PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ରାଜ୍ୟ ବଜେଟ୍‌: ମେଲ, ହ୍ୱାଟ୍‌ସଆପ୍‌, ଏସ୍‌ଏମ୍‌ଏସ୍‌ରେ ମତ ଦେବାକୁ ସାଧାରଣ ଲୋକଙ୍କୁ ଅର୍ଥମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର ୧୮/୧୨: ୨୦୨୦-୨୧ ବଜେଟ୍‌ ପ୍ରସ୍ତୁତି ପାଇଁ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଡିସେମ୍ବର ୧୮ରୁ ଜାନୁଆରୀ ୧୫ ଯାଏଁ ସାଧାରଣ ଜନତାଙ୍କ ନିକଟରୁ ମତାମତ ଗ୍ରହଣ କରାଯିବ । ଲୋକମାନେ ନିଜର ବଜେଟ୍‌ ସମ୍ବନ୍ଧୀୟ ମତାମତକୁ ସ୍ୱତନ୍ତ୍ର ୱେବ୍‌ ପୋର୍ଟାଲ କିମ୍ବା ହ୍ୱାଟ୍‌ସଆପ୍‌ ଓ ଏସ୍‌ଏମ୍‌ସ୍‌ ଜରିଆରେ ପଠାଇପାରିବେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଏହି ସୂଚନା ଦେଇଛନ୍ତି ।

ଶ୍ରୀ ପୂଜାରୀ କହିଛନ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ରାଜ୍ୟ ବଜେଟ୍‌ ପ୍ରସ୍ତୁତିକୁ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତ୍ତିରେ କରାଯାଉଛି। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ୱେବ୍‌ସାଇଟ୍‌ ଭଙ୍କୟଶରଗ୍ଧ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭରେ ଇ-ମେଲ କରି ନିଜର ମତ ରଖିପାରିବେ । ଏହାଛଡ଼ା ଲୋକମାନେ ୯୪୩୮୧୬୧୧୧୧ ମୋବାଇଲ ନମ୍ବରରେ ହ୍ୱାଟ୍‌ସଆପ୍‌ ଓ ଏସ୍‌ଏମ୍‌ଏସ୍‌ ଜରିଆରେ ମଧ୍ୟ ନିଜର ବଜେଟ୍‌ ମତାମତ ପଠାଇପାରିବେ । ଡିସେମ୍ବର ୧୮ରୁ ସାଧାରଣ ଜନତାଙ୍କ ନିକଟରୁ ମତାମତ ଗ୍ରହଣ ଆରମ୍ଭ କରାଯିବ । ୨୦୨୦ ଜାନୁଆରୀ ୧୫ ଯାଏଁ ଏହି ପ୍ରକ୍ରିୟା ଚାଲୁ ରହିବ ।

ଅର୍ଥମନ୍ତ୍ରୀ କହିଛନ୍ତି, ୨୦୧୭-୧୮ରେ ରାଜ୍ୟ ସରକାର ସାଧାରଣ ଜନତାଙ୍କ ନିକଟରୁ ୧,୬୬୭ଟି ମତାମତ ପାଇଥିବା ବେଳେ ୨୦୧୮-୧୯ ଓ ୨୦୧୯-୧୦ରେ ଏହି ସଂଖ୍ୟା ଯଥାକ୍ରମେ ୧,୭୮୦ ଓ ୪,୨୫୫କୁ ବଢ଼ିଛି । ଏଣୁ ଆସନ୍ତା ଆର୍ଥିକ ବର୍ଷ ବଜେଟ୍‌ ପ୍ରସ୍ତୁତିରେ ଅଧିକରୁ ଅଧିକ ଲୋକ ମତଦାନ ଦେଇ ବଜେଟ୍‌ ପ୍ରସ୍ତୁତିରେ ସାମିଲ ହୁଅନ୍ତୁ ବୋଲି ଶ୍ରୀ ପୂଜାରୀ ଆହ୍ୱାନ ଦେଇଛନ୍ତି ।