ରାଜ୍ୟ ରାଜନୀତିରେ ଷ୍ଟାର୍‌ ୱାର୍‌; ଆଗରେ ବିଜେଡି-ବିଜେପି, ବଲିଉଡ ତାରକା ଆଣିବ କଂଗ୍ରେସ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ଖାଲିପଡ଼ିଛି ଶୁଟିଂ ସେଟ୍‌ । କ୍ୟାମେରା ଫ୍ରେମ୍‌ରେ ଦିଶୁନାହାନ୍ତି ଅଭିନେତା । ସିନେମା ନାହିଁ । ପ୍ରେକ୍ଷାଳୟ ବି ଫାଙ୍କା । ସିନେ ଦୁନିଆ ଛାଡ଼ି ରାଜନୀତି ରଣାଙ୍ଗନରେ ଅଭିନେତା । ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ଷ୍ଟାର୍‌ ୱାର୍‌ । ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ସହ ଯୋଡ଼ି ହୋଇ ଯାଇଛନ୍ତି ମାଳ ମାଳ ଷ୍ଟାର୍‌ । ଏଥିରେ ଆଗରେ ରହିଛନ୍ତି ବିଜେଡି ଆଉ ବିଜେପି ଦଳ । ପଛରେ ପଡ଼ିଛି କଂଗ୍ରେସ । ଦଳରେ କେହି ଷ୍ଟାର୍‌ ନଥିବାବେଳେ ନିର୍ବାଚନ ବୈତରଣୀ ପାର୍‌ ପାଇଁ ଦଳ ବଲିଉଡ ତାରକାଙ୍କୁ ଓଡ଼ିଶା ଆଣିବ ବୋଲି ଶୁଣିବାକୁ ମିଳୁଛି ।

ବିଜେଡିରେ ସଂଖ୍ୟାଧିକ ଅଭିନେତା, କଳାକାର ରହିଛନ୍ତି । କିନ୍ତୁ ଗତ ନିର୍ବାଚନ ପରି ଏଥର ସଂଖ୍ୟା କମିନି ବରଂ ବଢ଼ିଛି । ମାତ୍ର ଅନୁଭବ ମହାନ୍ତିଙ୍କୁ ଛାଡ଼ିଲେ କାହାରିକୁ ଟିକେଟ୍‌ ମିଳିନି । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବୈଜୟନ୍ତଙ୍କ ବିରୋଧରେ ଦଳ ଅନୁଭବଙ୍କୁ ପ୍ରାର୍ଥୀ କରିଛି । ସେହିପରି ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ଏଥର ଟିକେଟ୍‌ ମିଳିନି । ତାଙ୍କ ସ୍ଥାନରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଥିବା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି । ସିଦ୍ଧାନ୍ତଙ୍କୁ ଦଳ ଷ୍ଟାର୍‌ ପ୍ରଚାରକ ତାଲିକାରେ ରଖିଥିବାବେଳେ ତାଙ୍କୁ ଚିଲିକା ନିର୍ବାଚନମଣ୍ଡଳୀରୁ ବିଧାନସଭା ଟିକେଟ୍‌ ମିଳିବା ନେଇ ଚର୍ଚ୍ଚା ହେଉଛି । ସେହିପରି ୨୦୧୪ରେ ଅଭିନେତାରୁ ନେତା ସାଜି କୋରେଇ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ଯାଇଥିବା ଆକାଶ ଦାସ ନାୟକ ଟିକେଟ୍‌ ପାଇବା ଆଶାରେ ରହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଟିକେଟ୍‌ ଚୂଡ଼ାନ୍ତ ହୋଇନି ।

