PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଜାଣନ୍ତୁ ବେବୁ, ଲିଲୁ ଏବଂ ସାର୍‌ଜୀଙ୍କ ଭୂମିକା

https://www.indiatvnews.com/

ମୁମ୍ୱାଇ – ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଧୀରେ ଧୀରେ ଅଧିକ ରହସ୍ୟବୃତ୍ତ ହୋଇଯାଉଛି । ଏଥିରେ ଅନେକ କିଛି ତଥ୍ୟ ଧୀରେ ଧୀରେ ଲୋକଙ୍କ ସାମ୍ନାକୁ ଆସୁଛି । ଏବେ ମାମଲା ସିବିଆଇ ହାତରେ । ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି । ଏବେ ସୁଶାନ୍ତ ରାଜପୁତ ଯଦି ଆତ୍ମହତ୍ୟା କଲେ ତେବେ ତାଙ୍କୁ ଏପରି କରିବା ପାଇଁ କେହି ଉସୁକାଇଥିଲେ ବୋଲି ତଦନ୍ତ ଚାଲିଛି । ସିବିଆଇ ପ୍ରଥମ ପର୍ଯ୍ୟୟରେ ବିହାର ପୁଲିସ ତଦନ୍ତ କରି ଫେରିବା ପରେ ବିହାର ପୁଲିସ ଠାରୁ କଛି ପ୍ରମାଣ ସଂଗ୍ରହ କରିଛି। ରିୟା ଚକ୍ରବର୍ତ୍ତୀଙ୍କର ଭୂମିକାକୁ ନେଇ ଏବେ ତଦନ୍ତ ଚାଲିଛି । ରିୟା ସୁଶାନ୍ତଙ୍କ ବିଭିନ୍ନ ଆର୍ଥିକ କାରବାରର ହିସାବ ରଖୁଥିଲେ ବୋଲି ଅଭିଯୋଗ ହୋଇଛି । ରିୟା ସୁଶାନ୍ତଙ୍କ ସହ କିଛି ଦିନ ବିତାଇଥିଲେ । ମାତ୍ର ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ହଠାତ୍‌ ସୁଶାନ୍ତଙ୍କୁ ଛାଡି ଚାଲିଯାଇଥିଲେ । ଏବେ ସିବିଆଇ ଏହାର ଯାଞ୍ଚ କରୁଛି ।

ଖୋଜା ଚାଲିଛି ଡାଏରୀ
ଏବେ ସୁଶାନ୍ତଙ୍କ ଡାଏରୀ ଖୋଜା ଚାଲିଛି । ରିୟା ଚକ୍ରବର୍ତ୍ତୀ ତାଙ୍କ ପାଖରେ ସୁଶାନ୍ତଙ୍କର ଏକ ଡାଏରୀ ଥିବା କଥା ଦାବି କରଥିଲେ । ଏହି ଡାଏରୀରେ ସୁଶାନ୍ତ ତାଙ୍କ କଥା ଏବଂ ରିୟାଙ୍କ ପରିବାର ବିଭିନ୍ନ ଲୋକଙ୍କ କଥା ଉଲ୍ଲେଖ କରିଛନ୍ତି । ଏଥିରେ ସୁଶାନ୍ତ ରିୟାଙ୍କ ପରିବାର ପ୍ରତି ଖୁସୀ ବ୍ୟକ୍ତ କରିଥିବା ରିୟା ଏକ ଭିଡିଓ ମେସେଜ୍‌ରେ ଦାବି କରିଛନ୍ତି । ହେଲ ଏହି କଥାରେ କେତେ ସତ୍ୟତା ରହିଛି ତାହା ଦେଖିବା କଥା । ତେବେ ଏହି ଡାଏରୀରେ ସୁଶାନ୍ତ ତାଙ୍କ ପରିବାର ଏବଂ ରିୟାଙ୍କ ସମ୍ପର୍କରେ ୭ ଧାଡି ଲେଖିଥିବା କଥା ସୂଚନା ମିଳିଛି । ଏଥିରେ ରିୟାଙ୍କର ପରିବାର ଲୋକଙ୍କ ପ୍ରତି ସେ କୃତଜ୍ଞତା ପ୍ରକାଶ କରିଥିବା କଥା ଉଲ୍ଲେଖ ରିୟା ପ୍ରକାଶ କରିଥିଲେ ।
ସୁଶାନ୍ତଙ୍କ ଶେଷ ସିନେମା ଥିଲା ଦିଲ୍‌ ବିଚାରା । ଯାହା ଅନ୍‌ଲାଇନ୍‌ ପାଲ୍ଟଫର୍ମରେ ରିଲିଜ୍‌ ହୋଇଥିଲା । ସେହିପରି ଚିଛୋରେ ସିନେମାରେ ସେ ଆତ୍ମହତ୍ୟା ନ କରିବା ପାଇଁ ସନ୍ଦେଶ ଦେଇଥିଲେ ।

