PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ: ନୂଆ ବର୍ଷ ପୂର୍ବରୁ ନୂତନ ବ୍ୟାରିକେଡ୍‌,ନିର୍ମାଣ ଚାଲିଛି ଭିତର ଡିଭାଇଡର୍‌

ପୁରୀ ୧୮/୧୨: ଶ୍ରୀମନ୍ଦିର ସିଂହଦ୍ୱାର ଦର୍ଶନ ବ୍ୟାରିକେଡ ନୂଆ ବର୍ଷ ପୂର୍ବରୁ ବଦଳିବ । ସିଂହଦ୍ୱାର ପାଇଁ ନିର୍ମିତ ନୂତନ ବ୍ୟାରିକେଡ ନୂତନ ବର୍ଷ ପୂର୍ବରୁ କାର୍ଯ୍ୟକ୍ଷମ ହେବ । ନୂତନ ବ୍ୟାରିକେଡର ମୂଳ ଫ୍ରେମ ସ୍ଥାପନ କାମ ମଙ୍ଗଳବାର ଶେଷ ହୋଇଛି । ମୂଳ ଫ୍ରେମଟି କୋଡିଏଟି ଲୁହା ଖୁଣ୍ଟ ଉପରେ ଠିଆ ହୋଇଛି । ଖୁଣ୍ଟ ଉପରେ ଛାତ ପାଇଁ ମଧ୍ୟ ଆଜି ୧୦ଟା ଫ୍ରେମ ଯୋଡା ଯାଇଛି । ଏହା ଉପରେ ଦର୍ଶନାର୍ଥୀଙ୍କୁ ଖରା ବର୍ଷାରୁ ରକ୍ଷା କରିବାକୁ ଛାତ ପଡିବ ।

ବର୍ତ୍ତମାନର ସିଂହଦ୍ୱାର ଧାଡି ଦର୍ଶନ ପ୍ରବେଶ ଘୁଞ୍ଚିବା ପ୍ରକ୍ରିୟା ବି ପ୍ରସ୍ତୁତି ଚାଲିଛି । ନୂତନ ବ୍ୟାରିକେଡର ମୁଖ୍ୟ ଫ୍ରେମ ସ୍ଥାପନ ପରେ ଭିତରେ ଧାଡି ଦର୍ଶନ ପାଇଁ ପଡିବାକୁ ଥିବା ଡିଭାଇଡରଗୁଡିକର ନିର୍ମାଣ ବି ଚାଲିଛି । ଶ୍ରୀନଅର ଛକ ପାଖରୁ ଏହି ନୂତନ ବ୍ୟାରିକେଡରେ ପ୍ରବେଶ କରିବେ ଦର୍ଶନାର୍ଥୀ । ମୋଟ ୧୨୦ ମିଟର ଲମ୍ବା ବିଶିଷ୍ଟ ଏହି ଫ୍ରେମ ସ୍ଥାପନ ଦ୍ୱାରା ଶ୍ରୀମନ୍ଦିର ସିଂହଦ୍ୱାର ଏବଂ ମେଘନାଦ ପାଚେରିର ଅବରୋଧ ମୁକ୍ତ ସୁଦୃଶ୍ୟ ଦେଖିବାକୁ ମିଳିବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି ।

ଏହି ବ୍ୟାରିକେଡ ଦେଇ ପୂର୍ବ ଅପେକ୍ଷା ଅଧିକ ସଂଖ୍ୟାରେ ଯାତ୍ରୀ ବି ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ କରିବେ ବୋଲି ହିସାବ କରାଯାଉଛି । ନୂତନ ବ୍ୟାରିକେଡ ଭିତରେ ୧୦ଟି ଡିଭାଇଡର ପଡିବ । ଦଶଟି ଧାଡିରେ ଦର୍ଶନାର୍ଥୀ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ କରିବେ । ବ୍ୟାରିକେଡ୍‌ରେ ଗୋଟିଏ ପାଖରେ ଦୋଳମଣ୍ଡପ ସାହି, ବାଲିସାହି, କୁଣ୍ଡେଇବେଣ୍ଟ ସାହି, ଲୋକନାଥ ରୋଡକୁ ପ୍ରବେଶ କରିବେ ।

ତା ବ୍ୟତିତ ବ୍ୟାରିକଡ୍‌ ବାମ କଡ ରାସ୍ତାକୁ ବିନିଯୋଗ କରାଯିବ । ବ୍ୟାରିକେଡ ଡାହାଣ କଡରେ ରହିବ ନୋ ପାର୍କିଂ ଜୋନ । ନୋ ପାର୍କିଂ ଜୋନ ଭିତର ପାଖରେ ଯାତ୍ରୀଙ୍କ ପାଇଁ ଜୋତା ରଖିବା, ପାନୀୟ ଜଳ, ସୂଚନା କେନ୍ଦ୍ର, ପୁଲିସ ଫାଣ୍ଡି ଆଦି ଲୋକ ସେବା କେନ୍ଦ୍ର ସ୍ଥାନିତ ହେବ । ସାନ ଛତା ମଠ କୋଠା ଉଚ୍ଛେଦ ପରେ ଖାଲି ହୋଇଥିବା ସ୍ଥାନରେ ଯାତ୍ରୀ ସେବା କେନ୍ଦ୍ରଗୁଡିକ ସ୍ଥାନିତ ହେବ ବୋଲି ସୂଚନା ମିଳିଛି ।