PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ପଛୁଆ ବର୍ଗ ପକ୍ଷରୁ କୋକସରାରେ ସଂରକ୍ଷଣ ଦାବିରେ ରାସ୍ତା ଅବରୋଧ, ଯାତାୟତ ଠପ୍
  • ||
  • କଳାହାଣ୍ଡି: ଅଙ୍ଗନୱାଡି କର୍ମୀ ଚୟନ ପାଇଁ ରାମପୁର ଆଇସିଡିଏସ୍ ସିଡିପିଓ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍
  • ||
  • କଟକ: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାମଲା, ପିଟିସନ୍ ଖାରଜ; ସାନି ପିଟିସନ୍ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦେଶ
  • ||
  • ଭୁବନେଶ୍ୱର: କାର୍‌ଗିଲ୍‌ ବସ୍ତିରୁ ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ
  • ||
  • ନୀଳଗିରି: ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଯୁବକଙ୍କୁ ପଡିଲା ମହଙ୍ଗା, ଧରାପଡି ନିର୍ଧୁମ ମାଡ଼ ଖାଇଲେ
  • ||
  • ସୀମାନ୍ତରେ ମାଓବାଦୀ ଯବାନ ଗୁଳିବିନିମୟ ୩ ମାଓବାଦୀ ନିହତ, ବନ୍ଧୁକ ଗୋଳାବାରୁଦ ଜବତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୧୨କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ଆଠଗଡ଼: ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, ଖାଁ ଖାଁ ଧବଳେଶ୍ଵରଙ୍କ ପୀଠ
  • ||
  • ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ୧୬ ଦଫା ଦାବିରେ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||
  • ଭୁବନେଶ୍ୱର: ରାଜ୍ୟରେ ୫ ଦିନ ଯାଏ ବଢ଼ିବନି ଶୀତ, ୨୮ରୁ ୩୦ ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ କ୍ଲାସ୍ ରୁମ୍ ପାଠପଢ଼ା, ପ୍ରଥମ ଦୁଇଦିନ ହସଖୁସି ପିଲାଙ୍କ ଶିକ୍ଷଣସ୍ତର ମପାଯିବ
  • ||
  • ରାୟଗଡ଼ା: ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ। ରାସ୍ତା ଅବରୋଧ ଆରମ୍ଭ ହେବାର ମାତ୍ର ୧ ଘଣ୍ଟା ପରେ ସମସ୍ତଙ୍କୁ ଉଠେଇ ନେଲା ପୁଲିସ।
  • ||
  • ଜଗତସିଂହପୁର: ୩୦୦ ଗ୍ରାମ ବ୍ରାଉନସୁଗର ସହ ନଗଦ ଟଙ୍କା ଜବତ କଲା ଜଗତସିଂହପୁର ପୋଲିସ, ଜଣେ ମହିଳା ଅଟକ
  • ||

ହିଜାବରେ ବ୍ୟାଲେ କରିଥିବା ପ୍ରଥମ ଝିଅ : ୨ ବର୍ଷ ବୟସରେ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ ଆଜି ସମଗ୍ର ବିଶ୍ୱରେ ପ୍ରସିଦ୍ଧି ପାଇଛନ୍ତି

ଅଷ୍ଟ୍ରେଲିଆ ୫।୮ : ଷ୍ଟିଫାନି କର୍ଲୋ ଜଣେ ୧୮ ବର୍ଷୀୟା ଋଷୀୟ-ଅଷ୍ଟ୍ରେଲୀୟ ନୃତ୍ୟଶିଳ୍ପୀ । ଅନେକ ନୃତ୍ୟ ସ୍କୁଲରୁ ବିତାଡ଼ିତ ହେବା ପରେ କାର୍ଲୋଙ୍କ ମା’ ନିଜର ଏକ ନୃତ୍ୟ ଏକାଡେମୀ ଆରମ୍ଭ କଲେ । ଏଠାରେ ସେ ନିଜ ଝିଅଙ୍କୁ ବ୍ୟାଲେ ନୃତ୍ୟ ଶିଖାଇଲେ । ଆଜି ମା’ଙ୍କ ପାଇଁ ଷ୍ଟିଫାନି କାର୍ଲୋ ଦେଶ ତଥା ସମଗ୍ର ବିଶ୍ୱରେ ପ୍ରସିଦ୍ଧି ପାଇଛନ୍ତି ।

କାର୍ଲୋଙ୍କୁ ଯେତେବେଳେ ୯ ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ମା’ବାପା ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ । ଜାହରା ଲାରିଙ୍କୁ କାର୍ଲୋ ନିଜର ପ୍ରେରଣା ମନେକରନ୍ତି । ଜାହରା ବିଶ୍ୱର ପ୍ରଥମ ମହିଳା, ଯିଏକି ହିଜାବ ପିନ୍ଧି ଆଇସ୍‌ ସ୍କେଟିଂ (ବରଫରେ ସ୍କେଟିଂ) କରିଛନ୍ତି । ତେବେ ବ୍ୟାଲେ ନୃତ୍ୟ ଶିଖିବା ସମୟରେ ସେ କେବେ କଳ୍ପନା କରିନଥିଲେ ଯେ ହିଜାବରେ ନୃତ୍ୟ କରି ଦିନେ ସମଗ୍ର ବିଶ୍ୱର ପ୍ରଶଂସା ସାଉଁଟିବେ ।

