ମାତ୍ର ୧୦୦ ଟଙ୍କା ଚୋରି କରିବାରୁ ୯ ବର୍ଷର ପୁଅକୁ ହତ୍ୟା କଲା ସାବତ ‘ମା’

ବିହାର ୨/୯ : ବିହାର କଟିହାର ଜିଲ୍ଲାର ବରସୋଇ ଅଞ୍ଚଳରେ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟି ଯାଇଛି।  ସାବତ ମା ଜଣକ ତା ପୁଅକୁ ହତ୍ୟା କରିଛି। ଆପଣ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତା ଭୁଲ କଣ ଜାଣିଛନ୍ତି କି? ପିଲାଟି ମାତ୍ର ୧୦୦ଟଙ୍କା  ଚୋରି କରିଥିଲା। ଟଙ୍କା ଚୋରି କରିବାରୁ ପିଲାଟିକୁ ନିଜ ସାବତ ମା ହାତରେ ଜୀବନ ଦେବାକୁ ପଡିଲା। ରବିବାର ପୋଲିସ ଅଭିଯୁକ୍ତ ୨୫ ବର୍ଷିୟା ସାବତ ମା କୁ ୯ବର୍ଷର ସାବତ ପୁଅର ହତ୍ୟା ଅଭିଯୋଗରେ ଗିରଫ କରିଛି। ପୋଲିସ ଅନୁସାରେ ଶନିବାର ବିହାରର କାଟିହାର ଜିଳ୍ଲାର ବରସୋଇର ଥାନା ଅଞ୍ଚଳରେ ମୋଦିପୋଖର ଗାଁରେ ଏଭଳି ଘଟଣା ଘଟିଛି।

ଅଭିଯୁକ୍ତ ସୋଫିଆ ଖାତୁନର ଶହେ ଟଙ୍କା ହଜିଯାଇଥିଲା ପରେ ସେ ସାବତ ପୁଅକୁ ଋପଚାନ୍ଦ୍ରକୁ ଟଙ୍କା ହଜିଯିବା କଥା ପଚାରିବା ପରେ ଋପଚାନ୍ଦ୍ର ମନିପର୍ସରୁ ଟଙ୍କା ଚୋରି କରି ଯାତ୍ରା ଦେଖିବାକୁ ଯାଇଥିବା କଥା ମାନିଯାଇଥିଲା ପରେ ସୋଫିଆ ରାଗି ଯାଇ ପ୍ରଥମେ ତଣ୍ଟି ଚିପିବା ପରେ ଛୁରୀରେ ପେଟକୁ ବାରମ୍ବାର ଭୁସି ହତ୍ୟା କରିଥିବା । ଯେତେ ବେଳେ ମହିଳାଙ୍କ ସ୍ବାମୀ ମହମ୍ମଦ ୟୁସୁଫ ଘରକୁ ଫେରିବା ପରେ ପିଲାଟିକୁ ଅଚେତ ଅବସ୍ଥାରେ  ଦେଖିବାକୁ ପାଇ ତାକୁ ତୁରନ୍ତ ବରସୋଇ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ପିଲାଟିର ମୃତ୍ୟୁ ଘୋଷଣା କରିଥିଲେ।

ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଛି ଯେ ପୁଅର ମୃତ୍ୟୁ ପରେ ଗାଁ ଲୋକେ ସାବତ ମାକୁ ମାଡ ମାରିଛନ୍ତି । ପୋଲିସର ତଦନ୍ତ ପରେ ସାବତ ମା ପୁଅକୁ ହତ୍ୟା କରିଥିବା ବୟାନ ଦେଇଥିଲା। ଅଭିଯୁକ୍ତ ସାବତ ମା ବୟାନ ଅନୁସାରେ ସେ ୯ବର୍ଷର ସାବତ ପୁଅ ଋପଚାନ୍ଦ୍ରକୁ ଟଙ୍କା ଚୋରି ନକରିବାକୁ ବାରଣ କରି ଆସୁଥିଲା । ଏହାସହ ତାର ଖରାପ ଅଭ୍ୟାସକୁ ସୁଧାରିବା ପାଇଁ ତାକୁ ତାଗିଦ କଲାବେଳେ ପିଲାଟି ସୋଫିଆକୁ ଲୁହା ରଡରେ ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା । ଏହାପରେ ସୋଫିଆ ରାଗି ଯାଇ ତା ତଣ୍ଟି ଚିପିବା ସହ ପେଟରେ ଛୁରି ଭୁସି ହତ୍ୟା କରିଥିବା ଜଣାଇଛି।

ବରସୋଇ ଥାନା ଅଧିକାରୀ ପଂକଜ କୁମାର କହିଛନ୍ତି ଯେ ଘଟଣାର ସତ୍ଯ ସାମ୍ନାକୁ ଆସିବା ପରେ ପିଲାଟିର ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କାଟହାର ଜିଲ୍ଳା ଡାକ୍ତରଖାନାକୁ ପଠାଯାଇଛି। ମହମ୍ମଦ ୟୁସୁଫ ଥାନାରେ ଲିଖିତ ଭାବେ ମାମଲା ରୁଜୁ କରିବା ପରେ ସୋଫିଆକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ୍ ଜଣାଇଛି ।

   ସମ୍ବନ୍ଧିତ ଖବର


ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

ଭିଜିଲାନ୍ସ ଜାଲରେ ମେଡିକାଲ କର୍ମଚାରୀ, ଲାଞ୍ଚ ନେଇ ଧରା ପଡ଼ିଲେ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

ରାଇରଙ୍ଗପୁରରୁ ବାଘ ଛାଲ ଜବତ, ୫ ଗିରଫ

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