ବଡ଼ଦେଉଳ ବାଇଶିପାହାଚର ହେବ ମରାମତି, ପୁରୁଣା ବଦଳରେ ଲାଗିବ ନୂଆ ପଥର !

ପୁରୀ ୨୭/୧୦: ଶ୍ରୀମନ୍ଦିର ବାଇଶିପାହାଚର ହେବ ମରାମତି । ଶ୍ରୀମନ୍ଦିରରେ ପହଞ୍ଚି ପ୍ରତିଟି ପାହାଚର ମାପଚୁପ କଲେ ଏଏସ୍‌ଆଇର ଟିମ୍ । ପଥର ଗୁଡ଼ିକର ହେବ ଯାଞ୍ଚ କରାଯାଇଛି। ବାଇଶିପାହାଚରେ ପଥର ଖରାପ ଥିଲେ ପୂରୁଣା ପଥର ସ୍ଥାନରେ ନୂଆ ପଥର ବଦଳା ଯିବା ପାଇଁ ବ୍ୟବସ୍ଥା କରଯାଇଛି। ମହାଲକ୍ଷ୍ମୀ ମନ୍ଦିର ମରାମତି ନେଇ ମଧ୍ୟ ଯାଞ୍ଚ ହେବ। ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି ମରାମତି କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି।

 ସୂଚାନନୁସାରେ, ଶ୍ରୀମନ୍ଦିରରେ ପହଞ୍ଚି ବାଇଶି ପାହାଚର ଯାଞ୍ଚ କରିଛି ଏଏସ୍‌ଆଇ ଟିମ୍‌ । ପ୍ରତିଟି ପାହାଚର ପଥରକୁ ଗୁରୁତ୍ୱ ସହ ଯାଞ୍ଚ କରିଛି ଏଏସ୍‌ଆଇ ଟିମ୍‌ । ଆବଶ୍ୟକ ପଡିଲେ, ଯଦି ପଥର ଖରା ପଡେ, ତେବେ ପୁରୁଣା ପଥର ବଦଳରେ ନୂଆ ପଥର ଲାଗିବା ପାଇଁ ବ୍ୟବସ୍ଥା କରାଯିବ । ସେହିପରି ମହାଲକ୍ଷ୍ମୀ ମନ୍ଦିର ମରାମତି ନେଇ ମଧ୍ୟ ଯାଞ୍ଚ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି ମରାମତି କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।