ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

ଓ୍ବାଶିଂଟନ୍,୨୫।୧୧: ହେଲିକପ୍ଟର ଉଡାଣ ଆରମ୍ଭ କରିବା ସମୟରେ ଏକ ରହସ୍ୟମୟ ଜିନିଷ ଆବିଷ୍କାର କରିଛନ୍ତି ଆମେରିକାର ଜଣେ ପାଇଲଟ୍। ହେଲିକପ୍ଟରଟି ଯେତେବେଳେ ଉଟାହର ମରୁଭୂମି ଉପର ଦେଇ ଉଡୁଥିଲା ସେତେବେଳେ ଏକ ବିଶାଳ ଓ ଅସ୍ବଭାବିକ ଆକୃତିର ଜିନିଷ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଧିକାରୀ ଯେତେବେଳେ ସେଠାରେ ପହଁଞ୍ଚିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ରିପୋର୍ଟ ଅନୁସାରେ, ଏହି ରହସ୍ୟମୟ ଜିନିଷଟି ମେଟାଲରେ ତିଆରି ହୋଇଥିଲା ଓ ଏହାର ଲମ୍ବା ୧୦ ରୁ ୧୨ ଫୁଟ୍ ଭିତରେ ରହିଥିଲା। ଏହା ଉଟାହ ରାଜ୍ୟର ସୁଦୂର ଅଞ୍ଚଳରେ ଦେଖିବାକୁ ମିଳିଥିଲା। KSLTV  ଚ୍ୟାନେଲ ସହ କଥା ହୋଇ ହେଲିକପ୍ଟର ପାଇଲଟ୍ ବ୍ରେଟ୍ ହୁଚିଙ୍ଗସ୍ କହିଛନ୍ତି, ସେ ଉଡାଣ ଆରମ୍ଭ କରିବା ପୂର୍ବରୁ କେବେବି ଏହି ରହସ୍ୟମୟ ଜିନିଷ ଦେଖିନଥିଲେ। ସେ କହିଛନ୍ତି, ହେଲିକପ୍ଟରରେ ଜଣେ ବାୟୋଲୋଜିଷ୍ଟ ମଧ୍ୟ ଯାତ୍ରା କରୁଥିଲେ ଓ ସେ ପ୍ରଥମେ ଏହି ରହସ୍ୟମୟ ଜିନିଷକୁ ଦେଖିଥିଲେ।

ପାଇଲଟ୍ ବ୍ରେଟ୍ ହୁଚିଙ୍ଗସ୍ କହିଛନ୍ତି, ହୋଇପାରେ କେହି ଆର୍ଟିଷ୍ଟ ମେଟାଲ ଖମ୍ବରେ ଏହା ଲଗାଇଥିବେ। ସେଭଳି ଉଟାହର ପବ୍ଲିକ ସେଫଟି ବ୍ୟୁରୋର ଅଧିକାରୀ ଫଟୋ ଜାରି କରି କହିଛନ୍ତି, ଏହା ଧାର୍ଯ୍ୟ କରାଯିବା ଏବେ ବାକି ରହିଛି ଯେ- କ’ଣ ଏହି ମାମଲାରେ ଆହୁରି ଯାଞ୍ଚ କରାଯିବ।

ପବ୍ଲିକ ସେଫଟି ବ୍ୟୁରୋ ମଧ୍ୟ କହିଛି ଯେ, ସରକାରୀ ସ୍ଥାନରେ ବିନା ଅନୁମତିରେ ଏଭଳି କୌଣସି ଜିନିଷ ଲଗାଇ ବେଆଇନ ଅଟେ। ଏହାକୁ ଲଗାଇଥିବା ଲୋକ ଯେ କୌଣସି ଗ୍ରହରେ ରହିଲେ ମଧ୍ୟ ତାହା ବେଆଇନ। ସେଭଳି ଉଟାହର ହାଇଓ୍ବେ ପେଟ୍ରୋଲ ସୋସିଆଲ ମିଡିଆରେ ପୋଷ୍ଟ କରି ଲୋକଙ୍କୁ ପଚାରିଛନ୍ତି କ’ଣ କେହି କହିପାରିବେ କି, ଏହା କ’ଣ?