ସୋନିଆ ଗାନ୍ଧିଙ୍କୁ ଭେଟିଲେ ଆପ୍‌ର ବିଦ୍ରୋହୀ ବିଧାୟିକା ଅଳକା ଲାମ୍ବା

ନୂଆଦିଲ୍ଳୀ ୩/୯: ଆମ ଆଦମୀ ପାର୍ଟିର ବିଦ୍ରୋହୀ ବିଧାୟିକା ଅଳକା ଲାମ୍ବା ମଙ୍ଗଳବାରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ୧୦ ରାଜପଥ ସ୍ଥିତ ବାସବ ଭାବନରେ ଭୋଟିବା ପରେ ରାଜନୈତିକ ଚର୍ଚ୍ଚା ହେବାରେ ଲାଗିଛି। ଖୁବ୍ ଶୀଘ୍ର ଅଳକା କଂଗ୍ରେସର ହାତ  ଧରି ପାରନ୍ତି ବୋଲି  ଚର୍ଚ୍ଚା  ହେଉଛି ।

ଚାନ୍ଦିନୀ ଚୌକ ଅଞ୍ଚଳର ବିଧାୟକା  ଅଳକା ଲାମ୍ବା କଂଗ୍ରେସ ଫେରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସ ଭବନରେ ଆଲୋଚନା କରିଛନ୍ତି। କିନ୍ତୁ ସେ ଏବେ କଂଗ୍ରେସରେ ସାମିଲ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅଳକା ଲାମ୍ବା ସୋନିଆଙ୍କ ସହିତ ଆଲେଚନା କରିବା ପରେ କହିଛନ୍ତି ସୋନିଆ ଗାନ୍ଧୀ ଖାଲି କଂଗ୍ରେସ ଅଧ୍ୟକ୍ଷ ନୁହନ୍ତି ସେ ଜଣେ ପ୍ରମୁଖ ଏବଂ ନିରପକ୍ଷ ବିଚାରଧାର  ବଡ ନେତ୍ରୀ ଅଟନ୍ତି। ଆଲେଚନାରେ ଦେଶ ବିଭିନ୍ନ ବିଷୟରେ ଚର୍ଚ୍ଚା ହେବା ଦେଶ ଏବେ ପରିସ୍ଥିତି ବିଷୟରେ କଥା ହୋଇଥିବା ସେ କହିଛନ୍ତି।  

ସେ କହିଛନ୍ତି ଦେଶରେ ରାଜନୈତିକ ବିମର୍ଷ ର ଚାଲୁ ରହିଛି ଓ ଏହା ଚାଲିବା ଦରକାର। ଅଳକା ସୋନିଆଙ୍କ ସହ ଆଲୋଚନା କରିବା ପରେ, ସେ କଂଗ୍ରେସର ହାତ ଧରିବା ନେଇ ଚର୍ଚ୍ଚା ହେଉଛି ।

ଜାଣିବାକୁ ମିଳିଛି ଅଳକା ଲାମ୍ବା କିଛି ମାସ ପୂର୍ବରୁ କଂଗ୍ରେସ ସପକ୍ଷରେ ବୟାନ ଦେବାରୁ  ଆମ ଆଦର୍ମି ପାର୍ଟିରେ ମତଭେଦ ବଢ଼ିଥିଲା।ଏଥି ପାଇଁ ସେ ଦଳରୁ ଛାଡିବାକୁ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହୋଉଛି। ଅଳକା ପୂର୍ବରୁ କଂଗ୍ରେସର ଏନ.ଏସ.ୟୁଆଇ ଏବଂ କଂଗ୍ରେସରେ ରହି ସାରିଛନ୍ତି।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର