ପ୍ରମୂଖ ଖବର
  • ଆହୁରି ୩ ରୁ ୪ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଅଞ୍ଚଳକୁ ଅଗ୍ରସର ହୋଇପାରେ ମୌସୁମୀ, ଅନୁକୂଳ ରହିଛି ପାଗ
  • ||
  • ବଲାଙ୍ଗୀର; କନେଷ୍ଟବଲଙ୍କ ହତ୍ୟା ଘଟଣାର ପର୍ଦାଫାର୍ସ, ରତ୍ନପଥର ପାଇଁ କରାଯାଇଥିଲା ହତ୍ୟା, ୬ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜ୍ୟରେ ବଡ ଧରଣର ସିବିଆଇ ରେଡ୍, ୬୭ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ଜୁନ ୩୦ରୁ ଶନିଙ୍କ ପରିବର୍ତ୍ତନ, ଏହି ରାଶିର ଆରମ୍ଭ ହେବ ଭଲ ଦିନ

ଶନି ଗ୍ରହ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି ସେତେବେଳେ ସମସ୍ତ ରାଶି ଉପରେ ପ୍ରଭାବ ପଡିଥାଏ। ନ୍ୟାୟ ଏବଂ କର୍ମର ଦେବତା ଶନି କୁମ୍ଭ ରାଶିରେ ବିରାଜମାନ କରିବାକୁ ଯାଉଛନ୍ତି । ତେବେ ଶନିଙ୍କ ଏହି ଓଲଟା ଗତି ଉପରେ ଅନେକ ରାଶିର ଭାଗ୍ୟ ପରିବର୍ତ୍ତନା ହେବାକୁ ଯାଉଛି। ଜୁନ ୩୦ରୁ ଶନିଦେବ କୁମ୍ଭ ରାଶିରେ ଓଲଟା ଗତି କରିବେ । ତେବେ ଆସନ୍ତୁ ଜାଣିବା ଶନିଙ୍କ ଏହି ପରିବର୍ତ୍ତନରେ କେଉଁ ରାଶିର ହେବ ଫାଇଦା ।  

ମେଷ ରାଶି: କୁମ୍ଭ ରାଶିରେ ଶନିଙ୍କ ପ୍ରବେଶ କରିବା ପରେ ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ କ୍ୟାରିଅର ଓ ଲାଭରେ ପ୍ରଭାବ ପଡିବାକୁ ଯାଉଛି। ଆପଣଙ୍କୁ ଫଳ ପ୍ରାପ୍ତ କରିବାକୁ ହେଲେ ନିଜ କାମରେ ପ୍ରୟାସ କରିବାକୁ ପଡିବ । କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ମଶ୍ରିତ ଫଳ ପ୍ରଦାନ କରିବାକୁ ଯାଉଛି। 

ମିଥୁନ ରାଶି: ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶନି ଅଷ୍ଟମ ଓ ନବମ ଘରର ସ୍ବାମୀ ଅଟନ୍ତି । ମିଥୁନ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ  ଶନି ନିଶ୍ଚିତ ଭାବରେ ଭାଗ୍ୟରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ରାଶିର ବ୍ୟକ୍ତିମାନଙ୍କ କାମ ପୂରା ହେବା ନେଇ ବିଳମ୍ବ ହୋଇପାରେ। କିନ୍ତୁ ବିଳମ୍ବରେ ହେଲେ ମଧ୍ୟ କାମ ନିଶ୍ଚିତ ହେବ ।  

ସିଂହ ରାଶି: ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଶନି ଷଷ୍ଠ ଓ ସ୍ପତ୍ମ ଘରର ସ୍ବାମୀ ରହିବେ । ବ୍ୟବସାୟୀଙ୍କ ପାଇଁ ଏହା ଭଲ ଖବର । କାରଣ ଆପମଙ୍କ ବ୍ୟବସାୟ କ୍ଷେତ୍ରେ ଉନ୍ନତି ପରିଲକ୍ଷିତ ହେବ । ଯଦି ଆପଣଙ୍କ କୌଣସି କାମ ଅଟକି ରହିଥିଲା ତେବେ ତାହା ନିଶ୍ତିତ ଭାବରେ ପୂରଣ ହେବ । ବେପାର ଦୃଷ୍ଟିରୁ ନିୟମିତ କାମ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଏହା ଫଳପ୍ରଦ ଅଟେ।   

କନ୍ୟା ରାଶି:  କନ୍ୟା ରାଶିରହ ବ୍ୟକ୍ତିମାନଙ୍କ ପାଇଁ ଶନି ପଞ୍ଚମ ଓ ଷଷ୍ଠ ଘରର ସ୍ବାମୀ ଅଟନ୍ତି । ତେଣୁ ଏହା ଓକିଲମାନଙ୍କ ପାଇଁ ଭଲ ସମୟ ନୁହେଁ। ଯଦିଓ ଶନି ଷଷ୍ଠ ଘରେ ରହିଛନ୍ତି ହେଲେ ଏହା କୌଣସି ମାମଲାର ଅନ୍ତିମ ରୂପ ଦେବାରୁ ଡେରି କରିପାରେ। ନହେଲେ ଆପଣଙ୍କ ପାଖକୁ ଆସୁଥିବା ମାମଲାର ସଂଖ୍ୟା କମୁଥିବାର ନଜର କରିପାରନ୍ତି । 

ଧନୁ ରାଶି: କୁମ୍ଭ ରାଶିରେ ଶନି ପ୍ରବେଶ କରିବା ଦ୍ବାରା ନିକଟ ଭବିଷ୍ୟତ ଆପଣଙ୍କ ବହୁତ ଆଶ୍ଚର୍ଯ୍ୟ ହେବାକୁ ଯାଉଛି ।  ଆପଣଙ୍କୁ ଅନେକ କ୍ଷେତ୍ରରେ ଭଲ ଖବର ମିଳିବାକୁ ଯାଉଛି। ବିଶେଷକରି ଚାକିରି ଓ କାର୍ଯ୍ୟ କ୍ଷେତ୍ରରେ । ଯଦି ଆପଣ ନିଜ ଚାକିରି ବଦଳାଇବାକୁ ଚାହୁଁଛନ୍ତି କିମ୍ବା ନୂଆ ଅବସରର ଅପେକ୍ଷା କରିଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ନୂଆ ପ୍ରସ୍ତାବ ମିଳିବ । ଆପଣଙ୍କ ପ୍ରୟାସ ଓ ପରାକ୍ରମରେ ବୃଦ୍ଧି ହେବ ଏବଂ ଆପଣଙ୍କୁ ସଫଳତା ମିଳିବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.