ଭଦ୍ରକ: କରୋନା ନିରାକରଣ ପାଇଁ ଶ୍ରୀରାମ ମହାଯଜ୍ଞ ସମିତିର ୫୦ ହଜାର ଏକ ଟଙ୍କାର ସହାୟତା

ଭଦ୍ରକ ୫/୫:  କରୋନା ମହାମାରୀର ନିରାକରଣ ପାଇଁ ଏବେ ସବୁଠି ସହାୟତାର ହାତ । ସମସ୍ତେ ଆଗକୁ ଆଗେଇ ଆସିଛନ୍ତି । ନିଜ ସମାଜ, ଦେଶ ଜାତିର ରକ୍ଷା ପାଇଁ ସମସ୍ତେ ନିଜ ସମ୍ଭବ ସହାୟତାର ହାତ ବଢାଉଛନ୍ତି ।  ରାଜ୍ୟ ସରକାରଙ୍କ ରିଲିଫ ଫଣ୍ଡ ହେଉ କି କେନ୍ଦ୍ର ସରକାର  ପିଏମ କେୟାର୍ସ ଫଣ୍ଡ୍ ସମସ୍ତେ ଏବେ ସହାୟତା ଯୋଗାଇଦେଉଛନ୍ତି । ଭଦ୍ରକ ଜିଲ୍ଲାର ଶ୍ରୀ ରାମ ମହାଯଜ୍ଞ ସମିତି କେନ୍ଦ୍ର ସରକାରଙ୍କ ରିଲିଫ ଫଣ୍ଡକୁ ୫୦ ହଜାର ୧ ଟଙ୍କାର ସହାୟତା ପ୍ରଦାନ କରିଛି  । ବିଜେପିର ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ , ଶ୍ରୀରାମ ମହାଯଜ୍ଞ ସମିତିର ସମ୍ପାଦକ ଶରତ ପଢ଼ିଆରୀ , ଗଣମାଧ୍ୟମ ସଂଯୋଜକ ସ୍ୱାଧୀନ ସୁନ୍ଦର ଦାସ ନୂଆ ବଜାର ଷ୍ଟେଟ ବ୍ୟାଙ୍କର ମ୍ୟାନେଜର ଶୈଳେନ୍ଦ୍ର ମଲ୍ଲିକଙ୍କୁ ଏହି ୫୦ ହଜାର ୧ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏହି ସହାୟତା ରାଶି କରୋନା ପାଇଁ ଲଢେଇରେ କିଞ୍ଚିତ ମାତ୍ର ସହଯୋଗ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି କର୍ମକର୍ତ୍ତା ।

   ସମ୍ବନ୍ଧିତ ଖବର


ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେଶନ ବେଳେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର

ଉଦୟଗିରିରୁ ୭ ଫୁଟର ଅଜଗର ଉଦ୍ଧାର

ମଦ କାଉଣ୍ଟର ପରିସରରେ ଦୁଇ ଜଣ ଚାଷୀଙ୍କୁ ପଥର ଓ ବାଡ଼ିରେ ଆକ୍ରମଣ କଲେ ମଦ୍ୟପ: ଚାଷୀ ଗୁରୁତର, ୪ ଯୁବକ ଅଟକ

ଶିକ୍ଷକଙ୍କୁ କଚାଡି ମାରିଲା ହାତୀ

ଟ୍ରେନରେ କଟି ଗୋଟିଏ ପରିବାରର ୩ ମୃତ: ଆତ୍ମହତ୍ୟା ସନ୍ଦେହ