ଦୁଇଟି ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ପାଣ୍ଠି, ଜମା ଉପରେ ସୁଦ୍ଧ ୬.୨୬ ପ୍ରତିଶତ

ପୁରୀ ୨୭/୩: ମହାପ୍ରଭୁଙ୍କ ପାଣ୍ଠି ଜମା ନେଇ ହୋଇଥିବା ଟେଣ୍ଡର ଚୂଡ଼ାନ୍ତ ହୋଇଛି । ଦୁଇଟି ଜାତୀୟକରଣ ବ୍ୟାଙ୍କରେ ଶ୍ରୀମନ୍ଦିର ଟେମ୍ପୁଲ ଫଣ୍ଡ ଏବଂ କର୍ପସ ଫଣ୍ଡକୁ ବର୍ଷିକିିଆ ଟର୍ମ ଡିପୋଜିଟ୍‌ରେ ରଖାଯିବ । ଏହି ଦୁଇଟି ପାଣ୍ଠିର ମୋଟ ୩୪୩ କୋଟି ୪୯ ଲକ୍ଷ ଟଙ୍କା ରହିଛି । ବ୍ୟାଙ୍କ ଆଫ୍‌ ବରୋଦା ଏବଂ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଏହି ଜମାକୁ ବର୍ଷିକିିଆ ଟର୍ମ ଡିପୋଜିଟରେ ଜମା ରଖାଯିବ । ଗତ ୨୪ ତାରିଖରେ ଏହି ଜମାକୁ କେବଳ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଜମା କରିବାକୁ ହୋଇଥିବା ଟେଣ୍ଡର ନିଷ୍ପତ୍ତିକୁ ରାଜ୍ୟ ସରକାର ବାତିଲ କରିବା ସହ ସାନି ଟେଣ୍ଡର ଆହ୍ୱାନ କରିଥିଲେ ।

ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଖବର ମିଳିଛି ଏହି ଜମା ଉପରେ ୬.୨୬% ହାରରେ ସୁଧ ଦେବେ ଟେଣ୍ଡର ପାଇଥିବା ଏହି ଦୁଇ ବ୍ୟାଙ୍କ । ସମୁଦାୟ ପାଣ୍ଠିକୁ ଏହି ଦୁଇ ବ୍ୟାଙ୍କରେ ୫୦-୫୦ ହାରରେ ବର୍ଷିକିିଆ ଟର୍ମ ଡିପୋଜିଟ ରଖିବାକୁ ଟେଣ୍ଡର ଚୂଡ଼ାନ୍ତ ହୋଇଛି ବୋଲି ଶ୍ରୀମନ୍ଦିର ଅର୍ଥ ପ୍ରଶାସକ କହିଛନ୍ତି ।

ସୂଚନା ମୁତାବକ ଶ୍ରୀମନ୍ଦିରର ଏହି ଦୁଇ ପାଣ୍ଠିର ଜମା ରଖିବାକୁ ଦଶଟି ଜାତୀୟକରଣ ବ୍ୟାଙ୍କ ଟେଣ୍ଡର ଭରିଥିଲେ । ଏହି ଟେଣ୍ଡର ଚୂଡ଼ାନ୍ତ ଏବଂ ଦୁଇ ବ୍ୟାଙ୍କରେ ଅଧା ଅଧା ଜମା ନିଷ୍ପତ୍ତି ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ନିଆଯାଇ ନଥିବାରୁ ପୁଣି ଥରେ ବିବାଦ ଉଠିବାର ଆଶଙ୍କା ଦେଖାଦେଇଛି ।

ଏହାକୁ ମିଶାଇ ଦୁଇ ଥର ଶ୍ରୀମନ୍ଦିର ଟେମ୍ପଲ ପାଣ୍ଠି ଏବଂ କର୍ପସ ପାଣ୍ଠି ଜମା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଟେଣ୍ଡର ବାହାର କରିଥିଲା । ପ୍ରଥମ ଟେଣ୍ଡରରେ ୟୁନିୟନ ବ୍ୟାଙ୍କରେ ସବୁଦାୟ ପାଣ୍ଠିକୁ ବର୍ଷିକିିଆ ଟର୍ମ ଡିପୋଜିଟରେ ଜମା ରଖିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରଥମ ଟେଣ୍ଡରରେ ୟୁନିୟନ ବ୍ୟାଙ୍କ ବାର୍ଷିକ ୫.୭୫ ସୁଧ ହାର ଦେବ ବୋଲି ଟେଣ୍ଡର ଚୂଡ଼ାନ୍ତ ହୋଇଥିଲା । ମାତ୍ର ଗୋଟିଏ ବ୍ୟାଙ୍କ ୟୁନିଅନ ବ୍ୟାଙ୍କରେ ଏହି ସବୁ ଜମା ରଖିବାକୁ ନେଇ ବିବାଦ ଉଠିଥିଲା । ଏହି ଜମାକୁ ନେଇ ମଧ୍ୟ ବିରୋଧର ସ୍ୱର ଉଠିଥିଲା ।

ତା ପୂର୍ବରୁ ୟେସ୍‌ ବ୍ୟାଙ୍କରେ ମୋଟ ୫୯୨ କୋଟିର ଶ୍ରୀମନ୍ଦିର ତିନି ଗୋଟି ପାଣ୍ଠିକୁ ବର୍ଷିିକିଆ ଟର୍ମ ଡିପୋଜିଟ୍‌ ରଖିବାକୁ ନେଇ ରାଜ୍ୟବ୍ୟାପି ବିରୋଧ ହୋଇଥିଲା । କାରଣ ଶ୍ରୀମନ୍ଦିର କର୍ପସ ଫଣ୍ଡ ଆଇନର ଖିଲାପ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ନଥାଇ ଘରୋଇ ବ୍ୟାଙ୍କ ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ପାଣ୍ଠି ଜମା ହୋଇଥିବାରୁ ଏହି ବିବାଦ ଉଠିଥିଲା । ୟେସ୍‌ ବ୍ୟାଙ୍କ ଯଦିଓ ଅଧିକ ସୁଧ ଦେଇଥିଲା ତଥାପି ପ୍ରଚଳିତ ନିୟମର ଖିଲାପରେ ଏକ ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିର ପାଣ୍ଠି ଜମା କରାଯିବରୁ ବିବାଦ ଉଠିଥିଲା । ଏଭଳି କି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ବ୍ୟାଙ୍କରୁ ଜମା ଉଠାଣ ଉପରେ କଟକଣା ଜରି କରିବା ପରେ ରାଜ୍ୟ ବ୍ୟାପି ହଇଚଇ ସୃଷ୍ଟି ହୋଇଥିଲା । ଏହି ସବୁ ବିବାଦ ପରେ ଶ୍ରୀମନ୍ଦିର ପାଣ୍ଠିକୁ କେଉଁ ଆଇନ ଆଧାରରେ ଜମା ରଖାଯାଉଛି ସେନେଇ ବିବାଦ ଉଠାଇଛନ୍ତି ଶ୍ରୀମନ୍ଦିର ସେବାୟତ ।

   ସମ୍ବନ୍ଧିତ ଖବର


ବ୍ୟାଙ୍କ ମ୍ୟାନେଜରଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ମଦ କିଣା, ୧୯ ହଜାର ଠକିନେଲେ

ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ

ଏବେ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍

ରାଜ୍ୟ ଷଷ୍ଠ କରୋନା ପଜିଟିଭ କଟକରୁ ଚିହ୍ନଟ୍