ମାତ୍ର ରିୟା କହୁଥିବା ଡାଏରୀରେ ସେ ସାତ ଧାଡି ଲେଖିଛନ୍ତି । ଏଥିରେ ତାଙ୍କର ସ୍ୱାକ୍ଷର ନାହିଁ । ଏଥିରେ ସେ ବେବୁ, ଲିଲୁ ଏବଂ ସରଜୀଙ୍କ ନାମ ଉଲ୍ଲେଖ କରିଛନ୍ତି ।
ଏହି ଡାଏରୀରେ ସେ ଲେଖିଥିବା ସାତ ଲାଇନ୍‌

  • ମୁଁ ମୋ ଜୀବନ ପ୍ରତି କୃତଜ୍ଞତା ପ୍ରକାଶ କରୁଛି ।
  • ମୋ ଜୀବନରେ ଲିଲୁ ପ୍ରତି କୃତଜ୍ଞତା ପ୍ରକାଶ କରୁଛି ।
  • ମୋ ଜୀବନରେ ବେବୁ ପ୍ରତି କୃତଜ୍ଞତା ପ୍ରକାଶ କରୁଛି ।
  • – ମୋ ଜୀବନରେ ସାର୍‌ଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି ।
  • ମୋ ଜୀବନରେ ମାମ୍‌ଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି ।
  • – ମୋ ଜୀବନରେ ଥିବା ଦାୟିତ୍ୱ ପ୍ରତି କୃତଜ୍ଞତା ପ୍ରକାଶ କରୁଛି ।
  • – ମୋ ଜୀବନରେ ଚାରିପଟେଥିବା ପ୍ରେମ ପ୍ରତି କୃତଜ୍ଞତା ପ୍ରକାଶ କରୁଛି ।

ଏସ୍‌ଆଇଟି ଯେଉଁମାନଙ୍କ ବୟାନ ରେକର୍ଡ କରିଛି ଏବଂ ତଦନ୍ତ ପରିସର ଭୁକ୍ତ କରିଛି । ସେମାନ ସମସ୍ତେ ସିବିଆଇର କାମରେ ଆସି ପାରନ୍ତି । ମୁମ୍ବାଇ ଯାଇଥିବା ଏସ୍‌ଆଇଟି ଟିମ୍‌ ଅନେକ ଲୋକଙ୍କୁ ପଚରା ଉଚରା କରିଛି । ଯେଉଁଠାରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ସେଠାରେ ମଧ୍ୟ ଏସ୍‌ଆଇଟି ପହଞ୍ଚି ତଦନ୍ତ କରିଥିଲା । ତେବେ ପାଟନା ପୁଲିସ ତଦନ୍ତ କରିଥିବା ସମସ୍ତଲୋକଙ୍କ ଉପରେ ସିବିଆଇର ନଜର ରହିବ ।


ପୁଲିସ ଟିମ୍‌ ଏହି ଘଟଣାରେ ଜଡିତ ସମସ୍ତ କାଗଜ ପତ୍ର ପାଟନା ପୁଲିସଠାରୁ ଗ୍ରହଣ କରିଛି । ଏହାକୁ ଗୋପନୀୟ ରଖାଯାଇଛି । ଏହି ଘଟଣାରେ ଅନେକ ତଥ୍ୟ ଉନ୍ମୋଚିତ ହୋଇ ପାରିବ ବୋଲି ଆଶା କରାଯାଉଛି ।

ତେବେ ସୁଶାନ୍ତ ଡାଏରୀରେ ଲେଖିଥିବା ବେବୁ, ଲିଲୁ ଏବଂ ସରଜୀଙ୍କ ବିଷୟରେ ସିବିଆଇ ତଦନ୍ତ କରିବା ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର