PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରଉତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

କାମଚଳା ରାଜ୍ୟ ବଜେଟ୍‌ ୨୦୧୯-୨୦: ଆଗାମୀ ବର୍ଷ ପାଇଁ ୮.୫୦ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ

ଭୁବନେଶ୍ୱର, ୭ା୨(ବ୍ୟୁରୋ): ଆଗାମୀ ଅର୍ଥିକ ବର୍ଷ (୨୦୧୯-୨୦) ଓଡ଼ିଶା ଅର୍ଥନୀତି ୮ରୁ ୮.୫ % ହାରରେ ବଢ଼ିବ । ଏମିତି ଲକ୍ଷ୍ୟ ରଖିଛନ୍ତି ସରକାର । ହେଲେ ଏ ସ୍ୱପ୍ନକୁ ପାଳିବା ପାଇଁ ଆବଶ୍ୟକ ଯୋଜନା ଖର୍ଚ୍ଚ ଲାଗି ସମ୍ବଳ ନାହିଁ । ପୁଳାଏ ଋଣ କରି ଭରଣା କରିବେ ଖର୍ଚ୍ଚ । ଯେଉଁଥିପାଇଁ ବିତ୍ତୀୟ ଶୃଙ୍ଖଳା ବିଗିଡ଼ିଯବା ଆଶଙ୍କା ଦେଖା ଦେଇଛି ।
କାର୍ଯ୍ୟକ୍ରମ ଖର୍ଚ୍ଚ (ଯୋଜନା ବ୍ୟୟ) ବଢ଼ିବ ମାତ୍ର ୬.୪ % । ଜଳସମ୍ପଦ ଓ ପୂର୍ତ୍ତ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଖର୍ଚ୍ଚକୁ କାଟି ଦିଆଯାଇଛି ଚଳିତ ବର୍ଷ (୨୦୧୮-୧୯) ତୁଳନାରେ ।
କିନ୍ତୁ କାଳିଆ ଯୋଜନା ପାଇଁ କୃଷି ବିଭାଗର ଖର୍ଚ୍ଚ ଅଟକଳକୁ ପାଖାପାଖି ୮୦ % ଅଧିକ ସମ୍ବଳ ଯୋଗାଇ ଦିଆଯାଇଛି । ମଧୁବାବୁ ପେନ୍‌ସନ୍‌ ଭଳି ଯୋଜନାକୁ ଅଧିକ ପାଣ୍ଠି ଯୋଗାଇବା ଲାଗି ସାମାଜିକ ସୁରକ୍ଷା ବିଭାଗର ବ୍ୟୟ ଅଟକଳ ବି ବଢ଼ିଛି ପାଖାପାଖି ୨୨ % ।
ସରକାରୀ କର୍ମଚାରୀଙ୍କ ଦରମା ଓ ପେନସନ ବାବଦରେ ୩୮,୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଯାହା ମୋଟ ନିଜସ୍ୱ ଟିକସ ଆୟଠୁ ୫ ହଜାର ୮୦୦ କୋଟି ଟଙ୍କା ଅଧିକ । ଅର୍ଥାତ୍‌ ମାତ୍ର ୮ ଲକ୍ଷ କର୍ମଚାରୀ ଓ ପେନସନ ଭୋଗୀଙ୍କୁ ପୋଷିବା ଲାଗି ରାଜ୍ୟ ମୋଟ ନିଜସ୍ୱ ଆୟ (ଟିକସ ଓ ଅଣ ଟିକସ)ର ୮୫% ଅର୍ଥ ଖର୍ଚ୍ଚ ହେବ ।
ବର୍ଷ ଶେଷ ବେଳକୁ ରାଜ୍ୟର ଋଣ ଭାର ୧ ଲକ୍ଷ କୋଟି ଟପିଯିବ (୧ ଲକ୍ଷ ୩ ହଜାର କୋଟି) । ମୋଟ ରାଜ୍ୟ ଘରୋଇ ଉତ୍ପାଦ ଓ ଋଣ ବୋଝ ଅନୁପାତ ୨୦.୨୦ ପ୍ରତିଶତକୁ ଉଠିବ । ମୁଣ୍ଡପିଛା ଋଣ ବୋଝ ୨୩ ହଜାର କୋଟି ଡେଇଁଯିିବ ।
ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଆଜି ଏଭଳି ଚିତ୍ର ଦେଖାଇଛନ୍ତି । ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌ ଉପସ୍ଥାପନ କରି ଯେଉଁ ଆର୍ଥିକ ସ୍ଥିତି ରଖିଛନ୍ତି, ସେଥିରୁ ରାଜ୍ୟର ସମ୍ବଳ ଦୁଶ୍ଚିନ୍ତା ଜଳଜଳ ବାରି ହେଉଛି । ତଥାପି ରାଜ୍ୟ ଅଭିବୃଦ୍ଧି ଢେର ଶକ୍ତିଶାଳୀ ହାରରେ ବଢ଼ିବ ବୋଲି ଦାବି କରିଛନ୍ତି ।
ଅର୍ଥର୍ମନ୍ତ୍ରୀ କହିଛନ୍ତି, ଏ ବର୍ଷ (୨୦୧୮-୧୯) ଓଡ଼ିଶା ଅର୍ଥନୀତି ଆଖିଦୃଶିଆ ଅଭିବୃଦ୍ଧି ହାସଲ କରିଛି । ସରକାର ଆକଳନ କରିଥିଲେ ୮% ହାରରେ ବଢ଼ିବ । ହେଲେ ଆଗୁଆ ଆକଳନ କହୁଛି ଅଭିବୃଦ୍ଧି ୮.୩୫% ଛୁଇଁବ । ଜାତୀୟ ଅଭିବୃଦ୍ଧି ତୁଳନାରେ ରାଜ୍ୟ ଏ ବର୍ଷ ବି ଆଗେଇ ଯିବ । ଆଗୁଆ ଆକଳନ ଅନୁସାରେ ସର୍ବଭାରତୀୟ ସ୍ତରରେ ୨୦୧୮-୧୯ରେ ୭.୨% ଅଭିବୃଦ୍ଧି ହେବ ।


ବର୍ଷକର ଆୟ ବ୍ୟୟ ହିସାବ ଦେଇ ସରକାର ୪ ମାସର ଖର୍ଚ୍ଚ (ଜୁଲାଇ ଯାଏ) ପାଇଁ ୫୬ ହଜାର ୯୨୧ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବ ଦେଇଛନ୍ତି । ନିର୍ବାଚନ ପରେ ନୂଆ ସରକାର ଦାୟିତ୍ୱ ନେଲେ ପୂର୍ଣ୍ଣାଙ୍ଗ ବଜେଟ୍‌ ଆସିବ ।
ବଜେଟ୍‌ ପ୍ରସ୍ତାବରେ ଦର୍ଶାଯାଇଛି, ୨୦୧୯-୨୦ରେ ମୋଟ ରାଜସ୍ୱ ଆୟ ୧ ଲକ୍ଷ ୧୧ ହଜାର କୋଟି ହେବ । ଚଳିତ ବର୍ଷ ତୁଳନାରେ ୧୦ ଧ ଅଧିକ । କିନ୍ତୁ ମୋଟ ଖର୍ଚ୍ଚ ଅଟକଳ ୧ ଲକ୍ଷ ୩୨ ହଜାର କୋଟି ଟପିବ । ବାକି ୨୦ ହଜାର ୮୦୦ କୋଟି ଟଙ୍କା ବିଭିନ୍ନ ଋଣ ସୂତ୍ରରୁ ଭରଣା କରାଯିବ ।
ରାଜ୍ୟର ନିଜସ୍ୱ ଟିକସ ଆୟ ପାଖାପାଖି ୧୫.୫୮ ଧ ହାରରେ ବଢ଼ିବ ବୋଲି ସରକାର ଆଶା ରଖିଛନ୍ତି । ୨୮,୫୫୦ କୋଟିରୁ ୩୩,୦୦୦ କୋଟିକୁ ଲମ୍ଫ ମାରିବ । ହେଲେ ଚଳିତ ବର୍ଷ ଏ ବାବଦରେ ଆୟ ବଢ଼ିଛି ମାତ୍ର ୪.୭୯ % ।
ଅଣ ଟିକସ ଆୟ ବି ୧୬.୫୦% ବଢ଼ିବ ଏବଂ ୧୦ ହଜାର ୩୦୦ କୋଟିରୁ ବଢ଼ି ୧୨ ହଜାର କୋଟି ହେବ ବୋଲି ଦର୍ଶାଯାଇଛି । ମୋଟ ନିଜସ୍ୱ ଆୟ ୩୮,୮୫୦ରୁ ବଢ଼ି ୪୫ ହଜାର କୋଟି ହେବ ।
କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ବାବଦରେ ମିଳିବ ୩୯,୨୦୦ କୋଟି, କେନ୍ଦ୍ରୀୟ ଅନୁଦାନ ବାବଦରେ ୨୬,୫୦୩ କୋଟି ଟଙ୍କା ଆୟ ହେବ । ଖୋଲା ବଜାରରୁ ସରକାର ୧୪ ହଜାର ୭୫୦ କୋଟି ଟଙ୍କା ଋଣ ଉଠାଇବେ ବୋଲି ଲକ୍ଷ୍ୟ ରଖିଛନ୍ତି ।
ପ୍ରଶାସନିକ ଖର୍ଚ୍ଚ ଅଟକଳକୁ ପାଖାପାଖି ୮ ହଜାର କୋଟି ଟଙ୍କା ବୃଦ୍ଧି କରାଯାଇଛି । ୫୦ ହଜାର ୭୬୧ କୋଟିରୁ ବଢ଼ି ଏହା ୫୮ ହଜାର ୧୭୦ କୋଟି ଛୁଇଁବ । ଏଥିରୁ ଋଣ ପରିଶୋଧ ବାବଦରେ ଖର୍ଚ୍ଚ ହେବ ୬,୫୦୦ କୋଟି ଟଙ୍କା ।
କାର୍ଯ୍ୟକ୍ରମ ଖର୍ଚ୍ଚ (ପ୍ରୋଗ୍ରାାମ ଏକ୍ସପେଣ୍ଡିଚର୍‌)କୁ ୬୨ ହଜାର କୋଟିରୁ ୬୬ ହଜାର କୋଟିକୁ ବୃଦ୍ଧି କରାଯାଇଛି । ରାଜ୍ୟ କ୍ଷେତ୍ର ଯୋଜନା ଅଟକଳକୁ ୩୪,୭୬୯ କୋଟରୁ ୪୦ ହଜାର କୋଟିକୁ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ ପ୍ରବର୍ତ୍ତିତ ଏବଂ କେନ୍ଦ୍ରୀୟ ଯୋଜନାରେ ୨୫ ହଜାର ୬୫୫ କୋଟିର ଖର୍ଚ୍ଚ ପ୍ରସ୍ତାବ ରଖାଯାଇଛି । ବିତ୍ତୀୟ ନିଅଣ୍ଟ ୧୬ ହଜାର ୧୯୩ କୋଟି ଛୁଇଁବ । ଏହା ମୋଟ ଘରୋଇ ଉତ୍ପାଦର ୩ ଧ ଭିତରେ ରହିବ ଋଣ ବୋଝ ବୋଲି ସରକାର ଦାବି କରିଛନ୍ତି ।
କାଳିଆ ଯୋଜନାକୁ ୪ ହଜାର ୪୬୧ କୋଟି ଟଙ୍କା ଦିଆଯାଇଥିବା ବେଳେ ଚାଷୀଙ୍କୁ ଋଣ ରିହାତି ଖର୍ଚ୍ଚ ଭରଣା କରିବାକୁ ୮୦୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରଖାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ୮୬୪ କୋଟି, ପିଠା ଯୋଜନାକୁ ୪୦୦ କୋଟି, ଗ୍ରାମ୍ୟ ଜଳ ଯୋଗାଣ ଯୋଜନା ବସୁଧାକୁ ୨୯୩୫ କୋଟି, ମଧୁବାବୁ ପେନ୍‌ସନ୍‌କୁ ୨୧୨୦ କୋଟି ଦେବା ଲାଗି ପ୍ରସ୍ତାବ ରଖାଯାଇଛି ।
ସରକାର କହିଛନ୍ତି, କେବଳ ଚାରି ମାସର ଜରୁରି ଖର୍ଚ୍ଚ ଲାଗି କାମଚଳା ବଜେଟ ପ୍ରସ୍ତୁତ କରାଯାଇଛି । ନୂଆ ସରକାର ଆସିଲେ ନୂଆ ଯୋଜନା ଏବଂ ନୂଆ କଳେବରର ବଜେଟ୍‌ ପ୍ରସ୍ତୁତ କରିବେ । କିନ୍ତୁ ନୂଆ ଯୋଜନା ଲାଗି ଆଉ ଅଧିକ ସମ୍ବଳ କେଉଁ ସୂତ୍ରରୁ ମିଳିବ, ତାହା ବୁଝାପଡୁ ନାହିଁ । ସରକାର ଦାବି କରିଛନ୍ତି, ବିତ୍ତୀୟ ଶୃଙ୍ଖଳା ଠିକ୍‌ଠାକ୍‌ ରହିଛିି । ଅର୍ଥ କମିସନ୍‌ ଯେଉଁ ସୀମା ଧାର୍ଯ୍ୟ କରିଥିଲେ, ରାଜ୍ୟର ମୋଟ ବିତ୍ତୀୟ ନିଅଣ୍ଟ ଏବଂ ଋଣ ବୋଝ ତାକୁ ଡେଇଁ ନାହିଁ ।