ଖାଲି ପାଦରେ ମଇଁଷିଙ୍କ ସହ ଦୌଡିଲେ କର୍ଣ୍ଣାଟକର ଶ୍ରୀନିବାସ: ଟ୍ବିଟର ୟୁଜର୍ସ କହିଲେ ଉସେନ୍ ବୋଲ୍ଟଙ୍କଠାରୁ ସ୍ପିଡ ବେଶୀ, ପଠାଅ ଅଲମ୍ପିକ

ବେଙ୍ଗାଲୁର,୧୫।୨: କର୍ଣ୍ଣାଟକର ଶ୍ରୀନିବାସ ଗୌଡା ସୋସିଆଲ ମିଡିଆରେ ରହିଛନ୍ତି ଖୁବ୍ ଚର୍ଚ୍ଚାରେ। ତାଙ୍କୁ ସୋସିଆଲ ମିଡିଆ ଟ୍ବିଟରର ୟୁଜରମାନେ ଅଲମ୍ପିକକୁ ପଠାଇବାକୁ ଏବେ ଦାବି କରିଛନ୍ତି। ଟ୍ବିଟର ୟୁଜରଙ୍କ କହିବା ଅନୁସାରେ ଏହି ଯୁବକ ଜଣକ ୧୦୦ ମିଟରର ଏକ ରେସ ମାତ୍ର ୯.୫୫ ସେକେଣ୍ଡରେ ପୂରଣ କରିଥିଲେ। ଲୋକଙ୍କର ଦାବି ଦେଖିବା ପରେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଶ୍ରୀନିବାସଙ୍କୁ ସବୁଠାରୁ ଭଲ କୋଚିଂ ଦେବାର ପ୍ରତିଶୃତି ଦେଇଛନ୍ତି। ତେବେ ଆପଣମାନେ ଭାବୁଥିବେ ଏହି ଶ୍ରୀନିବାସ ଗୌଡା କିଏ? ତାଙ୍କୁ ନେଇ ଏତେ ଚର୍ଚ୍ଚା କାହିଁକି?

ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସରକୁ ଆସିଥିବା ଶ୍ରୀନିବାସ ଗୌଡା ନାମକ ଏହି ଯୁବକ ଜଣକ ହେଉଛନ୍ତି, କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ମୋଡାବିଦ୍ରି ଅଞ୍ଚଳରେ ରୁହନ୍ତି। ଟ୍ବିଟର ୟୁଜରଙ୍କ ମତରେ ଶ୍ରୀନିବାସ କର୍ଣ୍ଣାଟକର ପାରମ୍ପାରିକ ‘ମଇଁଷି ଦୌଡ’  ପ୍ରତିଯୋଗିତା ଯାହାକୁ ‘କମ୍ବାଲା’ ନାମରେ ଡକାଯାଇଥାଏ। ଏହି ଦୌଡ ପ୍ରତିଯୋଗିତା ପାଣି ଥିବା ଧାନ ବିଲରେ  ଆୟୋଜିତ କରାଯାଇଥାଏ। ଶ୍ରୀନିବାସ ଏହି ରେସରେ ୧୪୨.୫ ମିଟର ଦୂରତ୍ବକୁ ୧୩.୬୨ ସେକେଣ୍ଡରେ ପୂରଣ କରିଛନ୍ତି। ଏହାର ଅର୍ଥ ହେଉଛି ସେ ୧୦୦ ମିଟର ଦୂରତ୍ବ କେବଳ ୯.୫୫ ସେକେଣ୍ଡରେ ପୂରଣ କରିଛନ୍ତି।

କର୍ଣ୍ଣାଟକର ଏହି ଯୁବକଙ୍କର ଖାସ୍ କଥା ଏହା ଯେ, ସେ ଶ୍ରୀନିବାସ ବିଶ୍ବର ସବୁଠାରୁ ଦ୍ରୁତ ଧାବକ ଉସେନ୍ ବୋଲ୍ଟଙ୍କର ରେକର୍ଡ ଭାଙ୍ଗିଦେଇଛନ୍ତି। ଜମାଇକାର ଏହି ଧାବକ ଜଣକ ଶୁଖିଲା ମାଟିରେ ଦୌଡି ଏହି ରେକର୍ଡ କରିଥିଲେ, କିନ୍ତୁ ଶ୍ରୀନିବାସ ପାଣି ବିଲ୍ ଭିତରେ ଦୁଇଟି ମଇଁଷି ସହିତ ନିଜେ ଦୌଡିକି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏହି ରେସ ସମୟରେ ଭିଡିଓକୁ ଟ୍ବିଟରରେ କିଛି ଲୋକ ସେୟାର କରିଛନ୍ତି।

