୩ବର୍ଷର ଝିଅକୁ ତଣ୍ଟି ଚିପି ହତ୍ୟା କରିଛି ସାବତ ମା’

ଭବାନୀପାଟଣା ୨୫/୮ : ତିନି ବର୍ଷର ଶିଶୁ କନ୍ୟାକୁ  ତା’ ସାବତ ମା’ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ନର୍ଲା ଥାନ ଅନ୍ତର୍ଗତ ଲାଖବାହାଲି ଗାଁ ଅଭିଯୋଗ ହୋଇଛି। ମୃତ ଶିଶୁର ମାମୁଁ ନର୍ଲା ଥାନରେ ଅଭିଯୋଗ କରିଛନ୍ତି। ମୃତ ଶିଶୁର ନାଁ ନନ୍ଦୀନ ସା।

ସାବତ ମା’ ଆଶା ସାହୁ ତାକୁ କୌଣସି କାରଣରୁ ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଛି। ନନ୍ଦିନୀ ସାଙ୍କ ନିଜ ମାଆ ମୃତ୍ୟୁ ପରେ ସେ ନିଜ ମାମୁଁ ଘରେ ରହୁଥିଲେ । ତାଙ୍କ ବାପା ତିନି ମାସ ତଳେ ଦ୍ବିତୀୟ ବିବାହ କରିଥିଲେ । ଏବଂ ଶିଶୁକୁ ନିଜ ପାଖକୁ ଆଣିଥିଲେ । ଗତକାଲି ବାପା ରୁପ୍ରାରୋଡ ଯାଇ ଫେରିବା ବେଳେ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିବା ସୁଚନା ଦେଇଛନ୍ତି ।

ବିଳମ୍ବିତ ରାତିରେ ମୃତକଙ୍କ ମାମୁଁ ଘର ସୂଚନା ପାଇ ପୋଲିସକୁ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶିଶୁର ପାଟିରୁ ରକ୍ତ ବାହାରି ଥିବା ଏବଂ ତଣ୍ଟିରେ କଳା ଦାଗ ରହିଥିବାରୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ନନ୍ଦିନୀର ବାପା ଓ ସାବତ ମା’କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

   ସମ୍ବନ୍ଧିତ ଖବର


ହାଥରସ୍ ଗଣଦୁଷ୍କର୍ମ ମାମଲା: ପରିବାର ଲୋକଙ୍କ ଅଭିଯୋଗ- ଅଧା ରାତିରେ ଆମକୁ ଘର ଭିତରେ ବନ୍ଦ କରି ଝିଅର ଅନ୍ତିମ ସଂସ୍କାର କଲା ପୋଲିସ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ରହସ୍ୟ ଖୁବଶୀଘ୍ର ଉନ୍ମୋଚିତ-ସିବିଆଇକୁ ରିପୋର୍ଟ ଦେଲା ଏମ୍ସ ଟିମ୍‌

ବିବାହର ୧୧ ବର୍ଷ ପରେ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଛାଡ଼ି ରସକିଆ ସ୍ୱାମୀ ଅନ୍ୟ ଜଣେ ବିବାହିତାଙ୍କୁ ନେଇ ଚମ୍ପଟ -ଥାନାରେ ଏତଲା

ଅନ୍ୟକୁ ଜୀବନରେ ମାରୁଥିଲା-ଏମିତି ଚାଲିଗଲା ଜୀବନ

ରାଜଧାନୀରେ ପୁଣି ବ୍ୟାଙ୍କ୍‌ ଲୁଟ୍‌

ମହୁମାଛି ନେଲା ୨ ଭାଇଙ୍କ ଜୀବନ, ଅନ୍ୟ ଜଣେ ଗୁରୁତର