ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଦେହ ବେପାର କରାଇବା ପାଇଁ ପ୍ରେମ ଜାଲରେ ଫସାଇ କରିଥିଲା ଦ୍ୱିତୀୟ ବିବାହ, ଅନ୍ଯ ପୁରୁଷ ସାଙ୍ଗେ ଶୋଇବାକୁ ମନା କରିବାରୁ ପତ୍ନୀକୁ...

ନୂଆଦିଲ୍ଳୀ ୧/୯:  ଦିଲ୍ଳୀର ସାଗରପୁର ଅଞ୍ଚଳରେ ଅଗଷ୍ଟ ୬ରେ ମିଳିଥିବା ଜଣେ ମହିଳାଙ୍କ ମୃତଦେହ । ଏହାକୁ ନେଇ ଖୋଲତାଡ ଆରମ୍ଭ କରିଥିଲା ପୋଲିସ । ତେବେ ପରେ ମୃତ ମହିଳାଙ୍କ ପରିଚୟ ମିଳିବା ପରେ ମହିଳାଙ୍କ ସ୍ୱାମୀକୁ ଗିରଫ କରିଛି ପୋଲିସ । ବୁଧବାର ପଶ୍ଚିମବଙ୍ଗରୁ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ପୋଲିସ । ତେବେ ଅଭିଯୁକ୍ତର ଚାଞ୍ଚଲ୍ୟକର ବୟାନ ଶୁଣି ପୋଲିସ ମଧ୍ଯ ଆଶ୍ଚର୍ଯ୍ଯ ହୋଇଯାଇଛି । ଜଲିଲ ଶେଖ ପୁଲିସକୁ କହିଛି ଯେ ସେ ନିଜ ସ୍ତ୍ରୀ ଫାତିମାକୁ ଦେହ ବେପାର କରିବା ପାଇଁ ବିବାହ କରିଥିଲା । କିନ୍ତୁ  ଫାତିମା ଦେହ ବେପାର କରିବା ପାଇଁ ରାଜି ନହେବାରୁ ଜଲିଲ ତାକୁ ହତ୍ୟା କରିଥିବା ସ୍ୱୀକାର କରିଛି ।

{"id":40474,"width":655,"height":352}

ପୁଲିସ ତଦନ୍ତରୁ ଜଣାପଡିଛି ଯେ  ଅଭିଯୁକ୍ତ ଜଲିଲ ଶେଖ ପୂର୍ବରୁ ମଧ୍ଯ ଅନେକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଦିଲ୍ଲୀ ଆଣିବାପରେ ସେମାନଙ୍କୁ ଜୋରଜବଦସ୍ତ ଦେହ ବେପାର କରିବାକୁ ବାଧ୍ୟ କରୁଥିଲା । ଏବେ ମାମଲାର ଅଧିକ ଛାନ ଭିନ୍ନ ଚାଲିଥିବା ପୁଲିସ ସୂଚନା ଦେଇଛି । ଅଭିଯୁକ୍ତ ନାଁରେ ପଶ୍ଚିମବଙ୍ଗର ବିଭିନ୍ନ ଥାନାରେ ମାନବ ଚାଲଣ କରୁଥିବା ଅଭିଯୋଗ ରହିଛି । ପୁଲିସ୍ ଏବେ ଅଭିଯୁକ୍ତକାରୀ ଠାରୁ ଅଧିକ ପଚରା ଉଚରା କରି ତଥ୍ୟ ସଂଗ୍ରହ କରୁଛି । ଦିଲ୍ଳୀରେ ଅଗଷ୍ଟ ୬ତାରିଖରେ ସାଗରପୁର ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର କରଯାଇଥିଲା । ସେହି ମହିଳାଙ୍କୁ ତଣ୍ଟି ଚିପି ମାରିବା ପରେ ବସ୍ତାରେ ବାନ୍ଧି ରାସ୍ତାରେ ଫିଙ୍ଗା ଯାଇଥିଲା ବୋଲି ପୋଷ୍ଟମର୍ଟମ ପରେ ଜଣା ପଡିଥିବା ପୁଲିସ ବରିଷ୍ଠ ଅଧିକାରୀ ଦେବେନ୍ଦ୍ର  ଆର୍ଯ୍ଯ ସୂଚନା ଦେଇଛନ୍ତି ।