ବାକି ଅନ୍ୟ କୌଣସି ଅଭିନେତାଙ୍କୁ ଟିକେଟ୍‌ ମିଳିନି । କିନ୍ତୁ ସମସ୍ତେ ନବୀନ ନିବାସ ଆସି ଥରେ ଦୁଇଥର ଚକ୍କର୍‌ କାଟି ଯାଇଛନ୍ତି । ଯେହେତୁ ଆଉ କିଛି ନିର୍ବାଚନମଣ୍ଡଳୀ ପାଇଁ ଟିକେଟ୍‌ ବଣ୍ଟନ ହୋଇନାହିଁ ତେଣୁ ଦଳ ସହ ଥିବା ଅଭିନେତା, କଳାକାରମାନେ ଟିକେଟ୍‌ ପାଇବାକୁ ଅନାଇ ରହିଛନ୍ତି । ତା’ପୂର୍ବରୁ ଦଳ ଚତୁରତାର ସହ କାହାକୁ ନଛାଡ଼ି ସମସ୍ତଙ୍କୁ ଷ୍ଟାର୍‌ ପ୍ରଚାରକ ତାଲିକାରେ ସାମିଲ କରିନେଇଛି । ଯେଉଁମାନେ ଗାଁ ଗାଁ ବୁଲି ନିଜ ଚେହେରାର ଚମକରେ ଭୋଟରଙ୍କୁ ଚମକାଇବା ଆଉ ଭୋଟ୍‌ ଟାଣିବେ । ଯେଉଁଥିରେ ସାଂସଦ ପ୍ରଶାନ୍ତ ନନ୍ଦ, କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ମୁନ୍ନା ଖାଁ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ, ଅରିନ୍ଦମ ରାୟ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ଓରଫ୍‌ କୁନା ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ଏଲିନା ଦାଶ ପ୍ରମୁଖ ରହିଛନ୍ତି । ଏମାନଙ୍କ ବ୍ୟତୀତ୍‌ ଦଳରେ ତୃପ୍ତି ଦାସ, କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର, ଅଭିନେତା ଉତ୍ତମ ମହାନ୍ତି, ଅସିତ୍‌ ପତି, ସାତ୍ତ୍ୱିକ ମିଶ୍ର, କଣ୍ଠଶିଳ୍ପୀ ସୁବାସ ଦାସ ପ୍ରମୁଖ ରହିଛନ୍ତି ।

ଷ୍ଟାର୍‌ଙ୍କୁ ସାମିଲ କରିବାରେ ବିଜେଡିକୁ ଟକ୍କର୍‌ ଦେଇଛି ବିଜେପି । ଦଳ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ଦିଗପହଣ୍ଡିରୁ ବିଧାନସଭା ପ୍ରାର୍ଥୀ କରିଛି । ସେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ବିରୋଧରେ ଲଢ଼ିବେ । ଅଭିନେତ୍ରୀ ମହାଶ୍ୱେତାଙ୍କୁ ପୁରୀରୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଥିବାବେଳେ କିନ୍ତୁ ସେମିତି କିଛି ଘୋଷଣା ହୋଇନି । ଗତକାଲି ଦଳରେ ଅଭିନେତ୍ରୀ ବିଦୁସ୍ମିତା ଏବଂ ଅଭିନେତା ଅଖିଳ ପଟ୍ଟନାୟକ ସାମିଲ ହୋଇଛନ୍ତି । ଏଥିସହ ଦଳରେ ଗୀତିକାର ପଞ୍ଚାନନ ନାୟକ, ଅଭିନେତା ମିହିର ଦାସ, ଅଜିତ୍‌ ଦାସ, ଶ୍ରୀତମ୍‌ ଦାସ, ପିଣ୍ଟୁ ନନ୍ଦ, ହରିହର ମହାପାତ୍ର, ଅଭିନେତ୍ରୀ ଅପରାଜିତା ମହାନ୍ତି, ଅଭିନେତ୍ରୀ ଅନୁ ଚୌଧୁରୀ, ସଙ୍ଗୀତଜ୍ଞ ମନ୍ମଥ ମିଶ୍ର ଏବଂ ତାଙ୍କ ପତ୍ନୀ ତଥା କଣ୍ଠଶିଳ୍ପୀ କ୍ରୀଷ୍ଣା ମିଶ୍ର ରହିଛନ୍ତି । ସେହିପରି କଂଗ୍ରେସରେ ବିଶେଷ କେହି ଷ୍ଟାର୍‌ ତଥା କଳାକାର ନାହାନ୍ତି । ନିକଟରେ ଦଳରେ ମିଶିଛନ୍ତ

   ସମ୍ବନ୍ଧିତ ଖବର


ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଏଣିକି ମେଧାବୀଙ୍କୁ ଲାପଟପ୍‌ ବଦଳରେ ମିଳିବ ଟଙ୍କା, ୧୫ ହଜାର ଛାତ୍ରଛାତ୍ରୀ ପାଇବେ ଏତିକି ଟଙ୍କା

ମାଛ ଚାଷରେ ମହିଳା ଏସ୍‌ଏଚ୍‌ଜିଙ୍କ ସଫଳତା: ଲକ୍‌ଡାଉନ୍‌ରେ ୨୧ ହଜାର କ୍ବିଣ୍ଟାଲ ଉତ୍ପାଦନ

ସଫଳତାର ଶୀର୍ଷରେ ସ୍ବାତୀ

ଆଳୁ ଅସମ୍ଭାଳ: କେଜି ୫୨ ଛୁଇଁଲା, ପଶ୍ଚିମବଙ୍ଗରେ ବି ଅଣାୟତ୍ତ

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବିଇଓ ଅଫିସ୍‌ ମୁଖ୍ୟ କିରାଣି, ୫ହଜାର ଲାଞ୍ଚ ନେଇ ଧରାପଡ଼ିଲେ