ଜିଏସଟି କ୍ଷତିପୂରଣ ବିଳମ୍ବ: ସୀତାରମଣଙ୍କୁ ଭେଟିଲେ ରାଜ୍ୟ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୦୫|୧୨: ଜିଏସଟି (ଦ୍ରବ୍ୟ ଓ ସେବା କର) କ୍ଷତିପୂରଣ ମିଳିବା ବିଳମ୍ବ ହେଉଥିବାରୁ ରାଜ୍ୟଗୁଡ଼ିକ ଆର୍ଥିକ ସଂକଟର ସାମ୍ନା କରୁଛନ୍ତି । ଏଥିପାଇଁ ସେମାନେ କେନ୍ଦ୍ର ନିକଟରେ ଚିନ୍ତା ଜାହିର କରିଛନ୍ତି । ତୁରନ୍ତ କ୍ଷତିପୂରଣ ପ୍ରଦାନ ଲାଗି ଦାବି ମଧ୍ୟ କରିଛନ୍ତି । ମିଳିଥିବା ଖବର ମୁତାବକ ବୁଧବାର ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀ ଓ ପ୍ରତିନିଧିମାନେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଥିଲେ । ଜିଏସଟି କ୍ଷତିପୂରଣ ମିଳିବାରେ ବିଳମ୍ବ ହେବା ଯୋଗୁ ସେମାନେ ସାମ୍ନା କରୁଥିବା ଅସୁବିଧା ବାବଦରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଦିଲ୍ଲୀ, ପଞ୍ଜାବ, ପୁଡୁଚେରି ଓ ମଧ୍ୟ ପ୍ରଦେଶର ଅର୍ଥମନ୍ତ୍ରୀ ଏବଂ କେରଳ, ରାଜସ୍ଥାନ, ଛତିଶଗଡ଼ ଓ ପଶ୍ଚିମବଙ୍ଗର ପ୍ରତିନିଧିମାନେ ବୈଠକରେ ସାମିଲ ହୋଇ ସୀତାରମଣଙ୍କ ନିକଟରେ ସମସ୍ୟା ଉଠାଇଥିଲେ । ବୈଠକ ପରେ ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି, ରାଜ୍ୟଗୁଡ଼ିକୁ ଏ ପର୍ଯ୍ୟନ୍ତ ଅଗଷ୍ଟ ଓ ସେପ୍ଟେମ୍ବରର ଜିଏସଟି କ୍ଷତିପୂରଣ ଦିଆଯାଇ ନାହିଁ । ଏଥିପାଇଁ କେନ୍ଦ୍ର ନିକଟରେ ଆମେ ଚିନ୍ତା ଜାହିର କରିବା ସହ ଦାବି ଉପସ୍ଥାପନ କରିଛୁ । ଆମେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ନିକଟରେ ପ୍ରସଙ୍ଗ ଉଠାଇଥିଲୁ । ଅଗଷ୍ଟ-ସେପ୍ଟେମ୍ବରର କ୍ଷତିପୂରଣ ଏ ଯାଏ ମିଳିନାହିଁ । ଅକ୍ଟୋବର-ନଭେମ୍ବରର କ୍ଷତିପୂରଣ ମିଳିବା ମଧ୍ୟ ବିଳମ୍ବ ହେବା ନେଇ ଆଶଙ୍କା ଦେଖାଦେଇଛି ।

ରାଜ୍ୟଗୁଡ଼ିକୁ ଖୁବଶୀଘ୍ର ଜିଏସଟି କ୍ଷତିପୂରଣ ପ୍ରଦାନ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇ ନାହିଁ ବୋଲି ବାଦଲ କହିଛନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, କ୍ଷତିପୂରଣ ପାଣ୍ଠିରେ ପର୍ଯ୍ୟାପ୍ତ ଟଙ୍କା ରହିଛି । ସେସ ଆଦାୟରୁ ୫୦,୦୦୦ କୋଟି ଟଙ୍କା ଆଦାୟ କରାଯାଇଛି । ତେଣୁ ରାଜ୍ୟଗୁଡ଼ିକୁ ତୁରନ୍ତ କ୍ଷତିପୂରଣ ଦେବା ଉପରେ କେନ୍ଦ୍ର ପଦକ୍ଷେପ ନେବ ବୋଲି ଆଶା କରୁଛୁ ।

   ସମ୍ବନ୍ଧିତ ଖବର


ଗ୍ରାହକଙ୍କ ଅର୍ଡର ଅନୁସାରେ ବାଇକ୍ ପ୍ରସ୍ତୁତ କରିବ ୟାମାହା, ପସନ୍ଦ ଅନୁସାରେ ରହିବ କଲର୍

ମାର୍କେଟକୁ ଆସିଲା ଇ-ସିମ୍, ଜାଣନ୍ତୁ ବ୍ୟବହାର କରିବାର ଫାଇଦା

ବିଏସଏନଏଲର ଏହି ପ୍ରିପେଡ୍ ପ୍ଲାନରେ ୩୬୫ ଦିନର ବୈଧତା ସହିତ ପ୍ରତିଦିନ ମିଳୁଛି ୨ ଜିବି ଡାଟା

ବହୁତ କମ୍ ଦାମରେ ପାଆନ୍ତୁ ୧୫୦ Mbpsର ସ୍ପିଡ୍ ଇଣ୍ଟରନେଟ୍ ଓ ଆହୁରି ବହୁତ କିଛି

ପୁଣି ବଢିଲା ପେଟ୍ରୋଲ-ଡିଜେଲ୍ ଦାମ୍

ଆଗାମୀ ବର୍ଷ ଲଞ୍ଚ୍ ହେବ Samsungର ନୂଆ Galaxy Z Fold 3