‘ରିମାଣ୍ଡ ହୋମ’ରେ ନାବାଳିକା ଗର୍ଭବତୀ, ଫିଟିଲା ସବୁ ଗୁମର

ବିହାର ୨୮/୮ : ବିହାର ପୁଲିସ୍ ରିମାଣ୍ଡ ହୋମ୍‌ରେ ଥିବା ନାବାଳିକା ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିଛି। ପାଟଣାର ଗୟାଠାରେ ଅବସ୍ଥିତ ରିମାଣ୍ଡ ହୋମ୍‌ରେ ନାବାଳିକା ଜଣକ ରହିବା ସମୟରେ ଗର୍ଭବତୀ ହୋଇଥିବା ଜଣାପଡିଛି। ମାମଲାର ପ୍ରାଥମିକ ତଦନ୍ତ ପରେ  ରେଳବାଇ ଥାନାରେ ମାମଲା ରୁଜୁ କରାଯାଇଛି।

ପୋଲିସ ସୂଚନା ଅନୁସାରେ ନାବାଳିକା ଗର୍ଭବତୀ ହେବାର ମାମାଲର ଛାନ୍ ଭିନ୍ ବେଳେ ପୀଡିତା ଗର୍ଭବତୀ ହେବାର ଗୁମର ଖୋଲିଛି। ଜାନୁଆରୀ ୭ତାରିଖରେ ରିମାଣ୍ଡ ହୋମରୁ ଅଦାଲତକୁ ନିଆଯାଉଥିବା ବେଳେ ନାବାଳିକାଙ୍କ କଥାକଥିତ ପ୍ରେମିକ ଟୁନାକୁ ସହ ପଟଣାରୁ ହାଜିପୁର ପର୍ଯ୍ୟନ୍ତ ଗୋଟି ବସ୍  ଯାତ୍ରା କରିଥଲେ । ବସର ଭଡା ଟୁନା ଦେଇଥିଲେ।

ତେବେ ପୀଡିତାକୁ ଅଧିକ ପଚାର ଉଚରା ବେଳେ ନାବାଳିକା ଜଣ ପୁଲିସ୍ ସତ କହିଥିଲା। ହାଜିପୁରରେ ଟୁନ୍ନା ଏବଂ ପୀଡିତା ନାବାଳିକ ପହଞ୍ଚିବା ପରେ ହାଜିପୁରୁ ଠାରୁ ମୁଜାଫରପୁରକୁ ଟ୍ରେନ୍‌ରେ ଯାତ୍ରା କରିଥିଲେ। ଟ୍ରେନ୍ ଯିବା ସମୟରେ ଟୁନ୍ନା ପୁଲିସ୍ କର୍ମଚାରି ବିଶ୍ବନାଥ ସିଂହଙ୍କ ୫୦୦ଟଙ୍କା ଲାଞ୍ଚ ଦେଇ ଆରେପି ନାବାଳିକା ଜଣଙ୍କୁ ଟ୍ରେନ୍ ଶୌଚାଳୟକୁ ଭିତରେ ଡାକି ନେଇ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ।ପରେ ନାବାଳିକାଙ୍କୁ କୋର୍ଟରେ ହାଜର କରାଯିବା ପରେ ପୁଣି ରିମାଣ୍ଡ ହୋମକୁ ଫେରିଆସିଥିଲେ।

ଯେତେ ବେଳେ ରିମାଣ୍ଡ ହୋମ୍‌ର ଅଧ୍ୟକ୍ଷା ମାମଲା ବିଷୟ ଜାଣିବାକୁ ପାଇ ନାବାଳିକା ସ୍ବାସ୍ଥ ପରୀକ୍ଷା କାରାଇ ଥିଲେ। ପରେ ଜଣା ପଡିଥିଲାକି ନାବାଳିକା ପୀଡିତା ଜଣକ ୬ମାସର ଗର୍ଭବତୀ ଅଛନ୍ତି।

ଏହି ମାମଲରେ ଜଣାପଡିବା ପରେ ରିମାଣ୍ଡ ହୋମ୍‌ର ଅଧ୍ୟକ୍ଷା କୋର୍ଟକୁ ସବୁ ମାମଲା ବିଷୟରେ ଜଣାଇଥିଲେ । ଜିଲ୍ଲା ସ୍ତରୀୟ କୋର୍ଟରେ ଆଦେଶ କ୍ରମେ ମହିଳା ଥାନା ଅଧିକାରୀ ପୂର୍ଣ୍ଣମ କୁମାରୀ ପୀଡିତା ବୟାନ ନେଇଥିଲେ। ନାବାଳିକାର ବୟାନକୁ ଆଧାର କରି ରେଲ ବାଇ ଥାନାରେ ମାମଲ ରୁଜୁ କରାଯାଇଥିଲା।

ରେଲ ବାଇ ଥାନା ଅଧିକାରୀ ସୁଦାନ ବେସରା ମଙ୍ଗଳବାର ଦିନ ସୂଚନା ଦେଇ ଜଣାଇଛନ୍ତି। ପୁଲିସ୍ ନାବାଳିକା ଦୁଷ୍କର୍ମକାରୀ ବିରୋଧରେ ପସ୍କୋ ଧାରାରେ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏଥିରେ ନାବାଳିକା ପ୍ରେମିକ ଟୁନ୍ନାର ସମ୍ପର୍କ ରହିଛି। ଏହି ମାମଲାର ଅଧିକ ଛାନ୍ନ ଭିନ୍ନ ଚାଲିଥିବା ସହ ଏବେ କାହାକୁ ଗିରଫ ହୋଇନଥିବା ସୂଚନା ମିଳିଛି।

ତେବେ ପଶ୍ଚିମ ପଞ୍ଚାରଣ ଜିଲ୍ଳା କଙ୍ଗଲି ଥାନା ଆଞ୍ଚଳରେ ନାବାଳିକା ଜଣକ ପ୍ରେମିକ ଟୁନ୍ନା ସାହା ସହିତ ୨୦୧୭ ମସିହାରେ ଫେରାର ହୋଇ ଯାଇଥିଲେ। ପରେ ନାବାଳିକାକୁ ପୁଲିସ୍ ଧରିବା ପରେ କୋର୍ଟରେ ହାଜର କରାଯାଇଥିଲା ସେଠାରେ ନାବାଳିକା ଜଣକ ଘରକୁ ଯିବାକୁ ମନାକରିଥିଲେ ଟୁନ୍ନାଙ୍କୁ ବିବାହ କରିବାକୁ ଚାହୁଁ ଥିବା ବିଚାରପତିଙ୍କ ଜଣାଇବା ଥିଲେ। ପୀଡିତା ନାବାଳିକାଙ୍କୁ ବୟସ ହୋଇନଥିବାରୁ କୋର୍ଟ ତାଙ୍କୁ ରିମାଣ୍ଡ ହେମ୍‌କୁ ପଠାଇ ଦେଇଥିଲେ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now