ଏବେ କେହି ବି ନେଇ ପାରିବ ଟର୍ମ ପ୍ଲାନ୍, ଆସିଲା ‘ସରଳ ଜୀବନ ବୀମା’

ନୂଆଦିଲ୍ଲୀ ୧୬/୧୦: ଷ୍ଟାଣ୍ଡାର୍ଡ ଟର୍ମ ଲାଇଫ୍ ପଲିସି(Standard term life policy) ଆଣିବା ନେଇ ଘୋଷଣା କଲା ଇନସ୍ୟୁରାନ୍ସ ରେଗୁଲେଟର IRDAI । ଅନେକ ଦିନରୁ ଏନେଇ ଶୁଣିବାକୁ ମିଳୁଥିଲା । ଅଲଗା ଅଲଗା କମ୍ପାନୀମାନେ ଭିନ୍ନ ଭିନ୍ନ ଟର୍ମ ଲାଇଫ୍ ଇନସ୍ୟୁରାନ୍ସ ପ୍ରଡକ୍ଟ ବିକନ୍ତି । ଏହାର ସର୍ତ୍ତ ଓ ନିୟମ ସବୁ ଭିନ୍ନ ଭିନ୍ନ ଥିବାରୁ ଗ୍ରାହକମାନେ ହଇରାଣରେ ପଡନ୍ତି । ଅନେକ ସମୟରେ ସେମାନେ ପଲିସି ସମ୍ପର୍କରେ ଠିକ୍ ଭାବେ ବୁଝିପାରନ୍ତି ନାହିଁ ଏବଂ କ୍ରୟ କରନ୍ତି । ତେବେ IRDAI ନିର୍ଦ୍ଦେଶ ଅନୁସାରେ ବୀମା କମ୍ପାନୀମାନେ ୧ ଜାନୁୟାରୀ ୨୦୨୧ରେ ଏହି ପ୍ରଡକ୍ଟକୁ ମାର୍କେଟରେ ଲଞ୍ଚ୍ କରିପାରନ୍ତି ।

ଷ୍ଟାଣ୍ଡାର୍ଡ ଟର୍ମ ପଲିସି ଏମିତି ଏକ ପ୍ରଡକ୍ଟ ଯାହାର ନିୟମ ଓ ସର୍ତ୍ତ ସବୁ ବୀମା କମ୍ପାନୀଙ୍କ ପାଇଁ ଏକ ପ୍ରକାର ହେବ । କୌଣସି ବି ବୀମା କମ୍ପାନୀରୁ କ୍ରୟ କଲେ ଆପଣଙ୍କୁ ଟର୍ମ ଇନସ୍ୟୁରାନ୍ସର ବେନିଫିଟ୍ ମଧ୍ୟ ଏକ ପ୍ରକାର ମିଳିବ । ଏହି ପଲିସିକୁ ୧୮ ବର୍ଷରୁ ଆରମ୍ଭ କରି ୬୫ ବର୍ଷ ବୟସ୍କ କେହି ବି ନେଇପାରିବେ । ପଲିସିର ଟର୍ମ ୫ ବର୍ଷରୁ ୪୦ ବର୍ଷ ପର୍ଯ୍ୟନ୍ତ ହେବ । ଏଥିରେ ସର୍ବାଧିକ ମ୍ୟାଚୁରିଟିର ବୟସ ୭୦ ବର୍ଷ ହେବ । ପୂର୍ବରୁ ଟର୍ମ ପ୍ଲାନରେ ବୀମା କମ୍ପାନୀମାନେ ଗ୍ରାହକଙ୍କୁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ମାଗୁଥିଲେ ଯାହା ଫଳରେ ଛୋଟ-ବଡ ବ୍ୟବସାୟୀ ଟର୍ମ ପ୍ଲାନ୍ ନେଇ ପାରୁନଥିଲେ । କାରଣ ସେମାନଙ୍କ ପାଖରେ ଟ୍ୟାକ୍ସ ରିଟର୍ଣ୍ଣ ନଥାଏ । ଟ୍ୟାକ୍ସ ରିଟର୍ଣ୍ଣରେ ଅତି କମରେ ୨ ଲକ୍ଷରୁ ୫ ଲକ୍ଷର ବାର୍ଷିକ ଆୟ ଜରୁରୀ ହେଉଥିଲା । କିନ୍ତୁ IRDAI ଏହି ସର୍ତ୍ତକୁ ଏବେ ପଲିସିରୁ ହଟାଇ ଦେଇଛି । ଏହାର ଫାଇଦା ଏହା ହେବ ଯେ ଏବେ ଅନେକ ଲୋକ ପଲିସିରେ ସାମିଲ ହୋଇପାରିବେ । ଅଧିକ ଲୋକ ଟର୍ମ ପ୍ଲାନ ନେଇପାରିବେ । ଆସନ୍ତୁ ଜାଣିବା ଏହି ବୀମାର କଣ ଫାଇଦା ଏବଂ କରାଯାଇଥିବା କିଛି ପରିବର୍ତ୍ତନ ସମ୍ପର୍କରେ…

