ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୫।୧୧: କେବଳ ଆତଙ୍କବାଦ ନୁହେଁ ଭାରତରେ ନିଶାର କଳାସାମ୍ରାଜ୍ୟ ବିସ୍ତାର କରିବାରେ ପାକିସ୍ତାନର ବଡ ହାତ ରହିଛି। କେବେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଛି ତ ଆଉ କେବେ ଡ୍ରଗ୍ସ ଚୋରା କାରବାର କରୁଛି। ଭାରତୀୟ ତଟରକ୍ଷୀ ବାହିନୀ ଏକ ଅପରେସନ୍ ବେଳେ ଥଥୁକୁଡିର ଦକ୍ଷିଣ ଶ୍ରୀଲଙ୍କାର ଏକ ବୋଟ୍ ଭିତରୁ ୧୦୦ କିଳୋଗ୍ରାମ ହେରୋଇନ୍ ସହିତ ଡ୍ରଗ୍ସ ଜବତ କରାଯାଇ ଅଛି।

ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନର ବୋଟ୍ ଭିତରୁ ଶ୍ରୀଲଙ୍କାର  ଏକ ବୋଟ୍ ଭିତରେ ଡ୍ରଗ୍ସ ରଖାଯାଇଥିଲା। ଏହାକୁ ପଶ୍ଚିମ ଦେଶ ଓ ଅଷ୍ଟେ୍ରଲିଆରେ ବିକ୍ରି କରାଯିବାର ଥିଲା। ଆଇସିଜି ସିପ୍‌ରେ କାର୍ଯ୍ୟାନୁଷ୍ଠାନ ବେଳେ ହେରୋଇନ୍ (୧୦୦ କେଜି)ର ୯୯ ପ୍ୟାକେଟ୍, ସିନ୍ଥେଟିକ୍ ଡ୍ରଗ୍ସ, ୨୦ ଛୋଟ ବାକ୍ସ, ପାଞ୍ଚ ଏମଏମ ପିସ୍ତଲ ଓ ଏକ Thuraya ସେଟ୍ ମିଳିଛି। ଏହି ସବୁ ଜିନିଷ ଏକ ଖାଲି ଇନ୍ଧନ ଟ୍ୟାଙ୍କ ଭିତରୁ ମିଳିଥିଲଲା। ଇଣ୍ଟରସ୍ପେଟେଡ୍ ବୋଟ୍‌ର କ୍ୟାପଟେନଙ୍କ ସହିତ ୬ ଜଣ ଚାଳକ ଦଳର ସଦସ୍ୟଙ୍କୁ ପଚରା ଉଚରା କରାଯାଉ ଅଛି।