PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆମ୍ବୁଲାନ୍ସ ଡ୍ରାଇଭର କଲେ ବଡ ଖୁଲାସା, କହିଲେ- ବିଦେଶରୁ ଆସୁଛି ଧମକପୂର୍ଣ୍ଣ ଫୋନ୍ କଲ୍, ଘଟଣା ଦିନ…

https://indianexpress.com/

ପାଟନା,୫।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ପ୍ରତିଦିନ ରହସ୍ୟମୟ ହେବାରେ ଲାଗିଛି। ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବିହାର ପୋଲିସ ହତ୍ୟାକାଣ୍ଡ ବୋଲି କହିବା ସହ ତଦନ୍ତ ଜାରି ରଖିଛି। ତେବେ ଏହା ଭିତରେ ସୁଶାନ୍ତଙ୍କ ମୃତଦେହ ନେଇକି ଯାଇଥିବା ଆମ୍ବୁଲାନ୍ସ ଚାଳକ ଦେଇଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା। ଆମ୍ବୁଲାନ୍ସ ଚାଳନ ଅବଦୁଲ କରିମ କହିଛନ୍ତି, ତାଙ୍କୁ ବିଦେଶୀ ନମ୍ବରରୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଛି। ସେ କହିଛନ୍ତି ତାଙ୍କୁ ଏହି ମାମଲାରେ କିଛି ନକହିବାକୁ ଧମକ ଦିଆଯାଉଛି।

ସୁଶାନ୍ତଙ୍କ ମୃତ୍ୟୁ ପରେ କରିମ ନିଜର ସାଥୀଙ୍କ ସହିତ ତାଙ୍କ ଘରେ ପହଁଞ୍ଚି ମୃତଦେହକୁ କୁପର ହସ୍ପିଟାଲ ନେଇକି ଯାଇଥିଲେ। ତାଙ୍କର କହିବା ଅନୁସାରେ, ଯେତେବେଳେ ସେ ବାନ୍ଦ୍ରା ଫ୍ଲାଟରେ ପହଁଞ୍ଚିଥିଲେ ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ନଥିଲା, ବଂର ତଳେ ରହିଥିଲା। ତାଙ୍କର ଟିମ୍ ଧଳା କପଡା ଘୋଡାଇ  ସୁଶାନ୍ତଙ୍କ ମୃତଦେହ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଯାଇଥିଲେ। ଏହାଛଡା ସେ ଆଶ୍ଚର୍ଯ୍ୟକର ସୂଚନା ଦେଇ କହିଛନ୍ତି, ସୁଶାନ୍ତଙ୍କ ମୃତଦେହର ଫଟୋ ମୁମ୍ବାଇ ପୋଲିସ ହିଁ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲା। ପୋଲିସ ତାଙ୍କୁ ପ୍ରଥମେ କହିଥିଲା ନାନାବତୀ ହସ୍ପିଟାଲ ନେବାକୁ, ତେବେ ଏହାପରେ ତାଙ୍କୁ କୁପର ହସ୍ପିଟାଲକୁ ନେବାକୁ କହିଥିଲା।

ସୁଶାନ୍ତଙ୍କ ଘରକୁ ଦୁଇଟି ଆମ୍ବୁଲାନ୍ସ ପଠାଇବା ନେଇ ଆମ୍ବୁଲାନ୍ସ ମାଲିକ ରାହୁଲ କହିଛନ୍ତି, ଯେଉଁଦିନ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ସେ ଦିନ ଗାଁରେ ଥିଲେ। ତେଣୁ ତାଙ୍କର ଭାଇ ଅକ୍ଷୟ ଆମ୍ବୁଲାନ୍ସ ନେଇ ସୁଶାନ୍ତଙ୍କ ଘରେ ପହଁଞ୍ଚିଥିଲେ। ଅକ୍ଷୟ ଯେତେବେଳେ ସୁଶାନ୍ତଙ୍କ ଘରେ ପହଁଞ୍ଚିଥିଲେ ତାଙ୍କର ମୃତଦେହ ପୂର୍ବରୁ ହିଁ ତଳେ ଥିଲା। ଏହାପରେ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କର ମୃତଦେହକୁ ଷ୍ଟେ୍ରଚରରେ ନେଇ ବିଲ୍ଡିଂ ତଳକୁ ଓହ୍ଲାଇଥିଲେ। ଆମ୍ବୁଲାନ୍ସକୁ ହ୍ବିଲଚେୟାରରେ କିଛି ଅସୁବିଧା ଆସିବା କାରଣରୁ ସେହି ଆମ୍ବୁଲାନ୍ସରେ ସୁଶାନ୍ତଙ୍କ ବଡି ଫିଟ୍ ହେଉନଥିଲା। ତେଣୁ ରାହୁଲ ତାଙ୍କର ଆଉ ଏକ ଆମ୍ବୁଲାନ୍ସ ଡକାଇଥିଲେ।