ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଏବେ ବି ଆତଙ୍କରେ ପାକିସ୍ତାନ, ଜୈଶର ଗଡ ବାହାଓ୍ବଲପୁରରେ ବନ୍ଦ ରହିଛି ବିମାନବନ୍ଦର

ନୂଆଦିଲ୍ଲୀ,୯।୩: ବାଲକୋଟ ଏୟାର ଷ୍ଟ୍ରାଇକ୍ ପରେ ଭୟ ଏବେ ବି ପାକିସ୍ତାନ ମନରୁ ଲିଭିନାହିଁ। ସେଥିପାଇଁ ଏପର୍ଯ୍ୟନ୍ତ ପାକିସ୍ତାନରେ ବିମାନ ସେବା ସ୍ବାଭାବିକ ହୋଇପାରିନାହିଁ। ପାକିସ୍ତାନ ପୁଣିଥରେ ବାହାଓ୍ବଲପୁର, ରହିମ ୟାର ଖାନ୍ ଓ ସିୟାଲକୋଟ ବିମାନବନ୍ଦରକୁ ବନ୍ଦ କରିଦେଇଛି।  ପାକିସ୍ତାନ ସିଭିଲ ଆଭିଏସନ୍ ଅଥରିଟି(ସିଏଏ) ଏହାର ଘୋଷଣା କରିଛନ୍ତି। ପାକିସ୍ତାର ନ୍ୟୁଜ ଓ୍ବେବସାଇଟ୍ ଡନ୍ ସିଏଏ ପକ୍ଷରୁ କୁହାଯାଇଛି ଦେଶର ପୂର୍ବ ଭାଗର ଏୟାରସ୍ପେସ୍ ସେତେବେଳେ ଖୋଲାଯିବ ଯେତେବେଳେ ଅଧିକାରୀଙ୍କ ଠାରୁ ସିକ୍ୟୁରିଟି କ୍ଲିୟରାନ୍ସ ମିଳିବ।

wp:html /wp:html

ଉଲ୍ଳେଖନୀୟ ଯେ ଗତ ୨୬ ଫେବୃଆରୀରେ ବାଲକୋଟରେ ଭାରତର ଏୟାର ଷ୍ଟ୍ରାଇକ୍ ପରେ ସେଠାରେ ଉତ୍ତେଜନା ଜାରି ରହିଛି। ପାକିସ୍ତାନ ୨୭ ଫେବୃଆରୀ ପରେ ସିୟାଲକୋଟ, ବହାଓ୍ବଲପୁର ସହିତ ନିଜର ୭ଟି ବିମାନବନ୍ଦରକୁ ଗତ ୧୦ ଦିନ ହେବ ବନ୍ଦ କରିକି ରଖିଛି। ଏୟାରସ୍ପେସ୍ ବନ୍ଦ ହେବା କାରଣରୁ ପାକିସ୍ତାନର ଲକ୍ଷ ଲକ୍ଷ ଡଲାର କ୍ଷତି ହେଉଛି। ବହୁ ବିମାନର ସେବାକୁ ବନ୍ଦ କରିବାକୁ ପଡିଥିବା ବେଳେ କିଛି ବିମାନର ଗତି ବଦଳାଇ ଦିଆଯାଇଛି। ସିୟାଲକୋଟ, ରହିମୟାର ଖାନ୍, ସୁକୁର, ସୁକାର୍ଦୁ ଓ ଗିଲଗିତ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡା କହି କରି ଦିଆଯାଇଛି। ଏହା ଭିତରୁ ବହୁ ବିମାନବନ୍ଦର ଭାରତୀୟ ସୀମାକୁ ଲାଗି ରହିଚି। ଯଦିଓ କରାଚୀ, ଇସଲାମାବାଦ, ଲାହୋର ଓ ପେଶାଓ୍ବର ଭଳି ବିମାନବନ୍ଦରକୁ ପାକିସ୍ତାନ ୫ରେ ଖୋଲି ସାରିଛି। ଗତ ୨୬ ଫେବୃଆରୀରେ ଭାରତର ଏୟାର ଷ୍ଟ୍ରାଇକରେ ପାକିସ୍ତାନର ବାଲକୋଟରେ ଥିବା ଜୈଶ-ଏ-ମହମ୍ମଦର କ୍ୟାମ୍ପରେ ଥିବା ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.