ବିଶ୍ୱର ପ୍ରସିଦ୍ଧ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ତାଲିକାରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’

ନୂଆଦିଲ୍ଲୀ ୨୯/୮ : ଆମେରିକାର ଲୋକପ୍ରିୟ ପତ୍ରିକା ଟାଇମ୍ସ ପକ୍ଷରୁ ବୁଧବାର ବିଶ୍ୱର ପ୍ରସିଦ୍ଧ ୧୦୦ଟି ସ୍ଥାନର ତାଲିକା ଜାରି କରାଯାଇଛି । ଏହି ତାଲିକାରେ ଗୁଜରାଟରେ ଥିବା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ନିଜ ସ୍ଥାନ ସୃଷ୍ଟି କରିପାରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଟୁଇଟରରେ ଖୁସିବ୍ୟକ୍ତ କରିଛନ୍ତି । ଏକ ଟୁଇଟ କରି ମୋଦି ଲେଖିଛନ୍ତି ଯେ, ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଟାଇମ୍ସ ମାଗାଜିନ ଦ୍ୱାରା ପ୍ରସ୍ତୁତ ତାଲିକାର ପ୍ରସିଦ୍ଧ ୧୦୦ଟି ସ୍ଥାନ ମଧ୍ୟରେ ଆସିପାରିଛି ।

କିଛିଦିନ ପୂର୍ବେ ଏଠାକୁ ଗୋଟିଏ ଦିନରେ ୩୪,୦୦୦ ଲୋକ ଆସିବାର ରେକର୍ଡ ସୃଷ୍ଟି ହୋଇଥିଲା । ଏହା ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହୋଇପାରୁଛି ଜାଣି ଖୁସି ଅନୁଭବ କରୁଛି’ ।

   ସମ୍ବନ୍ଧିତ ଖବର


କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର

ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ

ବଡ଼ ଷ୍ଟାର ହେବାକୁ ଚାହୁଁଥିଲେ ଏହି ମଡେଲ୍‌ – ଆଖିରେ କରିଥିଲେ ଟାଟୁ , ହୋଇଗଲେ ଅନ୍ଧ