PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ୍ ବିଲ୍ ରାକେଟ ମାମଲା : ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ

କଟକ, ୦୫/୦୮ : ଓଡ଼ିଶା ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ଓ୍ବିଙ୍ଗ୍ ଦ୍ବାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ। ଏହି ମାମଲାର ତୃତୀୟ ମାଷ୍ଟରମାଇଣ୍ଡ୍ ବସନ୍ତ କୁମାର ପଟ୍ଟନାୟକ ଭୁବନେଶ୍ଵରରୁ ଗିରଫ ହୋଇଛନ୍ତି। ତାଙ୍କୁ ରାଉରକେଲାର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଯିବ। ସେପଟେ ଏହି ମାମଲର ଅନ୍ୟ ଦୁଇ ଜଣ ମାଷ୍ଟରମାଇଣ୍ଡ୍ ଗୁରୁଦିତ ଡାଙ୍ଗ ଓ ସୁଜୟ ମଇତ୍ର ପୂର୍ବରୁ ଗିରଫ ହୋଇଛନ୍ତି। ଏହି ଜାଲ ବିଲ ବଳରେ ୧୧୫.୧୦ କୋଟି ଟଙ୍କାର ଜାଲ ଆଇଟିସି ଉପଭୋଗ ଓ ହସ୍ତାନ୍ତର ହୋଇଥିଲା।

ଗତ ଦେଢ ବର୍ଷ ଧରି ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ବସନ୍ତ କୁମାର ପଟ୍ଟନାୟକଙ୍କୁ ଖୋଜୁଥିଲା। ଯାଜପୁର ଏନଫୋର୍ସମେଣ୍ଟ ଇଉନିଟ୍ ଦ୍ଵାରା ତଦନ୍ତ ଚାଲିଥିବା ଅନ୍ୟ ଏକ ମାମଲାରେ ମଧ୍ୟ ସେ ସମ୍ପୃକ୍ତ ଥିଲେ। ଏହି ମାମଲାରେ ପୂର୍ବରୁ ଦୁଇ ଜଣ ମାଷ୍ଟରମାଇଣ୍ଡ୍ ଅମିତ ବେରିୱାଲ ଓ ସୁବାସ ଚନ୍ଦ୍ର ସ୍ଵାଇଁଙ୍କ ସହ ମିଶି ସେ ୬ଟି ଜାଲ୍ ବ୍ୟବସାୟିକ ପ୍ରତିଷ୍ଠାନ ଚଳାଇଥିଲେ। ଏଥିରେ ୨୧୯.୬୧ କୋଟି ଟଙ୍କାର ଜାଲ୍ ବିଲ୍ କାରବାର ହୋଇଥିବା ବେଳେ ୩୯.୫୩ କୋଟି ଟଙ୍କାର ଜାଲ ଆଇଟିସି ହସ୍ତାନ୍ତର ହୋଇଥିଲା।

ଅନୁଗୁଳ, ରାଉରକେଲା, ସୁନ୍ଦରଗଡ଼, ଜଗତସିଂହପୁର, ଝାରଖଣ୍ଡ ଆଦି ଅଞ୍ଚଳରେ ପାଣି ମିସ୍ତ୍ରୀ, ଡ୍ରାଇଭର, ବେକାର ଯୁବକ, ଗୃହିଣୀ ଆଦିଙ୍କୁ ବିଭିନ୍ନ କମ୍ପାନୀରେ ଚାକିରୀ କରାଇଦେବାକୁ କହି ଓ ମାସିକ ୫ ହଜାର ଟଙ୍କା ରୋଜଗାର ଦେବା ଆଳ ଦେଖାଇ ସେମାନଙ୍କର ପ୍ୟାନ, ଆଧାର, ବ୍ୟାଙ୍କ୍ ପାସବୁକ୍ ଆଦି ସଂଗ୍ରହ କରି ସେଥିରୁ ଜିଏସଟି ପଞ୍ଜିକରଣ ହାସଲ କରିଥିଲେ। ଏହାପରେ ଏହାକୁ ବ୍ୟବହାର କରି ବିଭିନ୍ନ ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ ଖୋଲିଥିଲେ। ଜିଏସଟି ପଞ୍ଜିକରଣ ନେଇ ସେ ଅନ୍ୟମାନଙ୍କ ସହ ମିଶି କୌଣସି ଦ୍ରବ୍ୟର ଆଦାନ ପ୍ରଦାନ ବିନା ଜାଲ ବିଲ ବ୍ୟବସାୟରେ ଲିପ୍ତ ରହିଥିଲେ। ଏନେଇ ତଦନ୍ତ ସମୟରେ ବସନ୍ତ କୁମାର ପଟ୍ଟନାୟକ ସ୍ଵୀକାର କରିଛନ୍ତି।

ସମ୍ବନ୍ଧିତ ଖବର