PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବାୟୁସେନାର ୫ ଅଧିକାରୀ ଦୋଷୀ ସାବ୍ୟସ୍ତ, ନିଜର ହେଲିକପ୍ଟରକୁ ଶତ୍ରୁ ପକ୍ଷର ଭାବି କରିଥିଲେ ଧ୍ବଂସ

ନୂଆଦିଲ୍ଲୀ,୨୩।୮: ଭାରତୀୟ ବାୟୁସେନା ନିଜର ୫ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ଏହି ଅଧିକାରୀମାନେ ଗତ ୨୭ ଫେବୃଆରୀରେ ଶ୍ରୀନଗରରେ ନିଜର ହିଁ ହେଲିକପ୍ଟରକୁ ଫାୟରିଂ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ଘଟଣା ସେହି ସମୟରେ ଘଟିଥିଲା, ଯେତେବେଳେ ବାଲକୋଟ୍ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନୀ ଯୁଦ୍ଧ ବିମାନ ଭାରତରେ ପ୍ରବେଶ କରିଥିଲା।

ଏହି ସମୟରେ ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡୋର ମୁଖ୍ୟ ଏୟାର ମାର୍ଶଲ ହରି କୁମାର ଅପରେସନର ନେତୃତ୍ବ ନେଉଥିଲେ। ଭାରତୀୟ ହେଲିକପ୍ଟରକୁ ସେମାନେ ଶତ୍ରୁପକ୍ଷର ମିସାଇଲ ଭାବି ଫାୟାରିଂ କରି ଧ୍ବଂସ କରିଥିଲେ। ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ  ୫ ଜଣ ଅଧିକାରୀ ଯାଞ୍ଚ ସମୟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ରିପୋର୍ଟ ବାୟୁସେନା ମୁଖ୍ୟାଳୟକୁ ପଠାଇ ଦିଆଯାଇଛି।

ଦୋଷୀ ସାବ୍ୟସ୍ତ ହୋଇଥିବା ଅଧିକାରୀଙ୍କ ଭିତରେ ଜଣେ ଗ୍ରୁପ୍ କ୍ୟାପଟେନ୍, ଦୁଇଜଣ ଓ୍ବିଙ୍ଗ କମାଣ୍ଡର ଓ ଦୁଇଜଣ ପ୍ଲାଇଟ୍ ଲେଫ୍ଟନାଣ୍ଟ ସାମିଲ ଅଛନ୍ତି। ୨୭ ଫେବୃଆରୀର ଏହି ଘଟଣା ହେବାପରେ ତୁରନ୍ତ ବାୟୁସେନା ଯାଞ୍ଚ ଆରମ୍ଭ କରିଦେଇଥିଲା ଓ ମୃତ କର୍ମଚାରୀଙ୍କ ପରିବାରକୁ ଆଶ୍ବାସନା ଦିଆଯାଇଥିଲା ସମସ୍ତ ଦୋଷୀଙ୍କୁ ଦଣ୍ଡ ଦିଆଯିବ।

ଉଲ୍ଲେଖନୀୟ ଯେ, ଜମ୍ମୁ –କଶ୍ମୀରର ବଡଗାମ ଠାରୁ ୭ କିଲୋମିଟର ଦୂର ଗାରେଦ ଗାଁରେ ଗତ ଫେବୃଆରୀରେ ଏକ ହେଲିକପ୍ଟର,ଏମଆଇ-୧୭ଭି୬ କ୍ରାସ ହୋଇଯାଇଥିଲା। ହେଲିକପ୍ଟରଟି ବିଲରେ ଯାଇ ପଡିଥିଲା ଓ ଏଥିରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାର କାରଣ ସେତେବେଳେ ସ୍ପଷ୍ଟ ହୋଇନଥିଲା। ଦୁର୍ଘଟଣାରେ ବାୟୁସେନାର ୬ ଜଣ ଅଧିକାରୀ ଶହୀଦ ହୋଇଥିଲେ। ଏହି ହେଲିକପ୍ଟର ଶ୍ରୀନଗର ଏୟାରବେସରୁ ଉଡାଣ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର