ଅଳ୍ପ କାମର ଥକି ଯାଉଥିଲେ ଅଣଦେଖା କରନ୍ତୁ ନାହିଁ ଜାଣନ୍ତୁ ଏହାର ପଛରେ ଥିବା ବଡ ରୋଗର କାରଣ

ନୂଆଦିଲ୍ଲୀ ୧/୯ : ଲିଭର ସିରୋସିସ ବିପଦ ଜନକ ରୋଗ ହୋଇଥିବାରୁ ଏହାର ସ୍ବାସ୍ଥ୍ୟ  ଚିକିତ୍ସା ଠିକ୍ ସମୟରେ ନହୋଇପାରିଲେ ଯକୃତ କାମ କରିବା ବନ୍ଦ କରିଦେଇଥାଏ।ଉପଚାର ନହୋଇପାରିଲେ ଜୀବନ ଯିବାର ସମ୍ଭାବନା ରହିଛି। ଏଥରେ ବଞ୍ଚିବା ହେଲେ ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ।  ଜାଣନ୍ତୁ କେମିତି କରିବେ ଉପଚାର

ଏକ ରିପୋର୍ଟ ଅନୁଧ୍ୟାନ କଲା ପରେ ଜଣା ପଡିଛି ଅଧିକ ମଦ ପିଇବା ଦ୍ବାରା ୨୦ରୁ ୫୦ ପ୍ରତିଶତ  ଲିଭର ସିରୋସିସ୍ ଶିକାର ହୋଉଥିବା ମାମଲାରେ ସାମ୍ନାକୁ ଆସିଛି। ଲିଭର ସିରୋସିସ୍ କର୍କଟ ରୋଗ ପରେ ମାରାତ୍ମକ ରୋଗ ଅଟେ। ଲଭିର ସିରୋସିସର ଗମ୍ଭୀର ରୋଗରେ ଶିକାର ହେବା ପରେ କେବଳ  ଯକୃତ ପ୍ରତିରୋପଣ କରା ଗଲେ ଭଳ ହୋଇପାରିବେ।

ଲିଭର ସିରେସିସ୍‌ର ଲକ୍ଷଣ ଗୁଡିକ ବିଷୟରେ ଜାଣିରଖନ୍ତୁ

ଅଳ୍ପ କାମରେ ଥକିଯିବା

ଲିଭର ସିରୋସିସି ଆରମ୍ଭରେ ହେବା ବେଳେ ରୋଗୀଙ୍କୁ  ଅଳ୍ପ କାମରେ ହାଲିଆ ଲାଗିଥାଏ । ଶରୀର ଓଜନ ଅତ୍ୟଧିକ କମ୍  ହୋଇଥାଏ। ଖାଦ୍ୟ ହଜମ ପକ୍ରିୟାରେ ଅସୁବିଧା ସମ୍ମୁଖୀନ ହେବାକୁ ପଡିଥାଏ।

ଖାଇବାକୁ ଇଚ୍ଛା ନ ଲାଗିବା: ବ୍ୟକ୍ତିଙ୍କୁ ଅଚାନକ ଭାବେ ମୁଣ୍ଡ ବୁଲାଇବା ସହ ବାନ୍ତି ହେବାରେ ଦେଖାଯାଏ। ପରେ ଭୋକ ଲାଗି ନଥାଏ ଖାଇବାକୁ ଇଚ୍ଛା ହୋଇ ନଥାଏ।

 ପେଟରେ ଦାଗ ହେବା କିମ୍ବା ଦରଜ ଲାଗିରହିବା

ଲିଭର ସିରୋସିସ ହେଲେ ପେଟରେ ଦାଗ ହୋଇଯାଇଥାଏ। ଏହା ଫଳରେ ରକ୍ତରେ ପ୍ରୋଟିନ୍ ଆଲବୋମିନ ବଢ଼ିବା କାରଣରୁ  ହୋଇଥାଏ। ଏଥିପାଇଁ ଗମ୍ଭୀର ଦାଗ ହେବା ସହ ପେଟ ଦରଜ ଲାଗିଥାଏ।

ରକ୍ତ ବାହାରିବା:  ଲିଭର ସିରୋସିସ୍ ରୋଗର ଶିକାର ହେଲେ ରକ୍ତ ବାନ୍ତି ହେବା ସହ ଚେତା ହରାଇଥାନ୍ତି।ଏପରି ହେଲେ ଔଷଧ କୌଣସି କାମ କରି ନଥାଏ।

ଲିଭର୍ କ୍ୟାନସର: ଏହି ଲକ୍ଷଣ ଦେଖା ଦେଲେ  ଲିଭର ସିରୋସିସ୍ ଶିକାର ହେବାର ଆଶଙ୍କା ବଢ଼ିଯାଇଥାଏ। ସେଥିପାଇଁ ଡାକ୍ତର ରୋଗୀଙ୍କୁ ବାରମ୍ବାର ଅଲଟ୍ରାସାଉଣ୍ଡ କରିବାକୁ ଉପଦେଶ ଦେଇଥାନ୍ତି। ଯାହା ଫଳରେ ଲିଭ ସିରୋସିସ୍ ଅଧିକ ବଢ଼ିବା ପୂର୍ବରୁ ଜଣା ପଡିଯାଇଥାଏ।

ଲିଭ ସିରୋସିସ୍ କେମିତି ବଢ଼ିଥାଏ।

ଯେତେ ବେଳେ ଯକୃତରେ ସିରୋସିସ୍ ବଢ଼ିଯାଇଥାଏ। ଯକୃତ କାମ କରିବା ବନ୍ଧ ହୋଇଯାଇଥାଏ । ଏଥି ପରିସ୍ଥିତିରେ ଯକୃତ ପ୍ରତିରୋପଣ କରିବାକୁ ପଡିଥାଏ।ଲିଭର ସିରେସିସ୍ରୁ ବଞ୍ଚିବାକୁ ହେଲେ  ଭଲ ଆହାର ନେବା ସହ କ୍ୟାଲସିୟମ ଏବଂ ମିନେରାଲ ମଧ୍ୟରେ ସନ୍ତୁଳନ ରକ୍ଷା କରି ଭିଟାମିନ୍, ମିନେରାଲ ଥିବା ଖାଦ୍ୟ ପାନୀୟ ଗ୍ରହଣ କଲେ ଲିଭର ପାଇଁ ଭଲ ରହିଥାଏ।

ଯକୃତର ସମସ୍ୟା

ସାଧାରଣ ସମୟରେ ଯକୃତରେ ତିନି ସମସ୍ୟା  ଯଥା ଫୋଟି ଲିଭର, ହେପାଟାଇଟିସ୍ ଏବଂ ସିରୋସିସତ ସବୁଠାରୁ ଅଧିକ ରହିଥାଏ। ପେଟରେ ସିରୋସିସ ମାତ୍ରା ବଢ଼ିବା ପରେ  ଯକୃତ କାମ କରିବା ଅସୁବିଧା ହୋଇଥାଏ ହେପେଟାଇଟିସ୍ ହେବା ଫଳରେ ଯକୃତରେ ଦରଜ ବଢ଼ିବା ସହ ଅନେକ ଶରୀରରେ  ସମସ୍ୟା ଦେଖା ଦେଇଥାଏ।

ଲିଭର ସିରୋସିସ୍ ହେବା କାରଣ

ଅତ୍ୟାଧିକ ମଦ୍ୟପାନ କରିବା ଦ୍ବାରା ହୋଇଥାଏ।ହେପେଟାଇଟିସ୍ ବୃଦ୍ଧି ଏବଂ ଭୂତାଣୁ ସଂକ୍ରାମଣ ହେଲେ ଲିଭର ସିରୋସିସ୍ ଶିକାର ହୋଇଥାନ୍ତି। ଶରୀରରେ ମେଦ ବଢ଼ିବା,ବା ମେଟା ହେବା କିମ୍ବା ଡାଇବେଟିଜ ହେଲେ ଲିଭର ସିରୋସିସ୍ ହୋଇଥାଏ।

   ସମ୍ବନ୍ଧିତ ଖବର


ମୋବାଇଲ ନମ୍ବର ନଥିଲେ ଆଧାରକାର୍ଡରେ ହୋଇପାରିବନି କିଛି ବି ପରିବର୍ତ୍ତନ, ଏମିତି ସହଜରେ କରନ୍ତୁ ଅପଡେଟ୍

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

କ୍ରିଷ୍ଟାଲ୍ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

ଆଜିଠୁ ଶାରଦୀୟ ନବରାତ୍ରି ଆରମ୍ଭ, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଘଟ ସ୍ଥାପନା

ମାତ୍ର ୩୦୦ ଟଙ୍କାରେ କାରକୁ ରଖନ୍ତୁ ସୁରକ୍ଷିତ

ଏବେ କେହି ବି ନେଇ ପାରିବ ଟର୍ମ ପ୍ଲାନ୍, ଆସିଲା ‘ସରଳ ଜୀବନ ବୀମା’