ରାଜ୍ୟରେ ପଞ୍ଜିକୃତ ହୋଇଛନ୍ତି ୨୯ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ, ୧୫୧୮ କୋଟିର ଦିଆଯାଇଛି ସହାୟତା

ଭୁବନେଶ୍ୱର ୧୫/୨: ରାଜ୍ୟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ରେ ଉଭୟ ପଞ୍ଜୀକରଣ ଓ ସହାୟତା ପ୍ରଦାନକୁ ସମ୍ପୂର୍ଣ୍ଣ ଅନଲାଇନ୍‌ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୯ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ପଞ୍ଜୀକରଣ କରିଛନ୍ତି । ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ୧୫୧୮ କୋଟି ଟଙ୍କାର ସହାୟତା ଦିଆଯାଇଛି ବୋଲି ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ଼ର ଅଧ୍ୟକ୍ଷ ସୁବାସ ସିଂ କହିଛନ୍ତି ।

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ୨୭ତମ ବୈଠକ ଶୁକ୍ରବାର ଶ୍ରମ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ସିଂ କହିଛନ୍ତି, ଉଭୟ ପଞ୍ଜୀକରଣ ଓ କଲ୍ୟାଣକାରୀ ଯୋଜନାର ଖର୍ଚ୍ଚରେ ସମଗ୍ର ଦେଶରେ ଓଡ଼ିଶା ଦ୍ୱିତୀୟ । ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଶିକ୍ଷାବୃତ୍ତି, ବିବାହ, ପ୍ରସୂତି, ଯନ୍ତ୍ରପାତି, ସାଇକେଲ୍‌ ଓ ନିରାପତ୍ତା ଉପକରଣ କ୍ରୟ, ଦୁର୍ଘଟଣା, ମୃତ୍ୟୁ, ଅନ୍ତ୍ୟେଷ୍ଟିକ୍ରିୟା, ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦିଆଯାଉଛି ।

ବୈଠକରେ ରାଜ୍ୟ ଆୟୁକ୍ତ ଏନ୍‌ ଥିରୁମାଳା ନାୟକ, ଅତିରିକ୍ତ ଶ୍ରମ ଆୟୁକ୍ତ ଉପେନ୍ଦ୍ର କୁମାର ମହନ୍ତ, ସ୍ୱତନ୍ତ୍ର ଶାସନ ସଚିବ ଶରତ କୁମାର ମିଶ୍ର, ଯୁଗ୍ମ ଶାସନ ସଚିବ ଅଶୋକ କୁମାର ପଣ୍ଡା, ବୋର୍ଡ଼ର ସଦସ୍ୟ ସୁରେନ୍ଦ୍ର ସାଏ, ପ୍ରଣତି ମିଶ୍ର, ଲଳିତ ନାଏକ, ସୁରେଶ ଚନ୍ଦ୍ର ରାଉତରାୟ, ପ୍ରଶାନ୍ତ ପାଟ୍ଟଯୋଶୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

   ସମ୍ବନ୍ଧିତ ଖବର


ଅନ୍ଧବିଶ୍ୱାସ ଜାଲରେ ଫସାଇ ପରିବାରର ୫ ଭଉଣୀଙ୍କୁ କଲା ଦୁଷ୍କର୍ମ, ଗିରଫ ହେଲା ଭଣ୍ଡ ବାବା

ଅଢ଼େଇ ଲକ୍ଷ ଟଙ୍କାର ଧଳାଜହର ଜବତ: ନିଶାରାଣୀ ସାରା ଓ ସହଯୋଗୀ ଗିରଫ

୨୨ ବର୍ଷ ହେଲା ଚମଡ଼ା ନିଗମରେ ତାଲା: ଦୀର୍ଘ ବର୍ଷ ହେବ ପାଉଣା ଅପେକ୍ଷାରେ କର୍ମଚାରୀ

ନନ୍ଦନକାନନ ବ୍ୟାଟେରି ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଦମ୍ପତିଙ୍କୁ ଧକ୍କାଦେଇ ବେଞ୍ଚକୁ ପିଟିଲା, ୬ ପର୍ଯ୍ୟଟକ ଆହତ