PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ଖୁବ୍ ଶୀଘ୍ର ବନ୍ଦ ହୋଇଯିବ ଏସବିଆଇ ଏଟିଏମ କାର୍ଡ,ଏଭଳି ଆପଣ ବାହାର କରିପାରିବେ ଟଙ୍କା

ନୂଆଦିଲ୍ଲୀ,୨୦।୮: ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ) ଆଗାମୀ ଦିନରେ ଏଟିଏମ୍ କାର୍ଡ ବନ୍ଦ କରିବାକୁ ଯାଉଛି। ଯଦି ଏହି ଯୋଜନା ସଫଳ ହୋଇଯାଏ ତେବେ ଖୁବ୍ ଶୀଘ୍ର ପ୍ଲାଷ୍ଟିକର ଏଟିଏମ କାର୍ଡ ସମସ୍ତଙ୍କ ପାଇଁ ଅତୀତ ପାଲଟିଯିବ। ଦେଶର ସବୁଠାରୁ ବଡ ବ୍ୟାଙ୍କ ଏହା ସ୍ଥାନରରେ ଅଧିକ ଡିଜିଟାଲ ପେମେଣ୍ଟେ ପ୍ରଣାଳୀ ଆଣିବା ଦିଗରେ କାମ କରିବ।  ଏ ସମ୍ପର୍କରେ ଏସବିଆଇର ଅଧ୍ୟକ୍ଷ ରଜନୀଶ କୁମାର ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ରଜନୀଶ କହିଛନ୍ତି, ଆମର ଯୋଜନା ଏଟିଏମ କାର୍ଡର ପ୍ରଚଳନକୁ ବାହାର କରିବା। ଆମେ ଏହି କଥାକୁ ନେଇ ଆଶ୍ବସ୍ତ ଯେ, ଆମେ ଏହାକୁ ଶେଷ କରିପାରିବୁ। ସାରା ଦେଶରେ ୯୦ କୋଟି ଡେବିଟ୍ କାର୍ଡ ଓ ୩ କୋଟି କ୍ରେଡିଟ୍ କାର୍ଡ ରହିଛି।

ଏବେ ପ୍ରଶ୍ନ ଉଠୁଛି ଯେ, ଏଟିଏମ୍ କାର୍ଡ ବନ୍ଦ ହେବାପରେ ଗ୍ରାହକମାନେ କିଭଳି ଏଟିଏମ ମେସିନରୁ ନଗଦ ଟଙ୍କା ବାହାର କରିପାରିବେ? ତେବେ ଆସନ୍ତୁ ଜାଣିବେ ପର୍ଯ୍ୟାୟକ୍ରମେ କିଭଳି ଟଙ୍କା କରିପାରିବେ ବାହାର। ଏସବିଆଇର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି, ବ୍ୟାଙ୍କକୁ ଡେବିଟ୍ କାର୍ଡ ମୁକ୍ତ ଦେଶ କରିବାରେ ‘ୟୋନୋ’ ଆପ୍ଳିକେସନର ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିବ। ଏହାର ଅର୍ଥ ଆଗାମୀ ଦିନରେ ‘ୟୋନୋ’(ୟୁ ଓନଲି ନିଡ୍ ଓ୍ବାନ୍) ଆପ୍ଲିକେସନ ଜରିଆରେ କ୍ୟାସ୍ ବାହାର କରିପାରିବେ।

ଏସବିଆଇର ‘ୟୋନୋ’ ଆପ୍ଲିକେସନରେ ‘ୟୋନୋ’ କ୍ୟାସ୍’ ନାମକ ଏକ ସୁବିଧା ଦିଆଯାଇଥାଏ। ଏହା ଅନୁସାରେ ଗ୍ରାହକ ବିନା କାର୍ଡ ବ୍ୟବହାର କରି ଏସବିଆଇର ‘ୟୋନୋ’ କ୍ୟାସପଏଣ୍ଟ ଏଟିମରୁ ଟଙ୍କା ବାହାର କରିପାରିବେ। ଏଥପାଇଁ ବ୍ୟାଙ୍କ ପୂର୍ବରୁ ୬୮,୦୦୦ ‘ୟୋନୋ କ୍ୟାସପଏଣ୍ଟ’ ସ୍ଥାପନ କରିସାରିଛି ଓ ଆଗାମୀ ଓ ଆଗାମୀ ୧୮ ମାସ ଭିତରେ ୧୦ ଲକ୍ଷ କରିବାର ଯୋଜନା ରହିଛି।

