ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସାକ୍ଷୀ ଚିଦାମ୍ବରମଙ୍କୁ ପଠାଇଲା ଜେଲ୍, ଜାଣନ୍ତୁ କିଏ ଏହି ଇନ୍ଦ୍ରାଣୀ

ନୂଆଦିଲ୍ଲୀ,୨୨।୮: ଆଇଏନଏକ୍ସ ମିଡିଆ ଦୁର୍ନିତୀ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଗିରଫ ହୋଇଛନ୍ତି। ଏହି ମାମଲାରେ ଚିଦାମ୍ବରମଙ୍କୁ ସିବିଆଇ ପଚରାଉଚରା ଜାରି ରହିଛି। ତେବେ ଚିଦମ୍ବରମଙ୍କ ଗିରଫ ହେବାର ମୁଖ୍ୟ କାରଣ ହେଉଛନ୍ତି ଆଇଏନଏକ୍ସ ମିଡିଆର ପ୍ରମୋଟର ଇନ୍ଦ୍ରାଣୀ ମୁଖାର୍ଜୀ। ଏହି ମାମଲାରେ ସରକାରୀ ସାକ୍ଷୀ ପାଲଟିଥିବା ଇନ୍ଦ୍ରାଣୀ ମୁଖାର୍ଜୀ ସିବିଆଇ ଓ ଇଡି ଆଗରେ ସେ ଦେଇଥିବା ବୟାନ ପାଇଁ ଚିଦାମ୍ବରମଙ୍କୁ ଯିବାକୁ ପଡିଛି ଜେଲ। ଇନ୍ଦ୍ରାଣୀଙ୍କ ସ୍ବାମୀ ତଥା ଆଇଏନଏକ୍ସ ମିଡିଆର ମାମଲିକ ପିଟର ମୁଖାର୍ଜୀ ଦୁହେଁ ଏହି ମାମଲାରେ ସିବିଆଇ ଓ ଇଡି ନିକଟରେ କହିଥିଲେ ଯେ, ୨୦୦୬ରେ ନର୍ଥ ବ୍ଲକରେ ତାଙ୍କର ଚିଦାମ୍ବରମ(ତତ୍କାଳୀନ ଅର୍ଥମନ୍ତ୍ରୀ)ଙ୍କ ସହିତ ସାକ୍ଷାତ ହୋଇଥିଲା। ଦୁହିଁଙ୍କୁ ସେ କହିଥିଲେ ତାଙ୍କ ପୁଅ କାର୍ତ୍ତିଙ୍କୁ ସାକ୍ଷାତ କରି ବ୍ୟବସାୟିକ ସାହାଯ୍ୟ କରନ୍ତୁ। ଚିଦାମ୍ବରମଙ୍କ ବିରୋଧରେ ସିବିଆଇ ଓ ଇଡି ନିକଟରେ  ଇନ୍ଦ୍ରାଣୀଙ୍କ ଏହି ବୟାନ ପଡିଥିଲା ଭାରି।

ଇନ୍ଦ୍ରାଣୀ ମୁଖାର୍ଜୀ ନିଜର ଏହି ବୟାନ ୧୭ ଫେବୃଆରୀ ୨୦୧୮ରେ ରେକର୍ଡ କରିଥିଲେ। ଇନ୍ଦ୍ରାଣୀଙ୍କ ଏହି ବୟାନ ଏବେ ସରକାରୀ ସାକ୍ଷ୍ୟ ପ୍ରମାଣର ଏକ ଅଂଶ।   ଇନ୍ଦ୍ରଣୀ କହିଥିଲେ  ଆଇଏନଏକ୍ସ ମିଡିଆ ସପକ୍ଷରେ ଏଫଆଇପିବି ମଞ୍ଜୁରି ପାଇଁ କୀର୍ତ୍ତି ଚିଦାମ୍ବରମ ଏବଂ ପିଟର ମୁଖାର୍ଜୀଙ୍କ ମଧ୍ୟରେ ୧ ନିୟୁତ ଡଲାରର ଏକ ବୁଝାମଣା ହୋଇଥିଲା । ଯାହାଫଳରେ ୩୧୦୦କୋଟି ଟଙ୍କାର ଆଇଏନଏକ୍ସ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇକୁ ପି ଚିଦାମ୍ବରମଙ୍କ ବିରୋଧରେ ମିଳିଥିଲା ଏକ ବଡ ଅସ୍ତ୍ର।

