ଆରମ୍ଭ ହେଲା ‘ରାଜ ପଞ୍ଚକ’; ସମ୍ପତ୍ତି ପାଇଁ ଏହା ହେଉଛି ଶୁଭ ସମୟ

ହିନ୍ଦୁ ଧର୍ମ ଅନୁସାରେ ଏକ ଭଲ ମୁହୁର୍ତ୍ତ ଦେଖି ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ କରାଯାଇଥାଏ। ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଶୁଭ ସମୟରେ କରାଯାଇଥିବା କାମ ସଫଳ ହୁଏନାହିଁ। ଏହି କାରଣ ଯୋଗୁଁ ପଞ୍ଚକରେ ସମସ୍ତ ଶୁଭ କାର୍ଯ୍ୟ କରାଯାଇଥାଏ। ପଞ୍ଚକ ଦ୍ବାରା ଅନ୍ତର୍ଗତ ଧନିଷ୍ଠ, ସତଭିଷା, ଉତ୍ତରା ଭାଦ୍ରପଦ, ପୂର୍ବା ଭାଦ୍ରପଦ ଏବଂ ରେବତି ନକ୍ଷେତ୍ର ଆସିଥାଏ। ଚଳିତବର୍ଷ ୪ ମାର୍ଚ୍ଚ ସୋମବାର ରାତି ପ୍ରାୟ ୧ଟା ୫୪ ମିନିଟରୁ ଆରମ୍ଭ ହୋଇଥିବା ପଞ୍ଚକ ୯ ମାର୍ଚ୍ଚ ଶନିବାର ରାତି ପ୍ରାୟ ୧୧ଟା ୪୮ମିନିଟ ପର୍ଯ୍ୟନ୍ତ ରହିବ।
ପଞ୍ଚକ କଣ ? ଏହା କେତେ ପ୍ରକାର? ଏହାକୁ କିଭଳି ପାଳନ କରାଯାଏ ଆସନ୍ତୁ ଜାଣିବା।
୧. ରୋଗ ପଞ୍ଚକ: ରବିବାର ଆରମ୍ଭ ହୋଇଯାଇଥିବା ପଞ୍ଚକକୁ ରୋଗ ପଞ୍ଚକ କୁହାଯାଏ। ଏହାର ପ୍ରଭାବରେ ପାଞ୍ଚ ଦିନ ଶାରିରୀକ ଏବଂ ମାନସିକ ସମସ୍ୟାବହୁଳ ହୋଇଥାଏ। ଏହି ପଞ୍ଚକରେ କୈାଣସି ପ୍ରକାର ଶୁଭ କାର୍ଯ୍ୟ କରାଯାଏ ନାହିଁ। ସବୁ ପ୍ରକାର ମାଙ୍ଗଳିକ କାର୍ଯ୍ୟରେ ଏହି ପଞ୍ଚୁକକୁ ଅଶୁଭ ମାନାଯାଇଥାଏ।
୨. ରାଜ ପଞ୍ଚକ: ସୋମବାର ହୋଇଥିବା ପଞ୍ଚକକୁ ରାଜ ପଞ୍ଚକ କୁହାଯାଏ। ଏହାକୁ ଶୁଭ ମନାଯାଇଥାଏ। ଏହାର ପ୍ରଭାବରେ ଏହି ପାଞ୍ଚ ଦିନରେ ସରକାରୀ କାର୍ଯ୍ୟରେ ସଫଳତା ମିଳିଥାଏ। ରାଜ ପଞ୍ଚକରେ ସମ୍ପତ୍ତି ସହିତ ଯୋଡି ରହିଥିବା କିଛି କାର୍ଯ୍ୟ କଲେ ଶୁଭ ଫଳ ମିଳିଥାଏ।
୩. ଅଗ୍ନି ପଞ୍ଚକ: ମଙ୍ଗଳବାର ଆରମ୍ଭ ହୋଇଥିବା ପଞ୍ଚକକୁ ଅଗ୍ନି ପଞ୍ଚକ କୁହାଯାଏ। ଏହି ପାଞ୍ଚ ଦିନ କୋର୍ଟ କଚେରି ଏବଂ ବିବାଦ ଭଳି କିଛି ନିଷ୍ପତ୍ତି, ନିଜର ଅଧିକାର ପ୍ରାପ୍ତ କରିବା ଭଳି କିଛି କାମ କରାଯାଇଥାଏ। ଏହି ପାଞ୍ଚ ଦିନ ଅଗ୍ନିଙ୍କର ଭୟ ରହିଥାଏ। ଏହି ପଞ୍ଚକରେ କୈାଣସି ପ୍ରକାର ନିର୍ମାଣ କାର୍ଯ୍ୟ, ଯାନ୍ତ୍ରିକ କାର୍ଯ୍ୟ ଆରମ୍ଭ କରିବା କଥା ନୁହେଁ। ଅଶୁଭ ମାନାଯାଇଥାଏ।
୪. ମୃତ୍ୟୁ ପଞ୍ଚକ: ଶନିବାର ଆରମ୍ଭ ହେବାକୁ ଥିବା ପଞ୍ଚକକୁ ମୃତ୍ୟୁ ପଞ୍ଚକ କୁହାଯାଏ। ନାମରୁ ହିଁ ଜଣାପଡ଼ିଯାଏ କି ଅଶୁଭ ହେବାକୁ ଥିବା ଏହି ପଞ୍ଚକ ମୃତ୍ୟୁ ସହିତ ସମାନ ହୋଇଥାଏ। ଏହି ଦିନରେ କଷ୍ଟ ହେବା ଭଳି କୈାଣସି କାମ କରନ୍ତୁ ନାହିଁ। ଏହାର ପ୍ରଭାବ ଦ୍ବାରା ବିବାଦ, ଦୁର୍ଘଟଣା ଭଳି ବିପଦ ଆସିପାରେ।
୫. ଚୋର ପଞ୍ଚକ: ଶୁକ୍ରବାର ଆରମ୍ଭ ହେବାକୁ ଥିବା ପଞ୍ଚକକୁ ଚୋର ପଞ୍ଚକ କୁହାଯାଏ। ଏହି ପଞ୍ଚକରେ ଯାତ୍ରା କରିବା ଅଶୁଭ। ପଞ୍ଚକରେ ଦେଣ ନେଣ, ବ୍ୟାପର ଭଳି କୈାଣସି ପ୍ରକାର ବ୍ୟବସାୟ କି କାରବାର କରିବା ଉଚିତ୍ ନୁହେଁ। ମନା କରାଯାଇଥିବା କାର୍ଯ୍ୟକୁ କଲେ ସେଥିରେ ଧନ ହାନି ହୋଇଥାଏ। ୬. ଅଂଶ ପଞ୍ଚକ: ଏହା ବ୍ୟତୀତ ବୁଧବାର ଏବଂ ଗୁରୁବାରକୁ ଆରମ୍ଭ ହେବାକୁ ଥିବା ପଞ୍ଚକରେ କେବଳ ଶୁଭ କାର୍ଯ୍ୟ ହିଁ କରାଯାଇଥାଏ।