ମହିଳା ଡବଲ୍ସରେ ଭାରତର କ୍ଲିନ୍‌ ସୁଇପ୍‌; ପୂଜା ଓ କୀର୍ତ୍ତିକା ଯୋଡ଼ି ସ୍ୱର୍ଣ୍ଣ ଜିତିଲେ

କଟକ, ୨୩/୦୭ (ବ୍ୟୁରୋ): ମହିଳା ଡବଲ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପୂଜା ସହସ୍ରବୁଦ୍ଧି ଓ କୀର୍ତ୍ତିକା ସିହ୍ନା ରୟ । ଫାଇନାଲ ମୁକାବିଲାରେ ଏହି ଯୋଡି ଭାରତୀୟ ପ୍ରତିଦ୍ୱଦ୍ୱୀ ଶ୍ରୀଜା ଆକୁଲା ଓ ମୌସୁମୀ ପଲ୍‌ଙ୍କୁ ୩-୧ ସେଟ୍‌ରେ ପରାସ୍ତ କରିଛନ୍ତି । ଫାଇନାଲ୍‌ ମୁକାବିଲା ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପୂଜା ଓ କୀର୍ତ୍ତିକା ପ୍ରଥମରୁ ଦୁଇଟି ସେଟ୍‌ ନିଜ ପକ୍ଷରେ ରଖିଥିଲେ । ଉଭୟ ୧୧-୯, ୧୧-୮ ପଏଣ୍ଟରେ ଦୁଇଟି ସେଟ୍‌କୁ ଜିତି ନେଇ ପ୍ରତିପକ୍ଷ ଯୋଡ଼ିଙ୍କ ଉପରେ ଚାପ ପକାଇଥିଲେ । କିନ୍ତୁ ତୃତୀୟ ସେଟ୍‌ରେ ଶ୍ରୀଜା ଓ ମୌସୁମୀ ଯୋଡ଼ି (୧୧-୯ରେ) ପ୍ରତ୍ୟାବର୍ତ୍ତନ କରିବାରୁ ମ୍ୟାଚ୍‌ରେ ରୋମାଞ୍ଚ ବଢିଥିଲା । କିନ୍ତୁ ଚତୁର୍ଥ ସେଟ୍‌ରେ ପୂଜା ଓ କୀର୍ତ୍ତିକା ଯୋଡ଼ି ୧୨-୧୦ରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହାପୂର୍ବରୁ ସେମି ଫାଇନାଲ୍‌ ମୁକାବିଲାରେ ପୂଜା ଓ କୀର୍ତ୍ତିକା ଯୋଡି ୩-୦ ସେଟ୍‌ରେ ସିଙ୍ଗାପୁର ପ୍ରତିଦ୍ୱଦ୍ୱୀ ରୁଇ ଗୋଇ ଓ ଜିନ୍‌ ରୁ’ଙ୍କୁ ମାତ୍‌ ଦେଇଥିଲେ । ସେହିପରି ଦ୍ୱିତୀୟ ସେମି ଫାଇନାଲ୍‌ରେ ଶ୍ରୀଜା ଓ ମୌସୁମୀ ଯୋଡ଼ି ନିଜ ଦେଶର ସୁତୀର୍ଥା ମୁଖାର୍ଜୀ ଓ ଆହିକା ମୁଖାର୍ଜୀଙ୍କୁ ୩-୦ ସେଟ୍‌ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ । ସେମି ପରାଜୟ ସତ୍ତେ୍ୱ ଉଭୟ ଭାରତୀୟ ଯୋଡ଼ି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ ।

   ସମ୍ବନ୍ଧିତ ଖବର


ଲଗଜରୀ କାରର ମୂଲ୍ୟଠାରୁ ବିରାଟ କୋହଲିଙ୍କ ଗୋଟିଏ ଇନଷ୍ଟାଗ୍ରାମ୍ ପୋଷ୍ଟ ଖୁବ୍ ଅଧିକ

ICC ରେ ବଡ଼ ପରିବର୍ତ୍ତନ: ଶଶାଙ୍କ ମନୋହର ଛାଡିଲେ ଅଧ୍ୟକ୍ଷ ପଦବୀ, ଖୁବ୍ ଶୀଘ୍ର ହେବ ନିର୍ବାଚନ

ବିନା ମାଟିରେ ଫଳ, ପରିବା ଚାଷ କରି ଚର୍ଚ୍ଚାରେ ମାରାଥନ୍‌ ରନର ନୀଲା ରେନାବିକର

କରୋନା ଛଡ଼େଇ ନେଲା ଜୀବିକା : ରାସ୍ତା କଡ଼ରେ ପରିବା ବିକିଲେ କ୍ରୀଡ଼ାବିତ୍‌

କରୋନାରେ ପୂର୍ବତନ ଦିଲ୍ଲୀ କ୍ରିକେଟରଙ୍କ ମୃତ୍ୟୁ

କମ୍ ବୟସରେ ବଡ଼ ଉପଲବ୍ଧି: ଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ ହେଲେ ଭାରତୀୟ ଅମ୍ପାୟାର