ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଭୁବନେଶ୍ୱର,୨୮/୧୧: ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜ ଡିସେମ୍ବର ୧ ତାରିଖରୁ ଖୋଲିବ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ କରୋନା ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ରକ୍ଷା ସହ ସମସ୍ତ ଗାଇ ଡଲାଇନ୍‌ ଓ ଏସ୍‌ଓପି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ପାଇଁ ସମସ୍ତ ମେଡିକାଲ କଲେଜରେ ଭିଡିଓ କନଫରେନ୍ସିଂରେ ପାଠପଢ଼ା ହେଉଥିଲା । ଏଣିକି ନୂଆ ନିର୍ଦ୍ଦେଶନାମା ପରେ ଡାକ୍ତରୀ ଛାତ୍ରଛାତ୍ରୀମାନେ କଲେଜକୁ ଆସି ପଢ଼ିବେ ।