ଏକ ସାକ୍ଷାତକାରରେ କାର୍ଲୋ କହିଛନ୍ତି ‘ଜାହରା ଯେତେବେଳେ ହିଜାବ ପିନ୍ଧି ଆଇସ୍‌ ସ୍କେଟିଂ କରୁଛନ୍ତି, ମୁଁ କାହିଁକି ହିଜାବ ପିନ୍ଧି ନୃତ୍ୟ କରିପାରିବି ନାହିଁ । ବ୍ୟାଲେକୁ ମୁଁ ମୋର ଜୀବନ ବୋଲି ମନେକରେ । ଏହା ବିନା ମୁଁ କିଛି ନୁହେଁ ।’ ମାତ୍ର ୨ ବର୍ଷ ବୟସରେ କାର୍ଲୋ ବ୍ୟାଲେ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ । ତାଙ୍କ ମା’ କହନ୍ତି, କାର୍ଲୋ ପିଲାଦିନେ ଯେତେବେଳେ ଠିକ୍‌ରେ ଚାଲିପାରୁନଥିଲେ, ସେତେବେଳେ ମଧ୍ୟ ନୃତ୍ୟ କରୁଥିଲେ।

ତାଙ୍କର ନୃତ୍ୟ ନିଶା ଦେଖି ତାଙ୍କୁ ନୃତ୍ୟ ସ୍କୁଲରେ ଭର୍ତ୍ତି କରିବାକୁ ସେ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସର୍ବଦା ହିଜାବ ପିନ୍ଧୁଥିବାରୁ କାର୍ଲୋଙ୍କୁ କୌଣସି ନୃତ୍ୟ ସ୍କୁଲ ଗ୍ରହଣ କଲେନାହିଁ । ଶେଷରେ ମା’ ନିଜ ଝିଅ ପାଇଁ ଏକ ବ୍ୟାଲେ ଏକାଡେମୀ ପ୍ରତିଷ୍ଠା କଲେ । ୧୯୯୧ ମସିହାରେ ସିଡ୍‌ନିଠାରେ ପ୍ରତିଷ୍ଠିତ ଅଷ୍ଟ୍ରେଲିଆନ୍‌ ଚିଲଡ୍ରେନ୍‌ସ ଗ୍ରୁପ୍‌ ‘ୱିଜେଲ୍‌ସ’ର କାର୍ଲୋ ଜଣେ ସଦସ୍ୟ ହେଲେ । ଏଠାରେ ସେ ନୃତ୍ୟକଳା ଶିଖିଲେ ।

ଏକ ବ୍ୟାଲେ କମ୍ପାନି ଓ ଆର୍ଟ ସ୍କୁଲ ଖୋଲିବାକୁ କାର୍ଲୋ ସ୍ୱପ୍ନ ଦେଖୁଛନ୍ତି, ଯେଉଁଠାରେ ସବୁ ଧର୍ମ ଓ ସବୁ ବୟସର ଲୋକେ ଏହି ନୃତ୍ୟ ଶୈଳୀ ଶିଖିପାରିବେ । ଅନ୍ୟ ଝିଅଙ୍କ ଭଳି ହିଜାବ ପିନ୍ଧିଥିବା ଝିଅମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ କାର୍ଲୋ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ୟୁରୋପ, ଆମେରିକା, ଆଫ୍ରିକା ଓ ମଧ୍ୟପୂର୍ବରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ୨୦୧୯ରେ କାର୍ଲୋ ହୋତେ ହିଜାବ୍‌ର ନ୍ୟୁ ହେରିଟେଜ୍‌ କଲେକ୍ସନ୍‌ର ଅଂଶ ହୋଇଥିଲେ ।

ଫ୍ୟାଶନ୍‌ ଡିଜାଇନର ଟେରେସ କ୍ଲେମେନ୍ସଙ୍କ ସହିତ ଲେନୋଭୋ କ୍ୟାମ୍ପେନ୍‌ରେ ମଧ୍ୟ ଯୋଗ ଦେଇଥିଲେ । କାର୍ଲୋ ଯେତେବେଳେ ୧୪ ବର୍ଷ ବୟସର ହୋଇଥିଲେ, ସ୍ପୋର୍ଟସ ଫ୍ୟାଶନ୍‌ ବ୍ରାଣ୍ଡ ବିଜୋର୍ନ ବୋର୍ଗ ତାଙ୍କ ନୃତ୍ୟକୁ ପ୍ରଶଂସା କରି ତାଙ୍କୁ ସ୍କଲାରସିପ୍‌ ପ୍ରଦାନ କରିଥିଲା । ଏହା କାର୍ଲୋଙ୍କ ଆର୍ଥିକ ସମସ୍ୟା ଦୂର କରିଥିଲା । ଯେଉଁ ଝିଅମାନେ ଭାବୁଛନ୍ତି ଯେ କିଛି କରିପାରିବେ ନାହିଁ, କାର୍ଲୋଙ୍କ କାହାଣୀ ସେମାନଙ୍କ ପାଇଁ ପ୍ରେରଣାର ସ୍ରୋତ ହେବ । ଝିଅମାନେ ନିଜ ଉପରେ ବିଶ୍ୱାସ କରିବା ଉଚିତ । ଏହା ହିଁ ସଫଳତା ହାସଲ କରିବାର ଉଚିତ ମାର୍ଗ ବୋଲି କାର୍ଲୋ କହନ୍ତି ।

ସମ୍ବନ୍ଧିତ ଖବର