୬ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ବର ୨୨।୩: ଆଜି ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା ରହିଛି ବୋଲି ଗୁରୁବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ।

ଆଜି କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ବୌଦ୍ଧ, କନ୍ଧମାଳ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ତାନରେ କାଳବୈଶାଖୀ ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ତଥା କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ ଆଦି ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବା ବେଳେ ଅନ୍ୟ ସବୁ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ପୁଣି ୨୬ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ସ୍ଥାନରେ ଝଡ଼ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ସେହିପରି କନ୍ଧମାଳରେ ୭ମିମି, କଳାହାଣ୍ଡିରେ ୩ମିମି, ବଲାଙ୍ଗୀରରେ ୩ମିମି, ରାୟଗଡ଼ାରେ ୩ମିମି, ବରଗଡ଼ରେ ୨ମିମି, ଢ଼େଙ୍କାନାଳରେ ୨ମିମି, ସୋନପୁରରେ ୨ମିମି, କଟକରେ ୨ମିମି, ସମ୍ବଲପୁର ୧ମିମି, ଯାଜପୁରରେ ୧ମିମି, ଅନୁଗୁଳରେ ୧ମିମି ଓ ଗଜାଂମରେ ୧ମିମି ବର୍ଷା ରେକର୍ଡ କରାଇଛି।

   ସମ୍ବନ୍ଧିତ ଖବର


ଓଡ଼ିଶାକୁ ପାକିସ୍ତାନ ସହ ତୁଳନା : ବୈଜୟନ୍ତଙ୍କୁ ବିରୋଧ, ଝାରସୁଗୁଡାରେ କୁଶପୁତ୍ତଳିକା ଦାହ

ଚାନ୍ଦା ମାଗିଲେ ନିସ୍ତାର ନାହିଁ, କୋଭିଡ୍‌ ଗାଇଡଲାଇନ୍‌ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ : ଡିସିପି ଉମାଶଙ୍କର ଦାଶ

କୁକୁଡ଼ା ଫାର୍ମରେ ନାବାଳିକା ଗଣଦୁଷ୍କର୍ମ ଘଟଣା: ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ଏନ୍‌ଏଚ୍‌ଆର୍‌ସି

୯ ପୂଜା କମିଟି ମିଳିଲା ଆଶ୍ବସ୍ତ, ୪ ଫୁୁଟରୁ ଉଚ୍ଚ ମୂର୍ତ୍ତିକୁ ପୂଜା କରିବାକୁ ଅନୁମତି ଦେଲେ ହାଇକୋର୍ଟ

ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଅଡୁଆରେ ବୈଜୟନ୍ତ : କ୍ୟାପିଟାଲ ଥାନାରେ ଅଭିଯୋଗ

ରାଜ୍ୟରେ କରୋନା ନେଲା ଆଉ ୧୭ ଜୀବନ: ମୃତ୍ୟୁସଂଖ୍ୟା ୧୧୫୨କୁ ବୃଦ୍ଧି