କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

କୋଲମ୍ବୋ ୨୨/୧୦: କରୋନା ଭାଇରସ ସଂକ୍ରମଣକୁ ନଜରରେ ରଖି ଗୁରୁବାର ଶ୍ରୀଲଙ୍କାର ପ୍ରମୁଖ ମାଛ ମାର୍କେଟ୍ ବନ୍ଦ କରିଦିଆଯାଇଛି ଏବଂ ଅଞ୍ଚଳରେ କର୍ଫ୍ୟୁ ଲଗାଇ ଦିଆଯାଇଛି । ସରକାର କଲୋମ୍ବୋର କିଛି ଅଂଶ ଓ ରାଜଧାନୀର ବାହାରର କିଛି ଅଞ୍ଚଳରେ କରଫ୍ୟୁ ଲଗାଇଛନ୍ତି । ପଶ୍ଚିମ ପ୍ରାନ୍ତରେ ପ୍ରାୟ ୬ ଗାଁରେ ଚଳିତ ମାସରେ କରୋନା ଭାଇରସ ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସିଛି । କଲୋମ୍ବୋ ମଧ୍ୟ ପଶ୍ଚିମ ପ୍ରାନ୍ତରେ ପଡୁଛି ।

ସ୍ୱାସ୍ଥ୍ୟ ଅଧିକାରୀ ୪୯ ଜଣ ବ୍ୟାପାରୀଙ୍କଠାରେ କରୋନା ଭାଇରସ ସଂକ୍ରମଣ ମାମଲା ଦେଖିବା ପରେ ଦେଶର ପ୍ରମୁଖ ମାଛ ବଜାର ଅସ୍ଥାୟୀ ରୂପେ ବନ୍ଦ କରିଦିଆଯାଇଛି । କଲୋମ୍ବୋର ବାହାର ଅଞ୍ଚଳରେ ସ୍ଥିତ ବଜାରରେ ଶହ ଶହ ଅନ୍ୟ ବ୍ୟାପାରୀ ମଧ୍ୟ କରୋନାରେ ସଂକ୍ରମିତ ହେବା ଜଣାପଡିଛି ।

ତେବେ ବର୍ତ୍ତମାନ ସୁଦ୍ଧା ସ୍କୁଲ୍, କଲେଜ୍ ଓ ମୁଖ୍ୟ ସରକାରୀ କାର୍ଯ୍ୟାଳୟ ବନ୍ଦ ଅଛି । ଲୋକମାନେ କୌଣସି ସ୍ଥାନରେ ଏକତ୍ର ହେବା ଉପରେ ରୋକ ଲଗାଯାଇଛି ଏବଂ ସାର୍ବଜନିକ ପରିବହନ ବ୍ୟବସ୍ଥା ମଧ୍ୟ ବନ୍ଦ ରଖାଯାଇଚି । ଶ୍ରୀଲଙ୍କାରେ ମାର୍ଚ୍ଚରୁ ଏପର୍ଯ୍ୟନ୍ତ ମୋଟ ୫୮୧୧ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ଏବଂ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଛି ।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