୧. ସରଳ ଜୀବନ ବୀମା ପଲିସିକୁ କୌଣସି ବି ବୀମା କମ୍ପାନୀରୁ କ୍ରୟ କଲେ ସର୍ତ୍ତ ଓ ଫାଇଦା ସମାନ ହେବ, କୌଣସି ବି କମ୍ପାନୀ ଏଥିରେ ପରିବର୍ତ୍ତନ କରିପାରିବନି ।
୨. ଏହାକୁ ବୁଝିବା ସହଜ ହେବ । ଏହାର ଫିଚର୍ସ ବହୁତ ସରଳ ହେବ ଯାହାକୁ କେହି ବି ବୁଝିପାରିବେ ।
୩. ସର୍ତ୍ତ ଓ ବେନିଫିଟ୍ ଏକ ପ୍ରକାର ହେବ । କ୍ଲେମ୍ ସେଟଲମେଣ୍ଟ ସହଜ ହେବ ।
୪. ଏହା ସମ୍ପୂର୍ଣ୍ଣ ପ୍ରକାର ରିକ୍ସ କଭର, ନନ୍ ଲିଙ୍କ୍ଡ ପ୍ରଡକ୍ଟ ।
୫. ଆତ୍ମହତ୍ୟାକୁ ଛାଡି ପଲିସିରେ କୌଣସି ବି ପ୍ରକାର ଏକ୍ସକ୍ଲୁଜନ୍ ନାହିଁ ।
୬. ଏଥିରେ ବାର୍ଷିକ ବ୍ୟତୀତ ମାସିକ ପ୍ରିମିୟମ୍ ଭରିବା ବିକଳ୍ପ ମଧ୍ୟ ହେବ । ECS/NACH ଜରିଆରେ ପ୍ରିମିୟମ୍ ଭରିପାରିବେ ।
୭.  ପଲିସି ସରେଣ୍ଡର କଲେ କୌଣସି ପ୍ରକାର ପୈଠ କରିବାକୁ ପଡିବନି । ଲୋନ୍ ସୁବିଧା ମିଳିବନି, ମ୍ୟାଚୁରିଟି ଲାଭ ହେବନି । କାରଣ ଏଥିରେ କେବଳ ଡେଥ୍ ବେନିଫିଟ୍ ହୋଇଥାଏ ।

   ସମ୍ବନ୍ଧିତ ଖବର


ଭାରତରେ ପ୍ରଥମ ଥର ଏହି ରାଜ୍ୟରେ ହେଲା ହେଙ୍ଗୁ ଚାଷ, ଖାଦ୍ୟରେ ଏହାକୁ ବ୍ୟବହାର କଲେ ବୃଦ୍ଧିପାଏ ହଜମଶକ୍ତି

ପୁଣି ଖସିଲା ସୁନା-ରୂପା ଦାମ୍

5G ରଣକ୍ଷେତ୍ରରେ ଏୟାର୍‌ଟେଲ୍‌- ଜିଓ ମଧ୍ୟରେ ହେବ ଟକ୍କର; ଆମେରିକାରେ ଜିଓର ୫ଜି ପରୀକ୍ଷଣ ସଫଳ

ଗବେଷକ ତିଆରି କଲେ ମାଂସ ସ୍ୱାଦଯୁକ୍ତ ଆଇସ୍‌କ୍ରିମ୍‌ ‘ଆଇସ୍‌ ମିଟ୍‌’, ଦେଖନ୍ତୁ ଭିଡିଓ…

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଓଡ଼ିଶାରେ ବେକାରି ହାର ୨.୧%-ସିଏମ୍‌ଆଇଇ