ଏଡିଟିଂଗ କରି ଛାତ୍ରୀଙ୍କ ଅଶୀଳ୍ଳ ଫଟୋ ତିଆରି କରିବା ପରେ ବାକ୍ଳମେଲ ଓ ଦୁଷ୍କର୍ମ ଅଭିଯୋଗ

କାନପୁର ୧୯/୯: ଉତ୍ତରପ୍ରଦେଶ କାନପୁରର ମଧନା ଗାଁର ବିବାହିତ ଯୁବକ ପଢ଼ିସାଘର ରହୁଥିବା ନାବାଳିକାକୁ ଛାତ୍ରୀକୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ଯୁବକ ଜଣ ନାବାଳିକା ଛାତ୍ରୀଙ୍କ ଫଟୋକୁ କମ୍ପ୍ୟୁଟର ଏଡିଟିଂଗ  ମାଧ୍ୟମରେ ଅଶୀଳ୍ଳ ଫଟୋ ତିଆରି କରିଥିଲା ଏହା ପରେ ସେହି ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଧମକ ଦେବା ସହ ଛାତ୍ରୀଙ୍କୁ ବାକ୍ଳମେଲ୍ କରି ଶାରୀରକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ପରେ ଯୁବକଜଣକ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିଲା। ନାବାଳିକ ଦୁଷ୍କର୍ମ ଶୀକାର ହେବା  ପରେ ଆତ୍ମାହତ୍ୟା କରିବାକୁ ଉଦ୍ୟମ କରିଥିଲା। ଏହି ଘଟଣା ନାବାଳିକା ପରିବାର ଲୋକ ଜାଣିବା ପରେ ବିଠୁର ଥାନାରେ ଅଭିଯୁକ୍ତ ଯୁବକ ବିରୋଧରେ ମାମଲା ରୁଜୁ କରିଥିଲେ।

ଛାତ୍ରୀଙ୍କ ଭାଇଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ପଡିଶା ଘରେ ରହୁଥିବା ବିବାହିତ  ଯୁବକ  ମନୀଷ ତାଙ୍କ ଭଉଣୀଙ୍କ ୧ ବର୍ଷ ହେବ ହଇରାଣ ହରକତ କରିଆସୁଛନ୍ତି । ଏହାର ଅଭିଯୋଗ କଲେ ଫଟୋ ଭାଇରାଲ୍‌ କରିବା ପାଇଁ ଧମକ ଦେଇଛନ୍ତି। ଅଭିଯୁକ୍ତ ଯୁବକ ଛାତ୍ରୀଙ୍କ ଗୋଟିଏ ଫଟୋକୁ କମ୍ପ୍ୟୁଟର ଏଡିଟିଂଗ କରି ସୋସିଆଲ ମିଡିଆରେ ଭାଇରାଲ କରିବାକୁ କହି ବାକ୍ଳମେଲ କରିବା ସହ ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବାରମ୍ବାର ଦୁଷ୍କର୍ମ ଶୀକର ହେବା ପରେ ଛାତ୍ରୀଜଣକ ଅତିଷ୍ଠ ହୋଇ ଫ୍ୟାନରେ ଚୁନରି ବାନ୍ଧି ଆତ୍ମାହତ୍ୟା କରିବାକୁ  ଉଦ୍ୟମ କରିଥିଲେ। ଏହା ପରେ ପରିବାର ଲୋକ ଘଟଣା ବିଷୟରେ ଜାଣିବା ପରେ ଏସ୍ଏସପିଙ୍କ କାର୍ଯ୍ୟାଳୟରେ ନାବାଳିକ ଛାତ୍ରୀଜଣକ ଅଭିଯୋଗ କରିଥିଲେ। ପରେ ଏସ୍ଏସ୍‌ପି ଅନନ୍ତଦେବ ତିବାରୀଙ୍କ ନିର୍ଦ୍ଦେଶରେ ବିଠୁର ଥାନା ଅଧିକାରୀ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଗିରଫ କରିଛନ୍ତି।

ସିଇଓ କଲ୍ୟାଣପୁର ଅଜୟ କୁମାର ସୂଚନା ଦେଇ କହିଛନ୍ତି ନାବାଳିକା ଛାତ୍ରୀଙ୍କ ଭାଇଙ୍କ ଅଭିଯୋଗ ଆଧାରେ ଅଭିଯୁକ୍ତ ଯୁବକ ବିରୋଧରେ ଦୁଷ୍କର୍ମ, ଅସଦାଚରଣ, ଆତ୍ମହତ୍ୟା କରିବାକୁ ପ୍ରେତ୍ସାହନ କରିବା, ଧମକଦେବା ଭଳି ମାମଲାରେ ଅଭିଯୁକ୍ତ ବିରୋଧରେ ଥାନାରେ ମାମଲା ରୁଜୁ ହେବା ସହ ଗିରଫ କରି କୋର୍ଟ ଚାଲଣ କରାଯାଇଛି।

   ସମ୍ବନ୍ଧିତ ଖବର


୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

ମହାଜାଲିଆତି -ମିଛ ମାପଦଣ୍ଡରେ ଆକାଶଛୁଆଁ ବେପାର

RBI ଗଭର୍ଣ୍ଣରଙ୍କୁ କରୋନା