PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଚିଦାମ୍ବରମଙ୍କ ଗିରଫ ପରେ ପୁଅ କାର୍ତ୍ତି ଏବେ ଇନ୍ଦ୍ରାଣୀ ଓ ପିଟରଙ୍କୁ ନେଇ କହିଲେ ଏଭଳି

ନୂଆଦିଲ୍ଲୀ,୨୨।୮: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦମ୍ବରମଙ୍କୁ ଗିରଫ କରାଯିବା ପରେ ତାଙ୍କ ପୁଅ ଓ କଂଗ୍ରେସ ନେତା କାର୍ତ୍ତି ଚିଦମ୍ବରମ ପ୍ରଶ୍ନ ଉଠାଇଛନ୍ତି। ଶିବଗଙ୍ଗାରୁ ସାଂସଦ ଥିବା କାର୍ତ୍ତି ଚିଦମ୍ବରମ ଦିଲ୍ଲୀରେ ଗଣାମଧ୍ୟମକୁ କହିଛନ୍ତି, ତାଙ୍କର ବାପାଙ୍କୁ ଏହା ଟାର୍ଗେଟ କରାଯାଇନି, ବଂର କଂଗ୍ରେସକୁ ଟାର୍ଗେଯ କରାଯାଇଛି। ତାଙ୍କ ବାପାଙ୍କୁ ଗିରଫ କରାଯିବା ବିରୋଧରେ ଏମକେ ଷ୍ଟାଲିନଙ୍କ ସହିତ ଡିଏମକେ ନେତାମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

କାର୍ତ୍ତି କହିଛନ୍ତି, ମୁଁ କେବେ ମଧ୍ୟ ପିଟର ମୁଖାର୍ଜୀଙ୍କୁ ସାକ୍ଷାତ କରିନାହିଁ। ଜୀବନରେ କେବେ ମଧ୍ୟ ଇନ୍ଦ୍ରାଣୀଙ୍କୁ ସାକ୍ଷାତ କରିନାହିଁ। ସେତେବେଳେ ପ୍ରଥମ ଥର ପାଇଁ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଦେଖିଲି ଯେତେବେଳେ ସିବିଆଇ ତାଙ୍କୁ ଓ ମୋତେ ସାମ୍ନା ସାମ୍ନି କରିବାକୁ ନେଇଥିଲା। ତାଙ୍କର କମ୍ପାନୀ ସହିତ ମୋର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ କୌଣସି ସମ୍ପର୍କ ନାହିଁ।’

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମ ନୂଆଦିଲ୍ଲୀରେ ସିବିଆଇ ମୁଖ୍ୟାଳୟରୁ ନିଆଯିବାର କିଛି ମିନିଟ ପରେ ନିଜର ବାସଭବନ ବାହାରେ ସାମ୍ବାଦିକଙ୍କୁ କହିଥିଲେ, ଏହି ମାମଲା ସ୍ପଷ୍ଟ ଭାବରେ ୨୦୦୮ରେ ହୋଇଥିବା ଘଟଣାକ୍ରମ ସହିତ ସମ୍ପର୍କରେ ଥିଲା। ଏହା ସମ୍ପୂର୍ଣ୍ଣ ଭାବରେ ରାଜନୀତି ପ୍ରେରିତ ପ୍ରତିଶୋଧର କାର୍ଯ୍ୟାନୁଷ୍ଠାନ।’ ଉଲ୍ଲେଖନୀୟ ଯେ, ସିବିଆଇ ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡିଆ ମାମଲାରେ ଗତ ବୁଧବାର ରାତିରେ ଗିରଫ କରିଥିଲା। ଗିରଫ ପରେ ଆଜି ଚିଦାମ୍ବମରଙ୍କୁ କୋର୍ଟରେ ହାଜର କରାଯିବ।