ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ନୂଆଦିଲ୍ଲୀ, ୩୧/ ୧୦: ସୁପ୍ରିମକୋର୍ଟ ଏକ ରାୟ ଶୁଣାଣି କରି କହିଛନ୍ତି କି ଯଦି ଜଣେ ଡିପ୍ରେସନ୍‌ରେ ଥିବ ତେବେ ତାକୁ ପାଗଳାମି କୁହାଯିବ ନାହିଁ। ଡିପ୍ରେସନ୍‌ରେ ଯଦି କିଏ କୌଣସି ଅପରାଧ କରେ ତେବେ ତାକୁ ଦଣ୍ଡ ମିଳିବ। ଏଭଳି ମାମଲାରେ ଅପରାଧୀକୁ ଆଇପିସି ଧାରା ୮୪ ଅନୁଯାୟୀ ସୁରକ୍ଷା ସୁବିଧା ଦିଆଯାଇ ପାରିବ ନାହିଁ। ଏହା କହି ଜଷ୍ଟିସ୍‌ ଆରଏଫ୍‌ ନରୀମନଙ୍କ ପୀଠ ଏକ ଯବାନ କର୍ମୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ତାଙ୍କର ପେନସନ୍‌ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜଣେ ଯବାନ ତାଙ୍କ ସିନିୟର ଅଫିସରଙ୍କୂୁ ଆକ୍ରମଣ କରିଥିଲେ। ପରେ ଧରା ପଡ଼ିବାରୁ ସେ କହିଥିଲେ ଯେ ମାନସିକ ଅବସାଦ କାରଣରୁ ଏପରି କାର୍ଯ୍ୟ କରିଛି। ମିଳିଥିବା ସୂଚନା ମୁତାବିକ ସେହି ଯବାନ ଜଣକ ବହୁ ଦିନରୁ ଅବସାଦରେ ରହୁଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି। ତେଣୁ ତାଙ୍କୁ ଦଣ୍ଡ ମିଳିବ।

କୋର୍ଟ ଆହୁରି କହିଛନ୍ତି ଯେ, ଆପଣ ସେନା ଭଳି ଏକ ସଙ୍ଗଠନରେ ତୁମର ଉଚ୍ଚପଦସ୍ତ ଅଧିକାରୀଙ୍କୁ ପଥରରେ ଆଘାତ କରିବା ଠିକ୍‌ ନୁହେଁ। ତୁମେ ନିର୍ଦ୍ଦେଶରେ ଖଲାସ ହୋଇ ପାରିବ ନାହିଁ। ତୁମର ବରଖାସ୍ତ ଆଦେଶ ନିଷ୍ପତ୍ତି ସଠିକ୍‌ ଏବଂ ତମ ପରି ଅଧିକାରୀ ସେନାରେ ରହିବା ଅନୁଚିତ୍‌ ବୋଲି କୋର୍ଟ କହିଛନ୍ତି।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