୨୦୧୭ ମସିହାରେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପାଣ୍ଠି ନିବେଶ ପାଇଁ ଦିଆଯାଇଥିବା ଏଫଆଇପିବି ମଞ୍ଜୁରିରେ ଘୋର ଅନିୟମିତତା ହୋଇଥିବା ଧରାପଡିଥିଲା । ସେହି ସମୟରେ ପି. ଚିଦାମ୍ବରମ୍ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ । ୨୦୧୭ରେ ପ୍ରଥମେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍, ଆଇଏନଏକ୍ସ ମିଡିଆ ଏବଂ ଏହାର ନିର୍ଦ୍ଦେଶକ ପିଟର ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସମେତ ଅନ୍ୟ କେତେଜଣଙ୍କ ବିରୋଧରେ ପିଏମଏଲ ଆଇନ ଅଧିନରେ ଇସିଆଇଆର (ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ୍ ରିପୋର୍ଟ) ରୁଜୁ କରିଥିଲା । ୨୦୧୭ ମେ ୧୫ ତାରିଖରେ ସିବିଆଇ ଏହି ମାମଲାରେ ଏଫଆଇଆର ରୁଜୁ କରିଥିଲା । ପରେ ୨୦୧୮ରେ ଇଡି ଏହି ମାମଲାରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।

ଚିଦାମ୍ବରମଙ୍କୁ ଜେଲ ଯିବାରେ ସରକାର ସାକ୍ଷୀ ପାଲଟିଥିବା  ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାଣନ୍ତି କି? ଏ ହେଉଛନ୍ତି ସେହି ଇନ୍ଦ୍ରାରୀ ମୁଖାର୍ଜୀ ଯିଏକି ନିଜ ଝିଅ ଶିନା ବୋରାଙ୍କୁ ହତ୍ୟା କରିବା ମାମଲାରେ ଏବେ ଜେଲରେ ସଜା କାଟୁଛନ୍ତି। ତେଣୁ ଆସନ୍ତୁ ଜାଣିନେବା ତାଙ୍କ ସମ୍ପର୍କରେ… ଇନ୍ଦ୍ରାଣୀ ଆସାମର ଗୌହାଟୀରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୯୩ରେ ସଞ୍ଜୀବ ଖାନ୍ନାଙ୍କୁ ବିବାହ କରିଥିଲେ । ଇନ୍ଦ୍ରାଣୀ ମୁଖାର୍ଜୀ ପ୍ରଥମେ କଲିକତାରେ ଆଇଏନଏକ୍ସ ସର୍ଭିସେସ୍ ନାମକ ଏକଜିକ୍ୟୁଟିଭ ସର୍ଚ୍ଚ କମ୍ପାନୀ ପରିଚାଳନା କରୁଥିଲେ । ଏହି କମ୍ପାନୀରେ ସେତେବେଳେ ମାତ୍ର ୧୦ଜଣ ଲୋକ କାମ କରୁଥିଲେ । ୨୦୦୨ ମସିହାରେ ନିଜ ପ୍ରଥମ ସ୍ବାମୀଙ୍କୁ ଛାଡପତ୍ର ଦେଇ ଇନ୍ଦ୍ରାଣୀ ପିଟର ମୁଖାର୍ଜୀଙ୍କୁ ବିବାହ କରିଥିଲେ । ପିଟର ମୁଖାର୍ଜୀ ଷ୍ଟାର ଇଣ୍ଡିଆର ସିଇଓ ଥିଲେ। ପିଟରଙ୍କୁ ବିବାହ କରିବା ପରେ ସହରର ଚର୍ଚ୍ଚିତ ବ୍ୟକ୍ତିମାନଙ୍କ ମଧ୍ୟରେ ଇନ୍ଦ୍ରାଣୀ ରହିଥିଲେ । ୨୦୦୮ ମସିହାରେ ଷ୍ଟ୍ରିଟ୍ ଜର୍ଣ୍ଣାଲ ତାଙ୍କୁ ବିଶ୍ବର ୫୦ ପ୍ରଭାବଶାଳୀ ମହିଳାମାନଙ୍କ ମଧ୍ୟରେ ସାମିଲ କରିଥିଲା ।

ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କ ସ୍ବାମୀ ପିଟର ମୁଖାର୍ଜୀ ଉଭୟ ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲାରେ ଏବେ ମୁମ୍ବାଇ ଜେଲରେ ଅଛନ୍ତି । ସିନା ବୋରା ହେଉଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କ ପ୍ରଥମ ସ୍ବାମୀ ସଞ୍ଜୀବ ଖାନ୍ନାଙ୍କ ଝିଅ। ୨୦୧୨ ମସିହାରେ ସିନା ବୋରା ହତ୍ୟାକରିବା ମାମଲାରେ  ପୋଲିସ ଉଭୟଙ୍କୁ ୨୦୧୫ ମସିହାରେ ଗିରଫ କରିଥିଲା। ୨୦୧୮ ମସିହାରେ ପିଟର ଏବଂ ଇନ୍ଦ୍ରାଣୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା ।ଗତ ମାସରେ ଦିଲ୍ଲୀ କୋର୍ଟ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଆଇଏନଏକ୍ସ ମାମଲାରେ ସାକ୍ଷୀ ହେବା ପାଇଁ ଅନୁମତି ଦେଇଥିଲେ। ଇନ୍ଦ୍ରାଣୀଙ୍କ ଏହି ରାଜସାକ୍ଷୀ ଏବେ ଚିଦାମ୍ବରମଙ୍କ ପାଇଁ ଅଡୁଆ ସୃଷ୍ଟି କରି ଜେଲକୁ ନେଇଛି।

   ସମ୍ବନ୍ଧିତ ଖବର


ସୈନିକ ସ୍କୁଲରେ ଏବେ OBC କୁ ମିଳିବ ଆରକ୍ଷଣ, କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ …

୧ ବର୍ଷର ଆଲୋଚନା ପରେ ଡିଲ୍‌ ଫାଇନାଲ, ମୁକେଶ ଅମ୍ବାନୀଙ୍କୁ ମିଳିବ ୧ ଆରବ ଡଲାରର ଚେକ୍‌

ହ୍ୱାଟସ୍‌ଆପ୍‌ରେ ଗହଣା ପିନ୍ଧି ଡିପି ରଖିଥିଲା ମାଆ- ଧରା ହେଲା ଡକାୟତ ପୁଅ

ଭାରତୀୟ ନୌସେନାର ଶକ୍ତିଶାଳୀ ମିଶାଇଲ, ଗଭୀର ସମୁଦ୍ରରେ ବି ଶତ୍ରୁର ଜାହାଜକୁ ଲକ୍ଷ୍ୟଭେଦ କରି ଓଲଟାଇଦେବ…

ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କଲେ ଭାରତର ପ୍ରଥମ ସି-ପ୍ଲେନ୍ ସେବା, ଜାଣନ୍ତୁ ଏହାର ବିଶେଷ୍ବତ

ବିଶେଷଜ୍ଞ ମତ: ପଶୁପକ୍ଷୀଙ୍କ ଦେହରେ ରହିଛି ୮,୫୦,୦୦୦ ମାରାତ୍ମକ ଭାଇରସ, ଏଗୁଡିକ ମଣିଷ ଦେହରେ ପ୍ରବେଶ କରିପାରନ୍ତି