ଆଇପିଏସ ଅଧିକାରୀଙ୍କ ସହ ଫେସବୁକରେ କରୁଥିଲେ ଅଶୀଳ୍ଲ ଚାଟିଙ୍ଗ: ବାହାଘର ପାଇଁ କହିବାରୁ ଘଟିଲା ଏମିତି କିଛି ଜାଣନ୍ତୁ…

ମୁମ୍ବାଇ ୪/୯:  ମହାରାଷ୍ଟ୍ର କ୍ୟାଡର ଆଇପିଏସ ଅଧିକାରୀଙ୍କୁ ବାହାଘର ନାଁରେ ବ୍ଲାକମେଲ କରୁଥିବା ଅଭିଯୋଗରେ ମା ଓ ଝିଅ ଉଭୟଙ୍କୁ ଇଜ୍ଜତନଗର ପୋଲିସ ଗିରଫ କରିଛି। ସୋମବାରରେ ଦୁଇଜଣଙ୍କ କୋର୍ଟକୁ ଚାଲାଣ କରାଯାଇଛି। କୋର୍ଟ ଆଦେଶ ଅନୁସାରେ ସେମାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ଅଦାଲତକୁ ପଠାଯାଇଛି।

ରାମପୁର ଗାର୍ଡନ ଅଞ୍ଚଳର ରହୁଥିବା ଅଜୁମ ଖାଁ ୧୫ ଦିନ ପୂର୍ବରୁ ସେଠାକାର ପୋଲିସ ଡିଆଇଜିଙ୍କୁ ଜଣେ ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମହାରାଷ୍ଟ୍ରର କ୍ୟାଡର ଆଇପିଏସ୍ ଅଫିସର ନୁଋଲ ହସନ ତାଙ୍କ ଝିଅଙ୍କୁ ଫେସବୁ୍କରେ ଅଶୀଳ୍ଲ ଚାଟିଙ୍ଗ୍ କରିଥିବା କଥ ସେ ଅଭିଯୋଗ କରିଥିଲେ । ପ୍ରଥମେ ବାହାଘର ପ୍ରତିଶ୍ରୁତି ଦେବା ପରେ ବାହାଘର ହେବାକୁ ମନା କରିଦେଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ । ଏହି ମାମଲାର ଅଭିଯୋଗ ହେବା ପରେ ପୁଲିସ ଡିଆଇଜି ମାମଲାର ତଦନ୍ତ ଆରମ୍ଭ କରିଥିଲେ ।

ଦରିଆଗଞ୍ଜ ଅଞ୍ଚଳର ରିକ୍ସା ଚାଳକ ଜାବେଦ ଆଇପିଏସ୍ ଅଫିସର ନୁଋଲ ହସନଙ୍କ ଫଟୋକୁ ଫେସବୁକ ପ୍ରୋଫାଇଲରେ ଲଗାଇ ଯୁବତୀଙ୍କ ସହିତ ଚାଟିଙ୍ଗ କରୁଥିବା ଏଥିରୁ ଜଣା ପଡିଥିଲା । ସେ ନିଜ ପୁଅ ନାଁରେ ଫେସବୁକରେ ଫେକ୍‌ ଆକାଉଣ୍ଟ ଖୋଲିଥିଲା। ଯୁବତୀଙ୍କ ସହ ଚାଟିଂ କରିବା ସହ ସେ ବିବାହର ପ୍ରଲୋଭନ ଦେଇଥିଲା । ପରେ ପ୍ରକୃତ ତଥ୍ୟ ବିଷୟରେ ଯୁବତୀ ଓ ତାଙ୍କ ମାଆ ଜାଣିବାକୁ ପାଇଥିଲେ । ମାତ୍ର ରିକ୍ସାଚାଳକ ଜାବେଦଙ୍କ ବଦଳରେ ଆଇପିଏସ୍‌ ଅଧିକାରୀ ନୁଋଲ ହୁସେନଙ୍କୁ ମାଆ ଓ ଝିଅ ଧମକ ଦେଇଥିଲେ ।

ଝିଅ ଆଇନ ଛାତ୍ରୀ ହୋଇଥିବା ବେଳେ ମାଆ ବି ଝିଅ ସହ ପୁଲିସ ଅଧିକାରୀଙ୍କୁ ଧମକ ଦେଇଥିଲେ । ସେମାନେ ନଋଲଙ୍କ ପିତା ରମସୁଲ୍‌ ହସନଙ୍କୁ ଧମକାଇବା ସହ ମହାରାଷ୍ଟ୍ର ପୁଲିସ ଡିଜିଙ୍କ ଅଫିସ୍‌ ସାମ୍ନାରେ ଆତ୍ମଦାହ କରିବେ ବୋଲି କହିଥିଲେ । ଏହି ମାମଲା ବିଷୟରେ ଜଣା ପଡିବା ପରେ ବି ମାଆ ଓ ଝିଅ ଆଇପିଏସ୍‌ ଅଧିକାରୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ।

ଏହାପରେ ଆଇପିଏସ୍‌ ଅଧିକାରୀଙ୍କ ପିତା ରମସୁଲ ଇଜ୍ଜତନଗର ଥାନାରେ ଏକ ମାମଲ ରୁଜୁ କରିଥିଲେ । ପୁଲିସ ସେମାନଙ୍କୁ ବ୍ଲାକ ମେଲ୍‌ କରିବା ଅଭିଯୋଗରେ ଗିରଫ କରିବା ବେଳ ଏହି ମାଆ ଝିଅ ପୁଲିସକୁ ଓଲଟା ଧମକ ଦେଇଥିଲେ । ଆପିଏସ୍‌ ଅଧିକାରୀ ହୋଇଥିବାରୁ ପୁଲିସ ତାଙ୍କୁ ସହଯୋଗ କରୁଥିବା ଗଣମାଧ୍ୟମରେ ପ୍ରକାଶ କରିବେ ବୋଲି କହିଥିଲେ । ଏହାପରେ ପୁଲିସ ସମସ୍ତ ପ୍ରମାଣ ସହ ମାଆ ଓ ଝିଅଙ୍କୁ ଗିରଫ କରିଥିବା ଜଣା ପଡିଛି । ସୋମବାରରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଅଦାଲତେର ହାଜର କରାଯାଇଥିଲା ।

   ସମ୍ବନ୍ଧିତ ଖବର


ସମ୍ପର୍କରେ କଳଙ୍କ: ବିଧବାଙ୍କୁ ଦୁଷ୍କର୍ମ କଲା ଦେଡ଼ଶୁର

ଆଇପିଏଲ୍‌ ବେଟିଂ କିଙ୍ଗ୍‌ପିନ୍ ଗିରଫ ! ବିପୁଳ ପରିମାଣର ଟଙ୍କା, ବୁକି ତାଲିକା ଜବତ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ଅବସରପ୍ରାପ୍ତ ଶିକ୍ଷକ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟ୍‌ର ଶିକାର