ବିଜେଡି ପ୍ରଚାର ପାଇଁ ରୋଡ୍‌ମ୍ୟାପ ପ୍ରସ୍ତୁତ , ନବୀନ ନିବାସରେ ଷ୍ଟାର୍‌ ପ୍ରଚାରକ

ଭୁବନେଶ୍ୱର,୨୪ା୩(ବ୍ୟୁରୋ): କେଉଁଠି କିଏ ପ୍ରଚାର କରିବ? କାହାର କେଉଁ ଏରିଆରେ ପତିଆରା ଅଛି? କେଉଁ ବର୍ଗଙ୍କୁ ସୁହାଇଲା ଭଳି କିଏ କହିପାରିବ? ଏମିତି ନାନା ତର୍ଜମା ପରେ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାର ଟିମ୍‌ ପାଇଁ ରୋଡ୍‌ମ୍ୟାପ ପ୍ରସ୍ତୁତ କରିଛି । ଷ୍ଟାର ପ୍ରଚାରକ ତାଲିକାରେ ଥିବା କିଛି ନେତାଙ୍କୁ ନବୀନ ନିବାସରୁ ଡାକରା ମିଳିଥିଲା । ରୋଡ୍‌ମ୍ୟାପ୍‌ ପାଇଁ ତୁହାକୁ ତୁହା ଆଲୋଚନା ହୋଇଥିଲା । ଦଳ ପକ୍ଷରୁ ତିଆରି ହୋଇଥିବା ଯୋଜନା ସମ୍ପର୍କରେ ଷ୍ଟାର ପ୍ରଚାରକ ଓଲିଓଡ୍‌ ଷ୍ଟାର ଅନୁଭବ ମହାନ୍ତିଙ୍କ ସହ ଆଲୋଚନା ହୋଇଛି । ସେ କେଉଁ କେଉଁ ଜିଲ୍ଲାରେ ପ୍ରଚାର କରିବେ, ସେନେଇ ତାଙ୍କୁ ଅବଗତ କରାଯାଇଛି । ଏହାବାଦ୍‌ କେତୋଟି ସଭା ଆଉ ରୋଡ୍‌ ସୋ କରିବେ, ସେ ସମ୍ପର୍କରେ ଆଲୋଚନା ହୋଇଛି ।

ପଞ୍ଚାୟତ ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରିଥିବା ଜିଲ୍ଲା ସହ ଦକ୍ଷିଣ ଓଡ଼ିଶାରେ ତାଙ୍କୁ ଅଧିକ ପ୍ରଚାର କାମରେ ଲଗାଇବାକୁ ଚାହୁଁଛି ଦଳ । ଏହାବାଦ ମୁନ୍ନା ଖାନ ମଧ୍ୟ ନବୀନ ନିବାସକୁ ସକାଳ ବେଳା ଆସିଥିଲେ । ତାଙ୍କ ସହ ମଧ୍ୟ ପଚ୍ରାର ସମ୍ପର୍କରେ ଆଲୋଚନା ହୋଇଛି । ସଂଖ୍ୟାଲଘୁ ବହୁଳ ଭଦକ୍ର, କଟକ, କେନ୍ଦ୍ରାପଡା଼, ବାଲେଶର୍ୱ, ଜଗତସିଂହପୁର ସହ ତାଙ୍କ ନିଜ ଅଞ୍ଚଳ ନବରଙ୍ଗପୁରକୁ ପଠାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।
ଷ୍ଟାର ପ୍ରଚାରକ ତାଲିକାରେ ଥିବା ସିଦ୍ଧାନ୍ତ ମହାପାତ୍ର, ଅରିନ୍ଦମ ଓ କୁନା ତ୍ରିପାଠୀଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି କରୁଛି ଦଳ । ତେବେ ଏ ସମସ୍ତଙ୍କ ଛଡା ସବୁଠି କିନ୍ତୁ ପ୍ରଚାରମଙ୍ଗ ନିଜେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ହିଁ ଧରିବେ । ସେହିଭଳି ଷ୍ଟାର ପ୍ରଚାରକ ତାଲିକାରେ ଥିବା ଅନ୍ୟ ନେତାଙ୍କୁ ଦଳ କେଉଁଠି କାମରେ ଲଗାଇବ । ତାକୁ ନେଇ ମଧ୍ୟ ଦଳ ବିସ୍ତୃତ ଯୋଜନା କରିଛି ।

   ସମ୍ବନ୍ଧିତ ଖବର


ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା

ଛକରେ ମା’କୁ ଛାଡ଼ିଗଲା ଅବିବେକୀ ପୁଅ; ମା’ ଆଖିରୁ ଶୁଖୁନି ଲୁହ…

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଫଳ