ଆସନ୍ତା ୨୭ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ,ଜାଣି ରଖନ୍ତୁ ପ୍ରକୃତ କଥା

ନୂଆଦିଲ୍ଲୀ,୯।୯: ଆମେରିକାରେ ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ଦିନ  ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଏହି ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘର ବାର୍ଷିକ ଅଧିବେଶନକୁ ସମ୍ବୋଧିତ କରିବେ। ଏହାସହିତ ଏକ ସପ୍ତାହର ନ୍ୟୁୟର୍କ ଗସ୍ତ ସମୟରେ ବହୁ ଦ୍ବିପାକ୍ଷିକ ଓ ବହୁପାକ୍ଷୀୟ ବୈଠକ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି।   ତେବେ ୨୭ ତାରିଖ ଦିନ ଜାତିସଂଘର ବାର୍ଷିକ ଅଧିବେଶନରେ ସମ୍ବୋଧନ କରିବାକୁ ଚୂଡାନ୍ତ ହୋଇଥିବା ବକ୍ତାଙ୍କ ସୂଚୀରେ  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟର କିଛି ସମୟ ପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଜାତିସଂଘର ୭୪ ତମ ଅଧିବେଶନରେ ନେତାଙ୍କୁ ସମ୍ବୋଧିକ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚୀରେ ଏହି ସୂଚନା ଦିଆଯାଇଛି। ଏହା ଅନୁସାରେ ମୋଦି ୨୭ ସେପ୍ଟେମ୍ବର ସକାଳେ ଏକ ଉଚ୍ଚସ୍ତରୀୟ ଅଧିବେଶନରେ ସମ୍ବୋଧିକ କରିବେ।

ଏହା ପୂର୍ବରୁ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଜାତିସଂଘର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ। ଜାତିସଂଘ ବାର୍ଷିକ ଅଧିବେଶନର ବକ୍ତାମାନଙ୍କ ପ୍ରାରମ୍ଭିକ ସୂଚୀ ଅନୁସାରେ ପ୍ରାୟ ୧୧୨ ଜଣ ରାଷ୍ଟ୍ରପତି, ୪୮ ଜଣ ଶାସନାଧ୍ୟକ୍ଷ ଓ ୩୦ ଜଣ ବୈଦେଶିକ ମନ୍ତ୍ରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଅଧିବେଶନର ସାଧାରଣ ଚର୍ଚ୍ଚା ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମହାସଭାକୁ ସେପ୍ଟେମ୍ବର ୨୪ ତାରିଖ ଦିନ ସମ୍ବୋଧିତ କରିବେ। ଟ୍ରମ୍ଫ ଗତ ୨୦୧୭ ମସିହାରେ ପ୍ରଥମ ଥର ଜାତିସଂଘକୁ ସମ୍ବୋଧିତ କରିଥିଲେ। ନ୍ୟୁୟର୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ  ସ୍ୱଚ୍ଛ ଭାରତ ଅଭିଯାନ ଲାଗି ‘ବିଲ ଏଣ୍ଡ ମିଲିଣ୍ଡା ଗେଟସ୍ ଫାଉଣ୍ଡେସନ’ ପକ୍ଷରୁ ସମ୍ବର୍ଦ୍ଧତ  କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।  

ଏହା ବ୍ୟତୀତ ଜାତିସଂଘ ମୁଖ୍ୟାଳୟରେ ମୋଦି ସେପ୍ଟେମ୍ବର ୨୪ ତାରିଖ ଦିନ ଇକୋନମିକ ଏଣ୍ଡ ସୋସିଆଲ କାଉନସିଲ (ଇସିଓଏସଓସି) ଚାମ୍ବରରେ ‘ଲିଡରସିପ୍ ମ୍ୟାଟର୍ସ: ରିଲିଭେନ୍ସ ଅଫ ଗାନ୍ଧି ଇନ୍ କଣ୍ଟେମ୍ପ୍ରରି ୱାର୍ଲଡ’ ଶିର୍ଷକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜକ ହେବେ। ଜାତୀର ଜନକ ମହାତ୍ମା ଗାନ୍ଧିଙ୍କ ୧୫୦ତମ ବାର୍ଷିକ ଉପଲକ୍ଷେ ଜାତି ସଂଘରେ ଭାରତ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।  

   ସମ୍ବନ୍ଧିତ ଖବର


ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !

ଆଗାମୀ ୨୦ ବର୍ଷ ଯାଏ ରହିବ କରୋନା, ଏଭଳି ଯୁକ୍ତି ରଖିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