ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍: ଚଢାଉ ବେଳେ ଶିକ୍ଷକ, ପୋଲିସ ଏବଂ ଛାତ୍ର-ଛାତ୍ରୀଙ୍କ ସହ ୪୨ ଗିରଫ

ନୂଆଦିଲ୍ଲୀ,୨୭।୮: ମେରୁଟର ଲାଲକୁର୍ତ୍ତି ଥାନା ଅନ୍ତର୍ଗତ ବେଗମପୁଲ ସ୍ଥିତି ଏକ ହୋଟେଲରେ ଭଡାରେ ରୁନ୍ ନେଇ ଚଳାଯାଉଥିବା ଏକ ସେକ୍ସ ରାକେଟର ପର୍ଦାଫାଶ ହୋଇଛି। ବହୁ ଥାନାର ପୋଲିସ ଗତ ରବିବାର ଏହି ହୋଟେଲ ଉପରେ ଚଢାଉ କରିଥିଲେ। ସେଠାରୁ ପ୍ରାୟ ୪୨ ଜଣ ଯୁବକ-ଯୁବତୀଙ୍କୁ ହୋଟେଲର ବିଭିନ୍ନ ରୁମରୁ ଆପତ୍ତିଜନକ ଅବସ୍ଥାରେ ଗିରଫ କରାଯାଇତିଲା। ଗିରଫଙ୍କ ଭିତରେ ପିଏସସିର ସିପାହୀ ଓ ପ୍ରାଇମେରୀ ସ୍କୁଲର ଶିକ୍ଷକଙ୍କ ସହିତ ବହୁ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି। ରୁମ ଭିତରୁ ବହୁ ପରିମାଣରେ ଆପତ୍ତିଜନକ ବସ୍ତୁ ଜବତ କରାଯାଇଛି।

କେଣ୍ଟ ସିଓ ସଞ୍ଜୀବ ଦେଶଓ୍ବାଲଙ୍କ ନେତୃତ୍ବରେ ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ପୋଲିସ, ସଦର ବଜାର ଓ ଲାଲକୁର୍ତ୍ତୀ ଥାନାର ପୋଲିସ ବେମମପୁଲରେ ଥିବା ହୋଟେଲ ‘ଓସମ’ ଉପରେ ଚଢା କରିଥିଲା। ଚଢାଉ ବେଳେ ସେଠାରେ ଅଭିଯୁକ୍ତମାନେ ଖସି ଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା।

ହୋଟେଲର ମାଲିକ ଉମେଶ ଗର୍ଗ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ହୋଟେଲର ଆକାଉଣ୍ଟାଣ୍ଟଙ୍କ ସହିତ କିଛି କର୍ମଚାରୀଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁସାରେ ସେଠାରେ ଏକରୁ ଦେଢ ହଜାର ଟଙ୍କାରେ ରୁମ୍ ବୁକ୍ କରାଯାଉଥିଲା। ରିସେପସନରେ କିଛି ଯୁବକ-ଯୁବତୀଙ୍କ ଆଇଡି ମିଳିଛି, ତେବେ କିଛି ଜଣଙ୍କୁ ବିନା ଆଇଡିରେ ରୁମ ଦିଆଯାଉଥିଲା। ହୋଟେଲରେ ଏହି ଧନ୍ଦା ବହୁ ବର୍ଷ ଧରି ଚାଲୁଥିଲା। ବେଗମପୁଲ ଭଳି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଏଭଳି ଧନ୍ଦା ଚାଲୁଥିଲେ ମଧ୍ୟ ପୋଲିସ କିନ୍ତୁ ଏପର୍ଯ୍ୟନ୍ତ ଅଜଣା ହୋଇ ରହୁଥିଲା।

