ପରେରା ସେନାରେ ସାମିଲ ହୋଇଛନ୍ତି । ପରେରା ଶ୍ରୀଲଙ୍କାର ସ୍ଥଳ ସେନାରେ ମେଜର ପଦରେ ଗାଜାବା ରେଜିମେଣ୍ଟରେ ଜଏନ୍ କରିଛନ୍ତି । ୩୦ ବର୍ଷୀୟ ପରେରା କହିଛନ୍ତି ଯେ ସେ ଆର୍ମୀ କମାଣ୍ଡର ଲେଫ୍ଟିନାଣ୍ଟ ଜେନେରାଲ ଶିବେନ୍ଦ୍ର ସିଲ୍ବାଙ୍କ ନିମନ୍ତ୍ରଣରେ ସେନାରେ ଜଏନ୍ କରିଛନ୍ତି ।

କଲୋମ୍ବୋ ଗ୍ୟାଜେଟର ରିପୋର୍ଟ ଅନୁସାରେ ଥିସାରା ପରେରାଙ୍କୁ ଗାଜାବା ରେଜିମେଣ୍ଟରେ ମେଜର ପଦରେ ନିଯୁକ୍ତି ମିଳିଛି । ତାଙ୍କୁ ଔପଚାରିକ ଭାବେ ଶ୍ରୀଲଙ୍କା ଆର୍ମୀ ଭଲିଣ୍ଟିୟର ଫୋର୍ସରେ ସାମିଲ କରାଯାଇଛି । ପରେରା ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି ।

ଥିସାରା ପରେରା ଶ୍ରୀଲଙ୍କାର ଷ୍ଟାର୍ ଅଲରାଉଣ୍ଡର । ସେ ଟିମର କ୍ୟାପ୍ଟେନ୍ ମଧ୍ୟ ରହିସାରିଛନ୍ତି । ସେ ଆଇପିଏଲରେ ୬ ଅଲଗା-ଅଲଗା ଟିମରେ ଖେଳି ସାରିଛନ୍ତି । ଏଥିରେ ଚେନ୍ନାଇ ସୁପରକିଙ୍ଗ୍ସ, କିଙ୍ଗ୍ସ ଇଲେଭେନ୍ ପଞ୍ଜାବ, ମୁମ୍ବାଇ ଇଣ୍ଡିଆନ୍ସ, କୋଚ୍ଚି ଟସ୍କର୍ସ କେରଲା, ରାଇଜିଂ ପୁଣେ ସୁପରଜାଏଣ୍ଟସ୍ ଓ ସନରାଇଜର୍ସ ହାଇଦ୍ରାବାଦ ସାମିଲ । ଶ୍ରୀଲଙ୍କାର ପୂର୍ବତନ କ୍ୟାପ୍ଟେନ୍ ଦିନେଶ ଚାଣ୍ଡିମଲ୍ ମଧ୍ୟ ଚଳିତବର୍ଷର ପ୍ରାରମ୍ଭରେ ଶ୍ରୀଲଙ୍କା ଆର୍ମୀ ଭଲ୍ୟୁଣ୍ଟ୍ୟୁୟର ଫୋର୍ସ ଜଏନ୍ କରିଥିଲେ । ସେ ଆର୍ମି କ୍ରିକେଟ୍ ଟିମରୁ ଖେଳିବା ପାଇଁ ପ୍ରସ୍ତାବ ସ୍ୱୀକାର କରିଥିଲେ ।

ଥିସାରା ପରେରା ଶ୍ରୀଲଙ୍କା ପାଇଁ ୬ ଟେଷ୍ଟ, ୧୬୧ ୱନଡେ ଓ ୭୯ ଟି୨୦ ମ୍ୟାଚ୍ ଖେଳିଛନ୍ତି । ସେ ଟେଷ୍ଟରେ ୨୦୩, ୱନଡେରେ ୨୨୧୦ ଓ ଟି୨୦ରେ ୧୧୬୯ ରନ୍ ସଂଗ୍ରହ କରିଛନ୍ତି । ପରେରା ଏହି ୩ ଫର୍ମାଟରେ କ୍ରମଶଃ ୧୧,୧୭୧ ଓ ୫୧ ୱିକେଟ୍ ନେଇଛନ୍ତି ।

ସମ୍ବନ୍ଧିତ ଖବର