ଗୁଗୁଲ ଇଣ୍ଡିଆର ନୂତନ ମୁଖ୍ୟଭାବରେ ସଞ୍ଜୟ ଗୁପ୍ତା ନିଯୁକ୍ତ,ଷ୍ଟାର ଓ ଡିଜନୀର ସଫଳତାରେ ରହିଛି ଗୁରୁତ୍ବପୂର୍ଣ୍ଣ ଅବଦାନ

ନୂଆଦିଲ୍ଲୀ,୮।।୧୧: ଗୁଗୁଲ ଇଣ୍ଡିଆ  ଶୁକ୍ରବାର ଷ୍ଟାର ଓ ଡିଜନୀ ଇଣ୍ଡିଆର ପରିଚାଳନା ନିର୍ଦେଶକ ସଞ୍ଜୟ ଗୁପ୍ତାଙ୍କୁ ନୂଆ କଣ୍ଟ୍ରି ମ୍ୟାନେଜର ଭାବରେ ନିଯୁକ୍ତ କରିଛନ୍ତି। ସଞ୍ଜୟ ଗୁପ୍ତାଙ୍କୁ ଇଣ୍ଡଷ୍ଟ୍ରୀରେ ୩ ଦଶକର ଅନୁଭବ ରହିଛି। ଆସନ୍ତା ବର୍ଷ ଆରମ୍ଭରୁ ସେ ନିଜର ପଦଭାର ଗ୍ରହଣ କରିବେ। ଗୁଗୁଲ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଇଣ୍ଟରନେଟ୍ ଇକୋସିଷ୍ଟମକୁ ମଜବୁତ କରିବା ଓ କମ୍ପାନୀର ବ୍ୟବସାୟକୁ ବଢାଇବା ପାଇଁ ସଞ୍ଜୟ ଗୁପ୍ତା କାମ କରିବେ। ସେ ମୁମ୍ବାଇରେ ରହିବା ସମୟରେ ଗୁଗୁଲର ଗୁରଗ୍ରାମ, ହାଇଦ୍ରାବାଦ ଓ ବେଙ୍ଗାଲୁରରେ ଥିବା ଟିମ ସହିତ କାମ କରିବେ। ଆସନ୍ତା ବର୍ଷ ଆରମ୍ଭରୁ ସେ ନିଜର ପଦଭାର ଗ୍ରହଣ କରିବେ।

ଭାରତରେ ଷ୍ଟାର ଇଣ୍ଡିଆକୁ ବଡ ମିଡିଆ କମ୍ପାନୀ ଭାବରେ ତିଆରି କରିବାରେ ସଞ୍ଜୟ ଗୁପ୍ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହା ସହିତ ହଟଷ୍ଟାରକୁ ବହୁଚର୍ଚ୍ଚିତ କରିବାରେ ତାଙ୍କର ଯୋଗଦାନ ରହିଛି। ଏହାଛଡା ସେ ଷ୍ଟାରରେ ରହି ପ୍ରୋ-କବାଡି ଲିଗ୍ ଓ ଇଣ୍ଡିଆନ୍ ସୁପର ଲିଗର ଅଧିଗ୍ରହଣ ଓ ଲଞ୍ଚିଂରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଷ୍ଟାର ଇଣ୍ଡିଆ ପୂର୍ବରୁ ସଞ୍ଜୟ ହିନ୍ଦୁସ୍ତାନ ୟୁନିଲିଭର ଓ ଏୟାରଟେଲ ଭଳି ଅଗ୍ରଣୀ କମ୍ପାନୀରେ ମଧ୍ୟ କାମ କରିସାରିଛନ୍ତି।   ଗୁଗୁଲ ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ହେବାପରେ ସଞ୍ଜୟ ଖୁସି ବ୍ୟକ୍ତ କରିବା ସହ କହିଛନ୍ତି ଏହା ଭାରତକୁ କିଛି ଅଦ୍ଭୁତ ଚ୍ୟାଲେଞ୍ଜକୁ ସମାଧାନ କରିବା ଓ ଇଣ୍ଟରନେଟକୁ ଲୋକଙ୍କ ବିକାଶର ଏକ ଇଞ୍ଜିନ ଭାବରେ ତିଆରି କରିବାର ଉପଯୁକ୍ତ ସମୟ।

   ସମ୍ବନ୍ଧିତ ଖବର


ଭୁଲ୍ ଆଧାର ନମ୍ବର ଦେଲେ ଲାଗିପାରେ ୧୦ ହଜାର ପର୍ଯ୍ଯନ୍ତ ଜୋରିମାନା

ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

‘ଗୁରୁଜୀ ମୁଁ ଆସୁଛି’ କହି ୭ମ ମହଲାରୁ ଡେଇଁ ପଡିଲେ ଇଞ୍ଜିନିୟରିଂ ଛାତ୍ର