ଆଉ ୪୧ ଦିନ: ଶ୍ରୀଲଙ୍କା, ଦ.ଆଫ୍ରିକା, ପାକିସ୍ତାନ ଦଳ ଘୋଷଣା

କଲମ୍ବୋ, ୧୮ା୪ (ଏଜେନ୍ସି): ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ଼ (ଏସ୍‌ଏଲ୍‌ସି) ଆସନ୍ତା ଆଇସିସି ଦିନିକିଆ ବିଶ୍ୱକପ୍‌ ପାଇଁ ଆଜି ୧୫ଜଣିଆ ଶ୍ରୀଲଙ୍କା ଦଳ ଘୋଷଣା କରିଛି । ପୂର୍ବତନ ଅଧିନାୟକ ଦିନେଶ ଚଣ୍ଡିମଲ ଦଳରୁ ବାଦ୍‌ ପଡ଼ିଥିବାବେଳେ ଲାହିରୁ ଥିରିମାନେ ଓ ଲେଗ୍‌ ସ୍ପିନର ଜେଫେରି ଭାଣ୍ଡରସେଙ୍କୁ ସ୍ଥାନ ମିଳିଛି । ଗତକାଲି ଏସ୍‌ଏଲ୍‌ସି ଦିମୁଥ କରୁଣାରତ୍ନେଙ୍କୁ ବିଶ୍ୱକପ୍‌ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଥିଲା ।

ଶ୍ରୀଲଙ୍କା ବିଶ୍ୱକପ୍‌ ଦଳରେ ଅନେକ ବରିଷ୍ଠ ଖେଳାଳି ସ୍ଥାନ ପାଇବାକୁ ବଞ୍ଚିତ ରହିଛନ୍ତି । ଚଣ୍ଡିମଲଙ୍କ ବ୍ୟତୀତ ୱିକେଟ୍‌ କିପର ନିରୋଶାନ ଡିକୱେଲା, ଅଫ୍‌ ସ୍ପିନର ଅକିଲା ଧନଞ୍ଜୟ ଏବଂ ଓପନର ଦାନୁସ୍କ ଗୁଣଥିଲକ ଓ ଉପୁଲ ଥରଙ୍ଗାଙ୍କ ଭଳି ଅଭିଜ୍ଞ ଖେଳାଳି ବାଦ୍‌ ପଡ଼ିଛନ୍ତି । ଚଣ୍ଡିମଲ ନେତୃତ୍ୱ ଦୌଡ଼ରେ ଥିବା କୁହାଯାଉଥିଲେ ହେଁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି । ଅନ୍ୟ ପଟରେ ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ ଆଞ୍ଜେଲୋ ମାଥ୍ୟୁସ୍‌, ଅଲରାଉଣ୍ଡର ମିଲିନ୍ଦା ସିରିବର୍ଦ୍ଧନେ ଓ ଜୀବନ ମେଣ୍ଡିସ୍‌, ଯୁବ ଓପନର ଅଭିସ୍କ ଫର୍ଣ୍ଣାଣ୍ଡୋ ଓ ପେସ୍‌ ବୋଲର ନୂଆନ ପ୍ରଦୀପଙ୍କୁ ଦଳରେ ସ୍ଥାନ ମିଳିଛି । ଏହି ଦଳରେ ୭ଜଣ ଖେଳାଳିଙ୍କ ବିଶ୍ୱକପ୍‌ ଖେଳିବା ଅଭିଜ୍ଞତା ରହିଥିବାବେଳେ ୮ଜଣ ଖେଳାଳି ପ୍ରଥମଥର ପାଇଁ ଆକ୍ସନକୁ ଓହ୍ଲାଇବେ । ୧୯୯୬ ବିଶ୍ୱକପ୍‌ ବିଜେତା ଶ୍ରୀଲଙ୍କା ଆସନ୍ତା ଜୁନ୍‌ ୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ।

ଶ୍ରୀଲଙ୍କା ଦଳ: ଦିମୁଥ କରୁଣାରତ୍ନେ (ଅଧିନାୟକ), ଲସିଥ ମାଲିଙ୍ଗା, ଆଞ୍ଜେଲୋ ମାଥ୍ୟୁସ୍‌, ଥିସାରା ପେରେରା, କୁଶାଲ ପେରେରା, ଧନଞ୍ଜୟ ଡି ସିଲ୍‌ଭା, କୁଶାଲ ମେଣ୍ଡିସ୍‌, ଇସୁରୁ ଉଦାନା, ମିଲିନ୍ଦା ସିରିବର୍ଦ୍ଧନେ, ଅଭିସ୍କ ଫର୍ଣ୍ଣାଣ୍ଡୋ, ଜୀବନ ମେଣ୍ଡିସ୍‌, ଲାହିରୁ ଥିରିମାନେ, ଜେଫେରି ଭାଣ୍ଡରସେ, ନୂଆନ ପ୍ରଦୀପ ଓ ସୁରଙ୍ଗ ଲାକମଲ ।

   ସମ୍ବନ୍ଧିତ ଖବର


ଡେଭିଡ୍‌ ୱାର୍ଣ୍ଣରଙ୍କ ସ୍ଥାନରେ ଓପନ କରିପାରନ୍ତି ଲାବୁସାନ୍

ମାରାଡୋନାଙ୍କୁ ଗୋଲ୍‌ ଉତ୍ସର୍ଗ ଗଲେ ମେସି

ମହାନତା ଦେଖାଇଲେ କ୍ରିକେଟ୍‌ର ‘ଭଗବାନ’: ୬ଟି ରାଜ୍ୟର ୧୦୦ ଶିଶୁଙ୍କ ଚିକିତ୍ସା କରାଇଲେ ସଚିନ

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

NZ vs WI: ବର୍ଷା ପାଇଁ ବାତିଲ ହେଲା ତୃତୀୟ ଟି-୨୦, ୨-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମୁକାବିଲା ୨-୨ ଗୋଲ୍‌ରେ ଡ୍ର’