PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବିଶ୍ବକପ୍ ପାଇଁ ୧୫ ଜଣିଆ ଶ୍ରୀଲଙ୍କା ଟିମ୍ ଘୋଷିତ,ଅଧିନାୟକତ୍ବ ଯିବା ପରେ ସନ୍ୟାସ ନେଇ ପାରନ୍ତି ମାଲିଙ୍ଗା

କଲୋମ୍ବୋ, ୧୮।୪: ଇଂଲଣ୍ଡ ଓ ଓ୍ବେଲସରେ ହେବାକୁ ଥିବା​‌ ଦିନିକିଆ ବିଶ୍ବ କ୍ରିକେଟ ବିଶ୍ବ କପ୍ ପାଇଁ ଟିମ୍ ଧୀରେ ଧୀରେ ନିଜର ଟିମ ଘୋଷଣା କରିବାରେ ଲାଗିଛନ୍ତି। ଭାରତୀୟ ଟିମର ଘୋଷଣା ପରେ ଏବେ ଶ୍ରୀଲଙ୍କା ମଧ୍ୟ ବିଶ୍ବକପ୍ ପାଇଁ ନିଜର ୧୫ ଜଣିଆା ଟିମ୍ ଘୋଷଣା କରିଛି। ଶ୍ରୀଲଙ୍କା ଟିମରେ ଏକ ଆଶ୍ଚର୍ଯ୍ୟକର ପରିବର୍ତ୍ତନ କରାଯାଇଛି। ୩୦ ବର୍ଷର ଦିମୁଥ କରୁଣାରତ୍ନେଙ୍କୁ ବିଶ୍ବକପ୍ ପାଇଁ ଦଳର ଅଧିନାୟକ କରାଯାଇଛି। ସେ ଶ୍ରୀଲଙ୍କା ପାଇଁ ଏପର୍ଯ୍ୟନ୍ତ ମାତ୍ର ୧୭ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ତାହା ଭିତରେ ସେ ୧୫.୮୩ ଆଭରେଜରେ ୧୯୦ ରନ୍ କରିପାରିଛନ୍ତି। କରୁଣାରତ୍ନେ ୨୦୧୫ରୁ ଦିନିକିଆ ଟିମରୁ ବାହାର ଥିଲେ ମଧ୍ୟ ତାଙ୍କୁ ସିଧାସଳଖ ଭାବରେ ଅଧିନାୟକ କରାଯାଇଛି। ତାଙ୍କ ସହିତ ମିଲିଣ୍ଡା ସିରିବର୍ଦ୍ଦନ, ଜେଫରି ଓ୍ବେଡରସେ ଓ ଜିଓ୍ବନ ମେଣ୍ଡିସ ଦଳକୁ ଫେରିଛନ୍ତି। ଏହା ପୂର୍ବରୁ କରୁଣାରତ୍ନେ  ପ୍ରଥମ ଟେଷ୍ଟ ଟିମର ଅଧିନାୟକ ଥିଲେ ଏବଂ ଦିନିକିଆ ମ୍ୟାଚ୍ ପାଇଁ ଲସିଥ୍ ମାଲିଙ୍ଗା ଦଳର ଅଧିନାୟକ ଥିଲେ।

ଶ୍ରୀଲଙ୍କାର ଘୋଷିତ ୧୫ ଜଣିଆ ଟିମ୍:

ଦୁମୁଥ କରୁଣାରତ୍ନେ(ଅଧିନାୟକ), ଅଭିଷ୍କା ଫର୍ନାଣ୍ଡୋ, ଲାହିରୁ ଥିରିମାନେ, କୁଶାଲ ପରେରା, କୁଶାଲ ମେଣ୍ଡିସ୍, ଏଞ୍ଜେଲ ମାଥ୍ୟୁସ, ଧନଞ୍ଜୟ ଡି ସିଲଭା, ଜେଫରି ଭଣ୍ଡରସେ, ତାଇସାରା ପେରେରା, ଇସୁରୁ ଉଡାନା, ଲସିଥ୍ ମାଲିଙ୍ଗା, ସୁରଙ୍ଗା ଲକମଲ୍, ନୁଓ୍ବାନ ପ୍ରଦୀପ, ଜୀଭନ ମେଣ୍ଡିସ୍ ଓ ମିଲନ୍ଦ ସିରିଓ୍ବର୍ଦ୍ଦନା।

source: https://www.dnaindia.com

ଅଧିନାୟକତ୍ବ ଛଡାଇ ନିଆଯିବା ପରେ ଶ୍ରୀଲଙ୍କାର ଦ୍ରୁତ ବୋଲର ଟେଷ୍ଟ ମ୍ୟାଚ୍ ପରେ ଏବେ ଦିନିକିଆରୁ ମଧ୍ୟ ସନ୍ୟାସ ନେବାର ମନବଳାଇଛନ୍ତି। ଶୁଣିବାକୁ ମିଳିଛି ଯେ ଖେଳାଳିମାନେ ହ୍ବାଟସଆପ୍ ଗ୍ରୁପରେ ସିଂହଳି ଭାଷରେ ମେସେଜ୍ ଲେଖି ପଠାଇଛନ୍ତି ମାଲିଙ୍ଗା। ସେ ଲେଖିଛନ୍ତି ‘ମୁଁ ଆଉ ଥରେ ଖେଳ ପଡିଆରେ ଦେଖିବାକୁ ମିଳିନପାରେ। ଇଶ୍ବର ସମସ୍ତଙ୍କୁ ଆର୍ଶିବାର ଦିଅନ୍ତୁ, ଯେଉଁମାନେ ମୋ ପଛରେ ରହିଥିଲେ ଏବଂ ମୋ ସମର୍ଥନରେ ଥିଲେ, ତାଙ୍କୁ ଖୁସିରେ ରଖନ୍ତୁ ବୋଲି ସେ କହିଛନ୍ତି।