ରାଜ୍ୟର ୧୯ଟି ଏୟାରଷ୍ଟ୍ରିପ୍‌ର ଉନ୍ନତିକରଣ ଏବଂ ଜୟପୁର ବିମାନବନ୍ଦର ଆଧୁନିକୀକରଣ ପାଇଁ ୩୦ କୋଟି ଅନୁଦାନ

ଭୁବନେଶ୍ୱର ୧୩/୩: ରାଜ୍ୟର ୧୯ଟି ଏୟାରଷ୍ଟ୍ରିପ୍‌ର ଉନ୍ନତିକରଣ କରାଯିବ । ଜୟପୁରରେ ବିମାନବନ୍ଦର ଆଧୁନିକୀକରଣ ପାଇଁ ୩୦ କୋଟି ଖର୍ଚ୍ଚ ହେବ । ଉନ୍ନତିକରଣ ହେବାକୁ ଥିବା ଏୟାରଷ୍ଟ୍ରିପ୍‌ ତାଲିକାରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ ମଧ୍ୟ ରହିଛି । ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ମୂଳ ପ୍ରଶ୍ନକର୍ତ୍ତା ବିଧାୟକ ତାରାପ୍ରସାଦ ବାହିନୀପତି କହିଲେ, ଜୟପୁର ବିମାନବନ୍ଦରରୁ କେବେଠାରୁ ବିମାନ ଉଡ଼ାଣ ଆରମ୍ଭ ହେବ? ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା କହିଲେ, ଜୟପୁର ବିମାନବନ୍ଦରର ଆଧୁନିକୀକରଣ ପାଇଁ ପ୍ରସ୍ତାବ ଅଛି । ଏହି ବିମାନବନ୍ଦରରୁ ପ୍ରତିଦିନ ଉଡ଼ାଣ ପାଇଁ ଉଡାନ୍‌ ଯୋଜନାରେ ପ୍ରସ୍ତାବ ରହିଛି । ଉଡାନ୍‌ ଯୋଜନାରେ ଜୟପୁରକୁ ସାମିଲ କରାଯାଇଛି । ଏଠାରୁ ବିମାନ ଚଳାଚଳ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନିଲାମ ଡକାଯାଇଛି । ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଲେ ଚୟନ ସଂସ୍ଥା ବିମାନବନ୍ଦରରୁ ଉଡ଼ାଣ ଓ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯିବ । ଏହି ଆଲୋଚନାରେ ବିଧାୟକ ରଘୁରାମ ପାଡାଲ୍‌, ଲତିକା ପ୍ରଧାନ ଓ ଦେବୀ ମିଶ୍ର ପ୍ରମୁଖ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ ।

   ସମ୍ବନ୍ଧିତ ଖବର


ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ହକି ବିଶ୍ୱକପ୍‌-୨୦୨୩ ପ୍ରସ୍ତୁତି ପର୍ବ ଆରମ୍ଭ: ୭ରେ ରାଉରକେଲା ଆସିବେ ଉଚ୍ଚସ୍ତରୀୟ କମିଟି

୩ଟି ପୁଅର ମା’କୁ ପ୍ରେମରେ ଫସାଇ ଶାରୀରିକ ଶୋଷଣ କଲେ ପ୍ରତାରକ ପ୍ରେମିକ, ପତ୍ନୀର ମାନ୍ୟତା ଦେଲେ କିନ୍ତୁ ଘରକୁ ନ ନେଇ ହତ୍ୟାଧମକ ଦେଇ ବନ୍ଧା ହେଲେ ଡିଇଓ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା