PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ବାଲି ଚୋରା ଚାଲାଣ ବେଳେ ଏସଟିଏଫ ଟିମର ଚଢ଼ାଉ: ୬ଗିରଫ, ୪ ହାଇଓ‌୍ବା-୧ ପଲକିନ୍‌ ସହିତ ନଗଦ ୧ଲକ୍ଷ ଟଙ୍କା ଜବତ

ସୁନ୍ଦରଗଡ଼, ୦୬/ ୦୩: ବାଲି ମାଫିଆଙ୍କୁ କାବୁ କରିବା ଆରମ୍ଭ ହୋଇଛି ଉଦ୍ୟମ। ବେଆଇନ୍‌ ଚୋରା ଚାଲାଣ ହେଉଥିବା ବାଲି ବୋଝେଇ ଗାଡ଼ିକୁ ଜବତ କରିଛି ଏସଟିଫ୍‌ ଟିମ୍। ବବାଲି ଚୋରା ଚାଲାଣ ହେଉଥିବା ନେଇ ବିଧାନସଭାରେ ପ୍ରଶ୍ନ ଉଠିବା ପରେ ଏବେ ବାଲି ମାଫିଆଙ୍କୁ ଧରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ।

ଶନିବାର ସଦର ତସହିଲ ଅର୍ଗତ ଫଗୁଆପଡା ବାଲିଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ଚାରୋଟି ହାଇଵା, ଗୋଟିଏ ପକଲିନ ମେସିନ, ନଗଦ ଏକ ଲକ୍ଷ ଟଙ୍କା ସହ ୬ ଜଣଙ୍କୁ ଗିରଫ କରିଛି ଏସଟିଏଫ‌ ଟିମ୍। ଏସଟିଏଫ ଟିମ, ପୋଲିସ ଓ ରାଜସ୍ଵ ବିଭାଗର ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା।

ଗତ ୪ତାରିଖରେ ଭଷ୍ମା ଥାନା ଅଞ୍ଚଳରେ ମଧ୍ୟ ଏସଟିଏଫ ପକ୍ଷରୁ ଚଢଉ କରା ଯାଇ ୬ ଟି ହାଇଵା, ଦୁଇଟି ପକଲିନ ସହ ନଅ ଜଣଙ୍କୁ ଗିରଫ କରା ଯାଇଥିଲା। ଏସଟିଏକ ଅତିରିକ୍ତ ଏସପି ଟିଆର ପଟେଲଙ୍କ ନେତୃତ୍ବରେ ଏହି ଚଢଉ କରା ଯାଇଥିଲା। ଏହି ଛଅ ଜଣଙ୍କୁ ଆଜି କୋର୍ଟ ଚାଲାଣ କରା ଯିବ। ଚୋରା ଚାଲାଣ କରୁଥିବା ଜଣେ ଅଣ-ଓଡିଆ ବାଲି ମାଫିଆ ଫେରାର ଥିବା ଜଣା ପଡିଛି। ଦୀର୍ଘ ଦିନ ଧରି ଏହି ଚୋରା ବାଲି ଚାଲାଣ ଚାଲୁ ଥିବା ନେଇ ଅଭିଯୋଗ ହେବା ସତ୍ବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିଲା। ଆଉ ଏବେ ଏସଟିଏଫ ଚଢଉ ପରେ ବାଲି ମାଫିଆଙ୍କ ମଧ୍ୟରେ ଛନକା ପଶିଛି।