ଶ୍ରୀନିବାସଙ୍କ ଏହି ଭିଡିଓ ଯେତେବେଳେ ସୋସିଆଲ ମିଡିଆରେ ଆସିଥିଲା ଲୋକମାନେ ତାଙ୍କର ତୁଳନା ଉସେନ୍ ବୋଲ୍ଟଙ୍କ ସହିତ କରିଥିଲେ। ଭାରତର ପ୍ରସିଦ୍ଧ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଖେଳମନ୍ତ୍ରୀ କିରଣ ରିଜିଜୁଙ୍କୁ ଟ୍ରେନିଂ ପାଇଁ ସୁଯୋଗ ଦେବାକୁ କହିଥିଲେ। ଏହା ସହିତ ଶ୍ରୀନିବାସ ଉଚିତ ପ୍ରଶିକ୍ଷଣ ପାଇଲେ ଭାରତକୁ ଅଲମ୍ପିକରେ ପଦକ ଦେବେ ବୋଲି କହିଛନ୍ତି।

ଏହାର ଉତ୍ତର ଦେଇ କ୍ରୀଡା ମନ୍ତ୍ରୀ ରିଜିଜୁ କହିଛନ୍ତି, ମୁଁ କର୍ଣ୍ଣାଟକର ଶ୍ରୀନିବାସ ଗୌଡାଙ୍କୁ ସାଇର ଟପ୍ SAI କୋଚଙ୍କ ଦ୍ବାରା ଟ୍ରେନିଂ ପାଇଁ ଡାକିବି। ସାଧାରଣ ଭାବରେ ଆଥଲେଟିକ୍ସରେ ଅଲମ୍ପିକର ମାନକ ସମ୍ପର୍କରେ ଲୋକଙ୍କର ଜ୍ଞାନ କମ୍ ଥାଏ। ଯେଉଁଠି ମାନବୀୟ ଶକ୍ତି ଓ ଦର୍ଯ୍ୟକୁ ପରଖା ଯାଇଥାଏ। ମୁଁ ଏହା ସୁନିଶ୍ଚିତ କରିବି ଯେ, ଭାରତରେ କୌଣସି ପ୍ରତିଭା କେବେ ବିନା ପରୀକ୍ଷଣରେ ରହିଯାଉ।

ଉଲ୍ଲେଖନୀୟ ଯେ, ଜମାଇକାର ଉସେନ୍ ବୋଲ୍ଡ ବିଶ୍ବର ସବୁଠୁ ଦ୍ରୁତ ଧାବକ। ବୋଲଟ ୧୦୦ ମିଟର, ୨୦୦ ମିଟର ଓ ୪* ୧୦୦ ରିଲେ ଦୌଡରେ ବିଶ୍ବ ରେକର୍ଡ କରିଛନ୍ତି। ବୋଲ୍ଟ ୧୧ ଥର ଦୌଡରେ ବିଶ୍ବ ଚମ୍ପିଆପ ହେବାର ରେକର୍ଡ ସୃଷ୍ଟି କରିଛନ୍ତି। ସେ ଦୌଡରେ ୮ଟି ଅଲମ୍ପିକ ମେଡାଲ ଜିତିଛନ୍ତି।  ବୋଲ୍ଟ ୧୦୦ ମିଟର ଦୌଡରେ ବିଶ୍ବ ଚମ୍ପିଆନ୍ ହେବାର ରେକର୍ଡ କରିଥିଲେ। ବୋଲ୍ଟ ୧୦୦ ମିଟର ଦୂରତ୍ବକୁ ୯.୫୮ ସେକେଣ୍ଡରେ ପାର କରି ବିଶ୍ବ ରେକର୍ଡ କରିଥିଲେ। ବୋଲ୍ଟ ତାଙ୍କ କ୍ୟାରିୟରରୁ ସନ୍ୟାସ ନେଇ ସାରିଛନ୍ତି।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