ଏଥିପାଇଁ ଆପଣଙ୍କୁ ଫୋନରେ ଏସବିଆଇର ‘ୟୋନୋ’(YONO) ଆପ୍ଲିକେସନକୁ ଇନଷ୍ଟଲ କରିବାକୁ ହେବ। ଏହାପରେ ‘ୟାନୋ’ର ଆପ୍ ‘ୟୋନୋ କ୍ୟାସ’ କାଟାଗୋରିକୁ ସିଲେକ୍ଟ କରିବାକୁ ହେବ। ଏହି କାଟାଗୋରି ଖୋଲିବା ପରେ ଆପଣଙ୍କ ଠାରୁ ଆମାଉଣ୍ଟ ସମ୍ପର୍କିତ ସୂଚନା ନିଆଯିବ। ଏହାର ଅର୍ଥ ସେତିକି ଆମାଉଣ୍ଟ ଏଣ୍ଟର କରିବାକୁ ହେବ ଯେତିକି ଆପଣଙ୍କର ଦରକାର। ଆଗାମୀ ଷ୍ଟେପରେ ଆପଣଙ୍କୁ ୬ ଡିଜିଟ୍ ଟ୍ରାଞ୍ଜାକସନ୍ ପିନର ଚୟନ କରିବାକୁ ହେବ। ଏହି ପିନର ଆବଶ୍ୟକତା ଏଟିଏମରୁ ଟଙ୍କାର ବାହାର କରିବା ସମୟରେ ପଡିବ। ଏହା ଛଡା ଆପଣଙ୍କୁ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ମେସେଜ ଆସିବ। ଏହି ମେସେଜରେ ଟ୍ରାଞ୍ଜାକସନ୍ ନମ୍ବର ରହିଥିବ।

ଏହାପରେ ଆପଣଙ୍କୁ ଏସବିଆଇର ନିକଟସ୍ଥ ‘ୟୋନୋ କ୍ୟାସପଏଣ୍ଟ’ ଏଟିଏମକୁ ଯିବାକୁ ହେବ। ଏଠାରେ ଏଟିଏମ ସ୍କ୍ରିନରେ ‘ୟୋନୋ କ୍ୟାସ୍’ ବିକଳ୍ପ ଚୟନ କରିବାକୁ ହେବ। ଏହାକୁ ସିଲେକ୍ଟ କରିବା ପରେ ନିଜର ଟ୍ରାଞ୍ଜାକସନ୍ ନମ୍ବର ମଗାଯିବ। ଏହା ଆପଣଙ୍କୁ ମେସେଜ ଜରିଆାରେ ମିଳିଥିବା ଟ୍ରାଞ୍ଜାକସନ୍ ନମ୍ବରକୁ ଏଣ୍ଟର କରିବାକୁ ହେବ। ପରେ ଆମାଉଣ୍ଟ ଟାଇପ୍ କରି ‘ୟୋନୋ ଆପ୍’ରୁ ସିଲେକ୍ଟ ୬ ଡିଜିଟ୍ ପିନ ଏଣ୍ଟର କରିବାକୁ ହେବ। ପିନ୍ ପକାଇବା ପରେ ଆପଣଙ୍କୁ କ୍ୟାସ୍ ମିଳିଯିବ। ଗ୍ରାହକଙ୍କୁ ପିନ୍ ଓ ଟ୍ରାଞ୍ଜାକସନ୍ ନମ୍ବର ଦୁଇଟିର ସାହାର୍ଯ୍ୟରେ ୩୦ ମିନିଟ୍ ଭିତରେ ବାହାର କରିବାର ପକ୍ରିୟା ପୂରଣ କରିବାକୁ ହେବ। ଏହାପରେ ନମ୍ବର ଅବୈଧ ହୋଇଯିବ।