{"id":40475,"width":639,"height":454}

ମହିଳାଙ୍କ ପରିଚୟ ଜାଣିବା ପାଇଁ  ଏସପି ମନିଷ ଜୋରୱାଲ ୧୦ଟିମ୍ ତିଆରି କରି ତଦନ୍ତ ଚଳାଇଥିଲେ। ପୁଲିସ ୪ଟ ଟିମ୍  ସାଗରପୁର ଅଞ୍ଚଳରେ ଘର ଘର ବୁଲି ମହିଳାଙ୍କ ବିଷୟ ତଥ୍ୟ ସଂଗ୍ରହ କରୁଥିବା ବେଳେ ଅନ୍ୟ ଟିମ୍ ଗୁଡିକ ଦିଲ୍ଲୀର ଡାବରି, ବିଦାପୁର , ଉତ୍ତମ ନଗର , ଦିଲ୍ଳୀ କେଟ୍ ଭଳି ୧୫ଟି ଅଞ୍ଚଳରେ ଖୋଜାଖୋଜି କରିବା ପରେ  କିଛି ସନ୍ଧାନ ମିଳି ନଥିଲା । କିଛି ଦିନ ପରେ ସାଗରପୁର ଥାନାରେ ପଶ୍ଚିମବଙ୍ଗରୁ ମୃତ ମହିଳାଙ୍କ ଜଣେ ସମ୍ପକୀୟ ଫୋନ କରି ଫାତିମା ସମ୍ବନ୍ଧରେ ସୂଚନା ଦେଇଥିଲେ । ଏହା ପରେ ମୃତଦେହ ଫାତିମାଙ୍କର ବୋଲି ଜଣାପଡିଥିଲା । ଏହାସହ ସମ୍ପର୍କୀୟା ଜଣକ ପୋଲିସକୁ ସୂଚନା ଦେଇଥିଲେ କି ଫାତିମା ନିଜ ସ୍ବାମୀ ଜଲିଲ ଶେଖ ସହିତ ସାଗରପୁର ଅଞ୍ଚଳରେ ଭଡାଘରେ ରହୁଥିଲେ ।

ପଶ୍ଚିମବଙ୍ଗରେ ପୁଲିସ ପହଞ୍ଚିବା ପରେ ସଂମ୍ପକୀୟ ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲା । ଜଲିଲ ଶେଖକୁ  ଖୋଜିବା ପାଇଁ ପୁଲିସ୍ ଜୋରସୋରରେ ଲାଗିପଡିଲା । ପୋଲିସ ଖୋଜୁଥିବା ଖବର ପାଇ ଜାଲିଲ ଶେଖ ପଶ୍ଚିମ ବଙ୍ଗରୁ ଫେରାର ହୋଇଗଲା । କିନ୍ତୁ ଦିନେ କୋଲକାତା ରେଳ ଷ୍ଟେସନ ନିକଟକୁ ଗାଡି ବିକ୍ରି କରିବା ପାଇଁ ଯାଇଥିଲା ଅଭିଯୁକ୍ତ । ଏହି ଖବର ପାଇବା ପରେ ପୋଲିସ ଅଗଷ୍ଟ ୨୮ରେ ସ୍ଥାନୀୟ ପୋଲିସ ସହାୟତାରେ ଜଲିଲକୁ ଗିରଫ କରିଥିଲ।

ଦେହ ବେପାର କରିବା ପାଇଁ କରିଥିଲା ଦ୍ୱିତୀୟ ବିବାହ
ଅଭିଯୁକ୍ତ ଜଲିଲର କହିବାନୁସାରେ ସେ ଏବଂ ତା ପତ୍ନୀ ସାଗରପୁରରେ ଏକ ଭଡାଘରେ ରହୁଥଲେ । ତେବେ ସେମାନେ ସାତ ବର୍ଷ ପୂର୍ବରୁ ଏକାଠି ଦିଲ୍ଳୀ ଆସିଥିଲେ। ପୋଲିସ ଆଗରେ ଜଲିଲ ଏହା ସ୍ୱୀକାର କରିଛି ଯେ ତା ପ୍ରଥମ ସ୍ତ୍ରୀ ପଶ୍ଚିମବଙ୍ଗରେ ରହୁଥିବା ବେଳେ ସେ ଫାତିମାକୁ ଦେହ ବେପାର ଲଗାଇବା ପାଇଁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା । ପଶ୍ଚିମ ବଙ୍ଗରୁ ଫାତିମାକୁ ଆଣି ଦିଲ୍ଲୀର ଭଡାଘରେ ଦେହ ବେପାର କାମ କରିବା ସେ ବାଧ୍ୟ କରିଥିଲା । ଅଗଷ୍ଟ ୬ରେ ଫାତିମା ଜଲିଲ କଥା ନ ମାନିବାରୁ ସେ ରାଗି ଯାଇ ଫାତିମାର ଓଢ଼ଣିରେ ତଣ୍ଟି ଚିପି ହତ୍ୟା କରିଥିଲା । ଏହାପରେ ଧରା ପଡିଯିବା ଭୟରେ ବସ୍ତାରେ ବାନ୍ଧି ରାସ୍ତାରେ ପକାଇ ସାଗରପୁରରୁ ଫେରାର ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.