କବାଡି ବଜାରରେ ଯେବେଠାରୁ ରେଡ୍ ଲାଇଟ୍ ଏରିଆ ବନ୍ଦ ହୋଇଛି, ସେବେଠାରୁ ଏହି ହୋଟେଲ ଓ କୋଠିରେ ଦେହ ବେପାର ବଢିଯାଇଛି। ଜାନୁଆରୀରୁ ଏପର୍ଯ୍ୟନ୍ତ ଏହା ୭ମ କାର୍ଯ୍ୟାନୁଷ୍ଠାନ। କିନ୍ତୁ ହୋଟେଲରେ ପ୍ରଥମ ଥର ଏବେ ବଡ ପରିମାଣରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସହରର ହୋଟେଲ, ହୁକାବାର ଓ ବହୁ ରେସ୍ତୋଁରାରେ ଏଭଳି ଅବୈଧ ଧନ୍ଦା ଚାଲିଥିଲା। ହୁକ୍କାବାରରୁ ନିଶା ଇଞ୍ଜେକସନ୍ ମଧ୍ୟ ଉପଲବ୍ଧ କରାଯାଉଥିଲା। ଏହାପରେ ହାଲକା ନିଶାରେ ଏଠାରେ ଦେହବ୍ୟବସାୟ କରାଯାଉଥିଲା।

ପୋଲିସ  ସୂଚନା ମୁତାବକ, ଏହି ହୋଟେଲରେ ରୁମ ଅନଲାଇନରେ ବୁକିଂ କରାଯାଉଥିଲା।ଝିଅଙ୍କୁ ସାଙ୍ଗରେ ଧରି ଗ୍ରାହକ ଆସି ହୋଟେଲରେ ରହୁଥିଲେ। ବିନା ଆଇଡିରେ ଝିଅ ଓ ପୁଅଙ୍କୁ ରହିବା ପାଇଁ ଅନୁମତି ଦିଆଯାଉଥିଲା।ବୁକିଂ ପାଇଁ ଟଙ୍କା ନେବା ପରେ ବି ଗ୍ରାହକଙ୍କ ଠାରୁ ଘଣ୍ଟାପ୍ରତି ଏକ ହଜାର କିମ୍ବା ଦୁଇ ହଜାର ଟଙ୍କା ଆଦାୟ କରାଯାଉଥିଲା।ହୋଟେଲରେ ରହୁଥିବା ଗ୍ରାହକଙ୍କୁ ମନ ପସନ୍ଦର ଝିଅ ମଧ୍ୟ ଯୋଗାଇ ଦିଆଯାଉଥିଲା। ସାଧାରଣ ଲୋକ୍ ସେଠାରେ ରହୁଥିଲେ ମଧ୍ୟ ହୋଟେଲରେ ଦେହ ବ୍ୟବସାୟ ଚାଲିଥିଲା ବୋଲି ପୋଲିସ କହିଛି। ଗିରଫ ହୋଇଥିବା ଲୋକଙ୍କ ଭିତରେ କିଚି ସାଧାରଣ ଲୋକ ରହିଥିବାରୁ ତାଙ୍କୁ ଛାଡି ଦିଆଯାଇଛି।

   ସମ୍ବନ୍ଧିତ ଖବର


ପୁଲିସ୍ ମାଡ଼ରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିଲା, ୬ଘଣ୍ଟା ଧରି ପିଟିଥିଲେ–ସିବିଆଇ ଚାର୍ଜସିଟିରେ ଆଶ୍ଚର୍ଯ୍ୟକର ତଥ୍ୟ

ପରିବା ଚୋରି କରିବା ଚୋରଙ୍କୁ ପଡିଲା ମହଙ୍ଗା:ଗଛରେ ବାନ୍ଧିଦେଲେ ଗାଁଲୋକେ, ବସିଲା କଙ୍ଗାରୁ କୋର୍ଟ

ସ୍ତ୍ରୀର ଚରିତ୍ର ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଫେରାର

ରାସ୍ତାରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଚୋରା ଦେଶୀ ମଦ ଆଡ୍ଡାରେ ଅବକାରୀ ବିଭାଗର ଚଢାଉ: ୨୫୦ଲିଟରରୁ ଅଧିକ ମଦ ଜବତ, ୩ ଗିରଫ

ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର କମ୍ବିଂ ଅପରେସନ ବେଳେ ଗୁଳି ବିନିମୟ, ପୋଲିସ-ମାଓବାଦୀ ମୁହାଁମୁହିଁ ଜାରି