ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ସୁଶାନ୍ତଙ୍କ ଫ୍ଲାଟ୍‌ରେ ୩ ଜଣଙ୍କୁ ସିବିଆଇ ଜେରା, କାହା ବୟାନରେ ନାହିଁ ତାଳମେଳ

ମୁମ୍ବାଇ,୨୪/୦୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଟିମ୍‌ ରବିବାର ଦିନ ବି ଅଭିନେତାଙ୍କ ମୁମ୍ବାଇସ୍ଥିତ ଫ୍ଲାଟ୍‌ରେ ପହଞ୍ଚି ତନାଘନା ଚଳାଇଥିଲା। ସୁଶାନ୍ତଙ୍କ ବନ୍ଧୁ ତଥା ଫ୍ଲାଟ୍‌ମେଟ୍‌ ସିଦ୍ଧାର୍ଥ ପିଠାନି, ହେଲ୍‌ପର ଦୀପେଶ ଏବଂ ରୋଷେୟା ନିରଜ ସିଂହଙ୍କୁ ନେଇ ସିବିଆଇ ସେଠାରେ ପହଞ୍ଚିଥିଲା।ଏହାପରେ ସମସ୍ତଙ୍କୁ ୩ ଘଣ୍ଟା ଧରି ଜେରା କରିଥିଲା । କିନ୍ତୁ କାହା ବୟାନରେ ତାଳମେଳ ନ ଥିଲା।

{"id":156432,"width":641,"height":403,"sizeSlug":"large"}

ମିଳିଥିବା ଖବର ମୁତାବକ, ସିବିଆଇ ଟିମ୍‌ ଜୁନ୍‌ ୧୩ ଓ ୧୪ ତାରିଖର ଘଟଣାକୁ ନେଇ ସିଦ୍ଧାର୍ଥ, ଦୀପେଶ ଏବଂ ନିରଜଙ୍କୁ ପଚରାଉଚରା କରିଥିଲା । କିନ୍ତୁ କାହା ବୟାନରେ ତାଳମେଳ ନ ଥିଲା । ସମସ୍ତେ ପୃଥକ୍‌ ପୃଥକ୍‌ ବୟାନ ଦେଇଥିଲେ । ଏହି ବୟାନଗୁଡ଼ିକୁ କେନ୍ଦ୍ରକରି ସିବିଆଇ ଏହାର ତଦନ୍ତକୁ ଆହୁରି ଶାଣିତ କରିବ ବୋଲି କୁହାଯାଉଛି। ସିବିଆଇର ଏକ ଟିମ୍‌ ରବିବାର ୱାଟରଷ୍ଟୋନ ରିସୋର୍ଟ ବି ଯାଇଥିଲା। ସେଠାରେ ସୁଶାନ୍ତ ୨ ମାସ ବିତାଇଥିଲେ। ସିବିଆଇ ଟିମ୍‌ ସେଠାରେ ଦୁଇଘଣ୍ଟା ରହି ଯାଞ୍ଚ କରିଥିଲା । ରିସୋର୍ଟରେ ରହିବା ବେଳେ ସୁଶାନ୍ତଙ୍କ ମୁଡ୍‌ କିଭଳି ଥିଲା, ତାହା ଜାଣିବାକୁ ଏଜେନ୍ସି ଚେଷ୍ଟା କରିଥିଲା। ଖୁବଶୀଘ୍ର ରିୟାଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ରୋଷେୟା ନିରଜ ସିଂହର ଏକ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁମ୍ବାଇ ପୁଲିସ ଜେରା ବେଳେ ନିରଜ ଏହି ବୟାନ ଦେଇଥିଲା । ଏଥିରେ ସେ ଜୁନ୍‌ ୮ର ଘଟଣା ସମ୍ପର୍କର ଖୁଲାସା କରିଛି। ସେ କହିଛି ଯେ ସୁଶାନ୍ତଙ୍କ ମୃତ୍ୟୁର ଠିକ୍‌ ୬ ଦିନ ପୂର୍ବେ, ଅର୍ଥାତ୍‌ ଜୁନ୍‌ ୮ ତାରିଖରେ ରିୟା ମାଡାମ (ସୁଶାନ୍ତଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ) ବହୁତ ରାଗରେ ଥିଲେ । ଡିନର ନ କରି ନିଜ ବ୍ୟାଗ୍‌ ପ୍ୟାକ୍‌ କରି ସେ ସୁଶାନ୍ତଙ୍କ ଘର ଛାଡ଼ିଦେଇଥିଲେ । ଏମିତି କି ସାଙ୍ଗରେ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ନେଇଯାଇଥିଲେ ।

ନିରଜ କହିଛି, ‘ସବୁଦିନ ଭଳି ଜୁନ୍‌ ୮ରେ କେଶବ ଓ ମୁଁ ସମସ୍ତଙ୍କ ପାଇଁ ଡିନର ଖାଦ୍ୟ ବନାଇଥିଲୁ। ଆମେ ସାର୍‌ (ସୁଶାନ୍ତ ସିଂହ) ଓ ମାଡାମ୍‌ (ରିୟା)ଙ୍କ ପାଇଁ ଡିନର୍‌ ପରଷିବା ଲାଗି ପ୍ରସ୍ତୁତି କରୁଥିଲୁ। ଏହି ସମୟରେ ରିୟା ମାଡାମ୍‌ ବହୁତ ରାଗରେ ଥିବା ଜଣାପଡୁଥିଲେ। ତାଙ୍କ ଆଲମାରିରେ ଥିବା ସମସ୍ତ ପୋଷାକ ବ୍ୟାଗ୍‌ରେ ପୂରାଇବାକୁ ଆମକୁ କହିଲେ । ଡିନର ନ କରି ଘରୁ ପଳାଇଥିଲେ। ଏହାପରେ ସାର୍‌ ପୂରା ସମୟ ରୁମ୍‌ରେ ବସିରହିଥିଲେ।’’ ପୂର୍ବରୁ ମିଳିଥିବା ସୂଚନା ମୁତାବକ ରିୟା ସୁଶାନ୍ତଙ୍କ ଘର ଛାଡ଼ିବା କ୍ଷଣି ମହେଶ ଭଟ୍ଟଙ୍କୁ ମେସେଜ କରିଥିଲେ। ଉଭୟଙ୍କ ମଧ୍ୟରେ ଅନେକ ସମୟ ଧରି ଚାଟିଙ୍ଗ୍‌ ହୋଇଥିଲା। ରିୟା ଠିକ୍‌ କରିଛନ୍ତି ବୋଲି ମହେଶ କହିଥିଲେ।

କୋଭିଡ-୧୯ ଲକ୍‌ଡାଉନ୍‌ ବେଳେ ରିୟା ମାଉଣ୍ଟ ବ୍ଲାଙ୍କ (ଯେଉଁଠି ସୁଶାନ୍ତଙ୍କ ଫ୍ଲାଟ୍‌ ଥିଲା) ସିଫ୍ଟ ହୋଇଥିଲେ। ଏହାପରେ ସେ ସୁଶାନ୍ତଙ୍କ ସହ ଏକାଠି ରହିଥିଲେ। ବେଳେବେଳେ ଦିନେ ଦୁଇଦିନ ଅନ୍ତରାଳରେ ସେ ନିଜ ପିତାମାତାଙ୍କୁ ଭେଟିବାକୁ ଯାଉଥିଲେ। ପିତାମାତା ବି ତାଙ୍କୁ କେବେକେବେ ଦେଖିବାକୁ ଚାଲିଆସୁଥିଲେ। ଲକ୍‌ଡାଉନ୍‌ ବେଳେ ସୁଶାନ୍ତ ଓ ରିୟା ବ୍ଲାକ୍‌ କଫି ନେଉଥିଲେ। ଏହାପରେ ଟରେସକୁ ଯାଇ ୱାର୍କଆଉଟ୍‌ କରୁଥିଲେ। ମଧ୍ୟାହ୍ନଭୋଜନ ପରେ ବେଳେବେଳେ ସେମାନେ ଟରେସରେ ଯୋଗ ବି କରୁଥିଲେ। ସଙ୍ଗୀତ ଶୁଣୁଥିଲେ। ଡିନର ପାଇଁ ଖାଦ୍ୟ ପ୍ରସ୍ତୁତ ଚାଲିଥିବା ବେଳେ ସୁଶାନ୍ତ ଶୋଇବାକୁ ଚାଲିଯାଉଥିଲେ। ଖାଦ୍ୟ ପ୍ରସ୍ତୁତ ପରେ ସମସ୍ତଙ୍କୁ ଡକାଯାଉଥିଲା । ଏହା ସେମାନଙ୍କର ଡେଲି ରୁଟିନ୍‌ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.