ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା: ଏମିତି କରନ୍ତୁ ଗଣେଷଙ୍କୁ ଆରଧନା

ଆଜି ହେଉଛି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ଗାଁ ଠାରୁ ସହର ସବୁ ଠାରେ ଗଣେଶଙ୍କୁ ଆବାହନ ପାଇଁ ଚାଲିଛି ଜୋର ସୋର ରେ ପ୍ରସ୍ତୁତି।  ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ପୂଜା ମଣ୍ଡପରେ ସଜାସଜ୍ଜା କରଯାଇ  ଆବହନ ଚାଲିଛି। କିନ୍ତୁ ଜାଣିଛନ୍ତି କି କେଉଁ ସମୟରେ ପ୍ରତିମା ପ୍ରତିଷ୍ଠା କଲେ ଧନ ଧାନ୍ୟରେ ପୂର୍ଣ୍ଣ ହେବା ସହ ଶିକ୍ଷାରେ ବୃଦ୍ଧି ହୋଇଥାଏ ?

ଗଣେଶ ଚତୁର୍ଥୀ ଦିନ ମଧ୍ୟାହ୍ପରେ ପ୍ରତୀମାକୁ ପ୍ରତିଷ୍ଠା କଲେ ଶୁଭଫଳ ମିଳିଥାଏ। ଶାସ୍ତ୍ରରେ ମାନ୍ୟତା ରହିଛି ଗଣେଶ ମଧ୍ୟାହ୍ପ ସମୟରେ ଜନ୍ମ ହୋଇଥିଲେ ତେଣୁ ବିଘ୍ନ ବିନାଶକଙ୍କ ପ୍ରାଣ ପ୍ରତିଷ୍ଠା ସେହି ସମୟରେ କଲେ ଭଲ ରହିଥାଏ।

ଆଜିର ଦିନରେ ଚନ୍ଦ୍ରଙ୍କୁ ଦେଖିବା ବାରଣ କରାଯାଇଥାଏ କାରଣ ଗଣେଶ ଚତୁର୍ଥୀରେ ଚନ୍ଦ୍ରକୁ ଦୋଷ ଲାଗିଥାଏ।

ଗଣେଷ ପ୍ରତିମାଙ୍କୁ କେମିତି ସ୍ଥାପନ କରିବେ ଜାଣନ୍ତୁ

ଗଣେଶ ଚତୁର୍ଥୀ ସକାଳୁ ଗାଧେବା ପରେ ନୂତନ ବସ୍ତ୍ର ପରିଧାନ କରି ମୁଣ୍ଡରେ  ସିନ୍ଧୁର ଲଗାଇବା ପରେ ପୁର୍ବ ଦିଗକୁ ମୁହଁ କରି ଆସନରେ ବସି ପୂଜା ଆରମ୍ଭ କରନ୍ତୁ। ଏହା ପରେ ଗଣେଶଙ୍କ ପ୍ରତିମାଙ୍କୁ କାଠ ବାକ୍ସ କିମ୍ବା ଧାନ, ମୁଗ, ବାଜରା, ଅରୁଆ ଚାଉଳ ଉପରେ ନାଲି କପଡା ପକାଇବା ପରେ ସେଠାରେ ପ୍ରତିମାକୁ ସ୍ଥାପନ କରନ୍ତୁ। ଗଣେଶଙ୍କ ପ୍ରତିମାଙ୍କ ଡାହାଣ ଏବଂ ବାମ ପାଖରେ ରିଦ୍ଧି- ଶ୍ରୀଦ୍ଧିଙ୍କ ମୃତ୍ତିଙ୍କ ସ୍ବରୂପ ଗୁଆକୁ  ସ୍ଥାପନ କଲେ ଶୁଭଫଳ ମିଳିଥାଏ।

  • ଜାଣନ୍ତୁ ଶୁଭଫଳ ସମୟ ସମ୍ପର୍କରେ:
  • ଅମୃତ ସମୟ ,ସକାଳ ୬ଟା୧୦ ରୁ ୭ଟା ୪୪ ମିନିଟ୍ଶୁଭ ସମୟ
  • ସକାଳ ୯ଟା ୧୮ ରୁ ୧୦ଟା ୫୩ ମିନିଟ
  • ଲାଭ ସମୟ ଦ୍ବି ପ୍ରହର ୩ଟା୩୫ରୁ ୫ଟା୯ ମିନିଟ
  • ସନ୍ଧ୍ୟା ଅମୃତ ସମୟ ସନ୍ଧ୍ୟ ୫ଟା୯ରୁ ୬ଟା୫୩ ମିନିଟ ମଧ୍ୟରେ
  • ରାତ୍ରୀ ମୁହୃର୍ତ୍ତ ସମୟ  ରାତି ୧୧ଟା ୧ ରୁ ୧୨ଟା ୨୭ ମିନିଟ

   ସମ୍ବନ୍ଧିତ ଖବର


୧୦ ବର୍ଷରେ ପଇସା ହୋଇଯିବ ଦୁଇଗୁଣା, ଜାଣନ୍ତୁ ଏହି ସ୍କିମ୍ ସମ୍ପର୍କରେ…

ପୁଲିସ୍ ମାଡ଼ରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିଲା, ୬ଘଣ୍ଟା ଧରି ପିଟିଥିଲେ–ସିବିଆଇ ଚାର୍ଜସିଟିରେ ଆଶ୍ଚର୍ଯ୍ୟକର ତଥ୍ୟ

ଶିଶୁଟିଏ ଯଦି ବିମାନରେ ଜନ୍ମ ହୁଏ , ତାର Citizenship କଣ ରହିବ ? ଆସନ୍ତୁ ଜାଣିବା

ନଭେମ୍ୱର ୧ରୁ ବଦଳିଯିବ ଏଲପିଜି ଗ୍ୟାସ୍ ଡେଲିଭରୀର ପୁରା ନିୟମ ….ଜାଣି ରଖନ୍ତୁ

ଯୋଗୀ ସରକାରଙ୍କର ବଡ଼ ନିଷ୍ପତ୍ତି – ଦାଢ଼ି ରଖିବାକୁ ଚାହିଁଲେ ପୁଲିସ୍‌କର୍ମୀଙ୍କୁ ନେବାକୁ ହେବ ଅନୁମତି

ପୁଲିସ୍‌ ସବ୍‌ଇନ୍ପପେକ୍ଟରଙ୍କ ନିନ୍ଦନୀୟ କାର୍ଯ୍ୟ – ଗୋଟିଏ ଦିନରେ ଅନେକ ମହିଳାଙ୍କ ସହ କଲେ ଏମିତି କାମ