ରାଜ୍ୟର ୬୧ତମ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି- ଝାଡଖଣ୍ଡ ଯାଇଥିଲେ ଜର ହେବାରୁ ଅନେକ ଡାକ୍ତରଖାନା ବୁଲିଛନ୍ତି

ଭୁବନେଶ୍ୱର / ବାଲେଶ୍ୱର ଏପ୍ରିଲ ୧୯ – ରାଜ୍ୟର ୬୧ ତମ ଆକ୍ରାନ୍ତଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ଆସିଛି । ସେ ମାର୍ଚ୍ଚ ୧୩ ତାରିଖରେ ଝାଡଖଣ୍ଡ ଯାଇ ସେହିଦିନ ବାଲେଶ୍ୱର ଫେରିଥିଲେ । ତାଙ୍କୁ ୫୮ ବର୍ଷ । ଏପ୍ରିଲ ୭ ତାରିଖରେ ତାଙ୍କର ଜର ହେବାରୁ ସ୍କୁଟିରେ ବାଲେଶ୍ୱର ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ମାତ୍ର ଏହା ନ କମିବାରୁ ପୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସେହିଦିନ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପରେ କଟକ ଏସ୍‌ବି ମେଡିକାଲ୍‌କୁ ରେଫର କରାଯାଇଥିଲା ।

ଏକ ଭଡାଗାଡିରେ ସେ ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲ୍‌କୁ ଆସିଥିଲେ । ତା ପରଦିନ ଏପ୍ରିଲ ୧୪ ତାରିଖରେ ତାଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ରେଫର କରାଯାଇଥିଲା । କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ତାଙ୍କୁ କିମସ୍‌ କୋଭିଡ୍ ହସ୍‌ପିଟାଲ୍‌କୁ ରେଫ କରିଥିଲେ । ମାତ୍ର ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ କିମ୍‌ସରେ ଚିକିତ୍ସିତ ହେବାପରେ ୧୬ ତାରିଖରେ ଡିସ୍‌ଚାର୍ଜ ହୋଇଥିଲେ । ଅସୁସ୍ଥ ହେବାରୁ ୧୬ ତାରିଖରେ ଭୁବନେଶ୍ୱର ଏମ୍‌ସ୍‌ରେ ଭର୍ତ୍ତି ହୋଇଥିଲେ ।ତାଙ୍କ ସ୍ୱାବ କରୋନା ଟେଷ୍ଟ ପାଇଁ ଯାଇଥିଲା । ପଜେଟଭ୍‌ ଜଣା ପଡିବା ପରେ ତାଙ୍କୁ କିମସ୍‌ କୋଭିଡ୍‌-୧୯ ହସ୍‌ପିଟାଲ୍‌ରେ ପୁଣି ଥରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

   ସମ୍ବନ୍ଧିତ ଖବର


‘ମୋତେ ମୋ ବ୍ଲେଡ୍‌ ଦିଅ, ମୁଁ ମୋ ହାତକୁ ଆହୁରି କାଟିବି…’, ଯୁବକ ଛାଡି ପଳାଇଲେ ବୋଲି ରାସ୍ତା ମଝିରେ ହାତ କାଟି ହାଇଡ୍ରାମା କଲେ ନାବାଳିକା

ଏବର୍ଷ ହେବନି ପ୍ରସିଦ୍ଧ ବାଲିଯାତ୍ରା, କୋଭିଡ ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି

ଆପ୍‌ରେ ହେବ ଚିଲିକା ପାଇଁ ଅନ୍‌ଲାଇନ୍‌ ଡଙ୍ଗା ବୁକିଂ, ନଭେମ୍ବର ଶେଷ ସୁଦ୍ଧା ମିଳିବ ସୁବିଧା

ସମ୍ପର୍କରେ କଳଙ୍କ: ବିଧବାଙ୍କୁ ଦୁଷ୍କର୍ମ କଲା ଦେଡ଼ଶୁର

ଏନ୍‌ଏଚ୍‌ କଡ଼ରୁ ମିଳିଲା ମୃତଦେହ, ମିଳିନି ପରିଚୟ

ମାତିଲେ ଗଜରାଜ, ଦଳିଲେ ଏକର ଏକର ଧାନ ଫସଲ, ଭୟରେ ଗ୍ରାମବାସୀ